ବେଳାଭୂମି ମହୋତ୍ସବରେ ଲାଗିବ ୪୦ ସିିସି କ୍ୟାମେରା

ବ୍ରହ୍ମପୁର,୧୭ା୧୨: ଗଞ୍ଜାମ ଜିଲାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଏକ ବୈଠକ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପାର୍କିଂ, ଖାଦ୍ୟ ଷ୍ଟଲ ସମେତ ପଲିଶ୍ରୀ ମେଳା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସି, ବିଇଏମ୍‌ସି କମିଶନର ଜେ.ସୋନାଲ ଓ ବ୍ରହ୍ମପୁର ଏସପି ଡା.ଶ୍ରବଣା ବିବେକ ଏମ ଉପସ୍ଥିତ ଥିଲେ। ଚଳିତ ଥର ମହୋତ୍ସବରେ ୨ଟି ସାଂସ୍କୃତିକ ଷ୍ଟେଜ ସହ ପୂର୍ବ ଅପେକ୍ଷା ଚଳିତ ଥର ମହୋତ୍ସବର ପରିସୀମା ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ୨ଟି ଯାକ ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କରୋନା ମହାମାରୀ କାରଣରୁ ବେଳାଭୂମି ମହୋତ୍ସବ ବନ୍ଦ ରହିଥିଲା। ତେଣୁ ଚଳିତ ଥର ମହୋତ୍ସବରେ ଅଧିକ ସଂଖ୍ୟକ ଲୋକ ଆସିବେ ବୋଲି ଆଶା କରାଯାଉଛି। ଭିଡ ନିୟନ୍ତ୍ରଣ ଲାଗି ଛତ୍ରପୁର ଓ ବ୍ରହ୍ମପୁରରୁ ଆସୁଥିବା ଜନସାଧାରଣଙ୍କ ପାଇଁ ଭିନ୍ନ ଭିନ୍ନ ପାର୍କିଂ ବ୍ୟବସ୍ଥା କରାଯିବ। ଛତ୍ରପୁରରୁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ହରିପୁର ବ୍ରିଜଠାରେ ପାର୍କିଂ ବ୍ୟବସ୍ଥା ଓ ବ୍ରହ୍ମପୁରବାସୀଙ୍କ ପାଇଁ ଷଣ୍ଢ ଛକଠାରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି। ମହୋତ୍ସବରେ ୪୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏହି ୫ ଦିନିଆ ମହୋତ୍ସବରେ ୨୫୦ଟି ଷ୍ଟଲ ରହିବ। ଯେଉଁଥିରେ ମିଶନ ଶକ୍ତି, ଓରମାସ ଦ୍ୱାରା ଷ୍ଟଲ ମାଧ୍ୟମରେ ହ୍ୟାଣ୍ଡଲୁମ, ହେଣ୍ଡିକ୍ରାଫ୍ଟସ, ଜୁଏଲେରୀ, ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ଧୂପକାଠି ଭଳି ୧୨୦ଟି ଷ୍ଟଲ ରହିବ। ଏଥିସହ କାରପେଟ, ବେଡସିଟ, କାଠ ସାମଗ୍ରୀ ବିକ୍ରି ନିମନ୍ତେ ୪୫ଟି ଷ୍ଟଲ, ବିଭିନ୍ନ ବିଭାଗ ପକ୍ଷରୁ ୫୫ଟି ଷ୍ଟଲ, ୩୦ଟି ଖାଦ୍ୟ ଷ୍ଟଲ ଉପଲବ୍ଧ ରହିବ। ଖାଦ୍ୟ ଷ୍ଟଲ ଗୁଡିକରେ ଖାଦ୍ୟ ଅପମିଶ୍ରଣକୁ ରୋକିବା ପାଇଁ ବିଇଏମସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଯାଞ୍ଚ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ସେହିଭଳି ୫ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଲୋକ ନୃତ୍ୟ ଢୁମ୍ପା ନୃତ୍ୟ, ଭାରତ ଲୀଳା, ପ୍ରହଲାଦ ନାଟକ, ଚଢେୟା, ଗୋଲା ନାଚ, ରାମ ଲୀଳା, ଦାସ କାଠିଆ ନୃତ୍ୟ ପରିବେଶଣ ହେବ। ଓଲିଉଡ ସଂଗୀତଜ୍ଞ ଓ ହାସ୍ୟ ଅଭିନେତାଙ୍କ ସମେତ ବଲିଉଡ ଅଭିନେତା ଓ କମେଡିଆନ ସୁନୀଲ ଗ୍ରୋଭର, ଡ୍ୟାନ୍ସ ଇଣ୍ଡିଆ ବିଜେତା ଭି-କଂପାନୀ ଦ୍ୱାରା ନୃତ୍ୟ ପରିବେଶଣ ଓ ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଶଣ ନେଇ କାର୍ଯ୍ୟକ୍ରମ ରହିଛି। ଏଥିସହ କୋଲକାତା କଳାକାରଙ୍କ କଥକଳୀ, ପୁରୁଲିଆ ଚାଉ, ଆସାମା ସାତ୍ରିୟା, ଓଡିଶାର ଓଡିଶୀ, ଆନ୍ଧ୍ରପ୍ରଦେଶର କୁଚୁପୁଡି ନୃତ୍ୟ ପରିବେଶିତ ହେବ। ସେହିପରି ସୁନ୍ଦରଗଡର ଆଦିବାସୀ କଢନ ନୃତ୍ୟ, ନବରଙ୍ଗପୁର ଗଣ୍ଡ ନୃତ୍ୟ, କୋରାପୁଟ ଆଦିବାସୀ ଢେମସା, ସମ୍ବଲପୁରର ସମ୍ବଲପୁରୀ ଓ ଗଜପତିର ପାଇକ ଆଖଡା ନୃତ୍ୟ ପରିବେଶଣ ହେବ। ବୈଠକରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରଶ୍ମି ରାଣୀଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri