ହକି ବିଶ୍ୱକପକୁ ନେଇ ଆରମ୍ଭ ହେଲା କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୪୮୦ରୁ ଅଧିକ ଛାତ୍ରୀଛାତ୍ର

ସୁନ୍ଦରଗଡ଼,୧୬।୧୨(ଡି.ଏନ୍‌.ଏ.): ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ସୁନ୍ଦରଗଡ଼ ଜିଲାରେ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଶୁକ୍ରବାର ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଏ.ଏଲ୍‌ ନାୟର ଷ୍ଟାଡିୟମଠାରେ ଏହାର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ପ୍ରତିଯୋଗୀମାନେ ଏକ ମଶାଲ ଶୋଭାଯାତ୍ରାରେ ଆସି ପଡ଼ିଆରେ ପହଞ୍ଚିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ପ୍ରତିଯୋଗିତାରେ ସୁନ୍ଦରଗଡ଼ ଉପଖଣ୍ଡର ୪୯ଟି କଲେଜର ୪୮୦ରୁ ଅଧିକ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଏବଂ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ଦିନରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଭଲିବଲ ଏବଂ ଖୋଖୋ ପ୍ରତିଯୋଗିତା ହୋଇଥିଲା। ଭଲିବଲ ପ୍ରତିଯୋଗିତାରେ ମୋଟ ୨୦ଟି ଟିମ୍‌ ଭାଗ ନେଇଥିଲେ। ସେଥିମଧ୍ୟରେ ମହିଳା ବର୍ଗରେ ୫ଟି ଏବଂ ପୁରୁଷ ବର୍ଗରେ୧୫ଟି ଅଂଶଗ୍ରହଣ କରିଥିଲେ।

ଭଲିବଲ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିଲା। ବଡ଼ଗାଁ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରନର୍ସଅପ ହୋଇଥିଲା। ମହିଳା ବର୍ଗରେ ରାଜଗାଙ୍ଗପୁର ସ୍ଥିତ ସର୍ବତୀ ମହିଳା ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ଛଟେନପାଲିସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରନର୍ସଅପ ହୋଇଥିଲା।

ସେହିପରି ଖୋଖୋ ପ୍ରତିଯୋଗିତାରେ ୨୯ଟି ଦଳ ଭାଗ ନେଇଥିଲେ। ପୁରୁଷ ବର୍ଗରେ ୧୬ ଏବଂ ମହିଳା ବର୍ଗରେ ୧୩ଟି ଟିମ୍‌ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।

ଖୋଖୋ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ରନର୍ସଅପ ହୋଇଥିଲା ଇଲା ମେମୋରିଆଲ ପଞ୍ଚାୟତ ସମିତି ମହାବିଦ୍ୟାଳୟ। ମହିଳା ବର୍ଗରେ ରାଜଗାଙ୍ଗପୁରର ସର୍ବତୀ ଦେବୀ ମହିଳା ମହାବିଦ୍ୟାଳୟ ବିଜୟୀ ଏବଂ ଡାଲମିଆ କଲେଜ ରନର୍ସଅପ୍‌ ହୋଇଥିଲା।

ଚାମ୍ପିୟନ ଟିମକୁ ପୁରସ୍କାର ବାଦରେ ଟ୍ରଫି, ମାନପତ୍ର ସହିତ ୧୦ ହଜାର ଟଙ୍କା ଦିଆଯାଇଛି। ସେହିପରି ରନର୍ସଅପ୍‌ ଟିମକୁ ଟ୍ରଫି, ମାନପତ୍ର ସହିତ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଶନିବାର ଉଭୟ ମହିଳା ଏବଂ ପୁରୁଷବର୍ଗରେ କବାଡ଼ି ପ୍ରତିଯୋଗିତା ହେବ। ରବିବାର ଦୌଡ଼ ସହିତ ହାଇଜମ୍ପ, ଲଙ୍ଗଜମ୍ପ, ଜାଭେଲିନ୍‌ ଏବଂ ଡିସକସ ଥ୍ରୋ ଆଦି ପ୍ରତିଯୋଗିତା ହେବ। ଏହି ଅବସରରେ ହକି ବିଶ୍ୱକପ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ବିଧାୟିକା ଏବଂ ଜିଲାପାଳଙ୍କ ସହିତ ଅନ୍ୟ ଅତିଥିମାନେ ଏଥିରେ ଦସ୍ତଖତ କରିଥିଲେ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଏସ୍‌ଇସିଏଲ୍‌ ନିର୍ଦ୍ଦେଶକ ଟଙ୍କଧର ତ୍ରିପାଠୀ, ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri