ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଜେଲ ଗଲେ

ବ୍ରହ୍ମପୁର ଅଫିସ,୧୭ା୧୨: ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ବଡବଜାର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରହଲ୍ଲାଦ ନଗର ୪ର୍ଥ ଲାଇନର ସମୀର ଜେନା ଓ ପୁରୁଣା ବ୍ରହ୍ମପୁର ନିକଟସ୍ଥ ଆଇନାବନ୍ଧ ସାହିର ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ। ଉଭୟଙ୍କ ନାମରେ ଏକାଧିକ ମାମଲା ରହିିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି କାଳୁଚରଣ ମହାପାତ୍ରଙ୍କୁ ଉପରୋକ୍ତ ଅଭିଯୁକ୍ତ ମାନେ ଖଣ୍ଡା ଓ କାତିରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ଘଟଣା ବେଳେ ବ୍ୟବହୃତ ଦୁଇଟି ଖଣ୍ଡା ଓ ଏକ ବାଇକ (ନଂ ଓଡ଼ି-୦୭-ବି -୬୫୦୭) ଜବତ କରିଛି। ମାମଲା ନଂ. ୩୪୫/୨୨ରେ ଅଭିଯୁକ୍ତଦ୍ୱୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପରେ କୋର୍ଟ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଜଣେ ଯୁବତୀଙ୍କୁ କାଳୁଚରଣ ଓ ସମୀର ଭଲ ପାଉଥିଲେ। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଗତ ୧୩ ତାରିଖ ରାତ୍ର କାଳୁଚରଣ ମହାପାତ୍ରଙ୍କୁ ମୃଦଙ୍ଗିଆ ହାଇସ୍କୁଲ ନିକଟରେ ଏକାକୀ ଦେଖି ସମୀର ଜେନା ଓ ତାଙ୍କ ସହଯୋଗୀ ମାନେ ସେଠାରେ ତାଙ୍କ ସହ ଝଗଡା କରିଥିଲେ। ପରେ କାଳୁଚରଣଙ୍କୁ ସମୀର ଓ ତାଙ୍କ ସହଯୋଗୀ ମନେ ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଖବର ପାଇ ଆହତ କାଳୁଙ୍କ ଭାଇ ଦୀପକ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର...

ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ...

ଜାତୀୟ ସ୍କେଟିଂରେ ଦେବାଂଶଙ୍କୁ ସ୍ବର୍ଣ୍ଣ

ଢେଙ୍କାନାଳ ଅଫିସ, ୪ା୭: ଜାତୀୟ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ରୋଲର ସ୍କେଟିଂ ପ୍ରତିଯୋଗିତାର ସବ୍‌ଜୁନିୟର ବର୍ଗ (୧୧ରୁ ୧୪ବର୍ଷ)ରେ ସ୍ବର୍ଣ୍ଣପଦକ ଜିତି ଢେଙ୍କାନାଳର ଗୌରବ ବଢ଼ାଇଛନ୍ତି ଏ.ଆର୍‌....

କାଶୀନଗର ବ୍ଲକରେ ହାତୀ ଆତଙ୍କ

ପାରଳାଖେମୁଣ୍ଡି,୨୭ା୧୨(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଗତ କିଛିଦିନ ହେଲା ପାଞ୍ଚ ଟିକିଆ ହାତୀପଲ ଅଞ୍ଚଳରେ ଚଳପ୍ରଚଳ ହେଉଥିବା ବେଳେ...

ମାଙ୍ଗାନିଜ ଚୋରି ଓ ସୁରକ୍ଷାକର୍ମୀଙ୍କ ମୋବାଇଲ ଲୁଟ୍‌ ଘଟଣା: ଧରାପଡିଲେ ୪ ଅଭିଯୁକ୍ତ

ବଡବିଲ,୨୨ା୪(ସ୍ବ.ପ୍ର.):- କେନ୍ଦୁଝର ଜିଲା ଯୋଡା ଖଣି ସର୍କଲର ବଲାଣୀ ଥାନା ଅର୍ଜୁନଲୋଧା ମାଇନ୍ସରୁ ମାଙ୍ଗାନିଜ ଚୋରି ଓ ମୋବାଇଲ ଲୁଟ୍‌ ଘଟଣାରେ ସଂପୃକ୍ତ ୪ ଜଣ...

ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌...

ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ...

ଏମ୍‌କେସିଜିରୁ ପୁଣି ଖସିଲା ଶିଲିଂ

ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁର ଏମ୍‌କେସିଜିରେ ଗୁରୁବାର ପୁଣି ଅଘଟଣ ଘଟିଛି। ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାର ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି...

Advertisement
Archives

Model This Week