ହକି ବିଶ୍ୱକପକୁ ନେଇ ଆରମ୍ଭ ହେଲା କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୪୮୦ରୁ ଅଧିକ ଛାତ୍ରୀଛାତ୍ର

ସୁନ୍ଦରଗଡ଼,୧୬।୧୨(ଡି.ଏନ୍‌.ଏ.): ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ସୁନ୍ଦରଗଡ଼ ଜିଲାରେ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଶୁକ୍ରବାର ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଏ.ଏଲ୍‌ ନାୟର ଷ୍ଟାଡିୟମଠାରେ ଏହାର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ପ୍ରତିଯୋଗୀମାନେ ଏକ ମଶାଲ ଶୋଭାଯାତ୍ରାରେ ଆସି ପଡ଼ିଆରେ ପହଞ୍ଚିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ପ୍ରତିଯୋଗିତାରେ ସୁନ୍ଦରଗଡ଼ ଉପଖଣ୍ଡର ୪୯ଟି କଲେଜର ୪୮୦ରୁ ଅଧିକ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଏବଂ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ଦିନରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଭଲିବଲ ଏବଂ ଖୋଖୋ ପ୍ରତିଯୋଗିତା ହୋଇଥିଲା। ଭଲିବଲ ପ୍ରତିଯୋଗିତାରେ ମୋଟ ୨୦ଟି ଟିମ୍‌ ଭାଗ ନେଇଥିଲେ। ସେଥିମଧ୍ୟରେ ମହିଳା ବର୍ଗରେ ୫ଟି ଏବଂ ପୁରୁଷ ବର୍ଗରେ୧୫ଟି ଅଂଶଗ୍ରହଣ କରିଥିଲେ।

ଭଲିବଲ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିଲା। ବଡ଼ଗାଁ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରନର୍ସଅପ ହୋଇଥିଲା। ମହିଳା ବର୍ଗରେ ରାଜଗାଙ୍ଗପୁର ସ୍ଥିତ ସର୍ବତୀ ମହିଳା ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ଛଟେନପାଲିସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରନର୍ସଅପ ହୋଇଥିଲା।

ସେହିପରି ଖୋଖୋ ପ୍ରତିଯୋଗିତାରେ ୨୯ଟି ଦଳ ଭାଗ ନେଇଥିଲେ। ପୁରୁଷ ବର୍ଗରେ ୧୬ ଏବଂ ମହିଳା ବର୍ଗରେ ୧୩ଟି ଟିମ୍‌ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।

ଖୋଖୋ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ରନର୍ସଅପ ହୋଇଥିଲା ଇଲା ମେମୋରିଆଲ ପଞ୍ଚାୟତ ସମିତି ମହାବିଦ୍ୟାଳୟ। ମହିଳା ବର୍ଗରେ ରାଜଗାଙ୍ଗପୁରର ସର୍ବତୀ ଦେବୀ ମହିଳା ମହାବିଦ୍ୟାଳୟ ବିଜୟୀ ଏବଂ ଡାଲମିଆ କଲେଜ ରନର୍ସଅପ୍‌ ହୋଇଥିଲା।

ଚାମ୍ପିୟନ ଟିମକୁ ପୁରସ୍କାର ବାଦରେ ଟ୍ରଫି, ମାନପତ୍ର ସହିତ ୧୦ ହଜାର ଟଙ୍କା ଦିଆଯାଇଛି। ସେହିପରି ରନର୍ସଅପ୍‌ ଟିମକୁ ଟ୍ରଫି, ମାନପତ୍ର ସହିତ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଶନିବାର ଉଭୟ ମହିଳା ଏବଂ ପୁରୁଷବର୍ଗରେ କବାଡ଼ି ପ୍ରତିଯୋଗିତା ହେବ। ରବିବାର ଦୌଡ଼ ସହିତ ହାଇଜମ୍ପ, ଲଙ୍ଗଜମ୍ପ, ଜାଭେଲିନ୍‌ ଏବଂ ଡିସକସ ଥ୍ରୋ ଆଦି ପ୍ରତିଯୋଗିତା ହେବ। ଏହି ଅବସରରେ ହକି ବିଶ୍ୱକପ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ବିଧାୟିକା ଏବଂ ଜିଲାପାଳଙ୍କ ସହିତ ଅନ୍ୟ ଅତିଥିମାନେ ଏଥିରେ ଦସ୍ତଖତ କରିଥିଲେ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଏସ୍‌ଇସିଏଲ୍‌ ନିର୍ଦ୍ଦେଶକ ଟଙ୍କଧର ତ୍ରିପାଠୀ, ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri