ଜଗନ୍ନାଥ ଦର୍ଶନ ସାରି ରାତିରେ ଫେରିଥିଲେ: ସକାଳୁ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କାଳୀମନ୍ଦିର ଛକ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ଆସିକା ନୂଆଁଗାର ଚିତ୍ତରଞ୍ଜନ ବିଷୋଇ(୪୦) । ଚିତ୍ତରଞ୍ଜନ ଗତ କିଛି ଦିନହେଲା ପୁରୁଷୋତ୍ତମପୁରରେ ଥିବା ଏକ ଫର୍ନିଚର ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରବାର ସେ ପୁରୀ ଜଗନ୍ନାଥଙ୍କ ଦର୍ଶନ ସାରି ରାତିରେ ଫେରିଥିଲେ। ହେଲେ ସେ ଶୌଚ ପାଇଁ ପୋଖରୀକୁ ଯାଇଥିଲେ। ଆଉ ଫେରି ନ ଥିଲେ। ଶନିବାର ସକାଳେ ମୃତଦେହ ପାଣିରେ ଭାସୁଥିବାର ଦେଖି ଲୋକେ ପୁରୁଷୋତ୍ତମପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଇଓଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଦାବିରେ ଭାଜପାର ଯାଜପୁର ବନ୍ଦ

ଯାଜପୁର ଅଫିସ,୨୧।୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ (ପଞ୍ଚାୟତ ନିିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ...

ନୃସିଂହନାଥରେ ଲାଗିହେଲା ପଖାଳ ଭୋଗ

ପାଇକମାଳ, ୨୬।୪ (ଡି.ଏନ.ଏ.): ଅକ୍ଷୟ ତୃତୀୟାଠାରୁ ନୃସିଂହନାଥରେ ପଖାଳ ଭୋଗ ଲାଗି ହେଲା । କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନରେ ଥିବାରୁ ଭକ୍ତମାନେ ଆସୁନାହାନ୍ତି।...

ପରଜା ମିନିଗୁଡ଼ିରେ ଭତ୍ତାରୁ ବଞ୍ଚିତ ଅନେକ ବୟସ୍କ

ନନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ପରିଣତ ବୟସରେ ଆଖିକୁ ଭଲରେ ଦେଖାଯାଉନି। ଆଗଭଳି ଗୋଡ଼, ହାତ ମଧ୍ୟ କାମ କରୁନି। ତଥାପି ଅସହାୟ ଅବସ୍ଥାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା...

ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୮୦ ବର୍ଷର ବୃଦ୍ଧା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ନ୍ୟାୟ ପାଇଁ ୮୦ ବର୍ଷର ବୃଦ୍ଧା ମାଆଙ୍କୁ ଟ୍ରଲିରେ ବୋହି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପରିବାରର ସମସ୍ତ ଲୋକ ମାଆଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ...

ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ ଅଫିସ,୨୨।୪: ମାନସ ସ୍ବାଇଁ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ଭଦ୍ରକ...

ଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ୩ ଗିରଫ

ଧାମନଗର, ୬।୧୧ (ଡି.ଏନ.ଏ.):  ଭଦ୍ରକ ଜିଲା ଧାମନଗର ବ୍ଲକ ଦଇପୁର ଅଞ୍ଚଳର ଜଣେ ଛାତ୍ରୀଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ପରେ ତାଙ୍କୁ ଆଣି ଧାମନଗର ମେଡିକାଲରେ...

ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬, ୫୯ ଏବଂ ରାଜ୍ୟ ରାଜପଥ ଏବେ ସଡ଼କ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି।...

ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

କୋରାପୁଟ,୩୦ା୧(ସ୍ବ.ପ୍ର.) କୋରାପୁଟସ୍ଥିତ ଜିଲାପାଳଙ୍କ ସଭା ଗୃହରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି) ଏ. ଅପାଙ୍ଗ ଆଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆର୍‌ଡିସି କୋରାପୁଟ, ନବରଙ୍ଗପୁର, ମାଲକାନାଗିରି...

Advertisement
Archives

Model This Week