ପଥକୁ ଫେରିବ ପଥୋତ୍ସବ

ଅନୁଗୋଳ ଅଫିସ,୧୬ା୧୨: ୨୦୨୩ ଏପ୍ରିଲ ୧ରେ ୩୦ ବର୍ଷରେ ପଦାର୍ପଣ କରିବ ଅନୁଗୋଳ ଜିଲା। ଏହାକୁ ସ୍ବତନ୍ତ୍ର ତଥା ସ୍ମରଣୀୟ କରିବାକୁ ବହୁ ପୂର୍ବରୁ ଯୋଜନା କରିସାରିଛି ଜିଲା ପ୍ରଶାସନ। ତଦନୁଯାୟୀ ଚଳିତ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି ବିଭିନ୍ନ ଉତ୍ସବ, ମହୋତ୍ସବ। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଜିଲାବାସୀ। ଗତ ୧୧ ତାରିଖ ମିନି ମାରାଥନରେ ହିଁ ଦେଖିବାକୁ ମିଳିଥିଲା ଏହାର ଝଲକ। ସେହିପରି ଆସନ୍ତା ୧୮ ତାରିଖ ରବିବାର ଜିଲାରେ ହୋଇଛି ରାହାଗିରି ଆୟୋଜନ। ଅନୁଗୋଳ ସହିତ ପ୍ରଥମ କରି ଆଠମଲ୍ଲିକ, ପାଲଲହଡ଼ା ଓ ତାଳଚେର ଉପଖଣ୍ଡରେ ଏହି ପଥ ଉତ୍ସବରେ ସାମିଲ ହେବେ ଲୋକେ। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାରୁ ଏହାର ମଜା ନେବାକୁ ଅପେକ୍ଷା କରିଛନ୍ତି ସମସ୍ତେ।
୨୦୧୭ ମସିହାଠାରୁ ଅନୁଗୋଳରେ ଆରମ୍ଭ ହୋଇଥିଲା ରାହାଗିରି। ହେଲେ କରୋନା କାରଣରୁ ଏହା ୨ ବର୍ଷ ବନ୍ଦ ରହିଥିଲା। ତେବେ ଜିଲାର ୩୦ ତମ ଜନ୍ମୋତ୍ସବ ପାଳନ ହେବାକୁ ଯାଉଥିବା ବେଳେ ଏହାର ପୁନଃ ଆୟୋଜନ ଜିଲାବାସୀଙ୍କ ମନକୁ ଖସିରେ ଭରିଦେଇଛି। ଅନୁଗୋଳ ସହର ଜଗନ୍ନାଥ ମନ୍ଦିର ଠାରୁ ବଇଡି କଲେଜ ପର୍ଯ୍ୟନ୍ତ ରାସ୍ତାରେ ଏହି ପଥ ଉତ୍ସବ ଆୟୋଜିତ ହେବ। ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୃତ୍ୟସଙ୍ଗୀତ ପାଇଁ ମଣ୍ଡପ କରାଯାଇଛି। ଏଠାରେ ଜିଲା ଓ ଓଲିଉଡର କଳାକାରମାନେ ସେମାନଙ୍କ କଳା ପରିବେଷଣ କରିବେ। ଏଥିସହ ଅନୁଗୋଳ ମାଟିର କାରିଗରି ଓ ସମରକଳା ଶୈଳୀ ମଧ୍ୟ ପ୍ରଦର୍ଶନ କରାଯିବ। ରାସ୍ତା ଉପରେ ଭଳିକି ଭଳି ରଙ୍ଗୋଲି ଓ ଝୋଟି ଲୋକଙ୍କ ମନ ମୋହିବ। ପେପର କ୍ରାଫ୍ଟ, ପେଣ୍ଟିଂ, ବିଜ୍ଞାନ ପ୍ରକଳ୍ପ, ବର୍ଜ୍ୟବସ୍ତୁରୁ ନିର୍ମାଣ ହୋଇଥିବା ଅନେକ ସାମଗ୍ରୀ ନିଶ୍ଚିତ ଜିଲାବାସୀଙ୍କୁ ଭଲ ଅନୁଭୂତି ଦେବ। ଏଥିସହ ବିଲୁପ୍ତପ୍ରାୟ କେନ୍ଦରା, ଖଞ୍ଜଣି ଆଦି ବାଦ୍ୟଯନ୍ତ୍ର ବଜାଇ କଳାକାରମାନେ ଲୋକଙ୍କୁ ଆକୃଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ମହିଳାଙ୍କ ସଂକୀର୍ତ୍ତନ, ଦିବ୍ୟାଙ୍ଗଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ଶିଶୁଙ୍କ ମଧ୍ୟରେ ସୁନ୍ଦର ପୋଷାକ ପରିଧାନ ପ୍ରତିଯୋଗିତା ଆଦି ଲୋକେ ଦେଖିବାକୁ ପାଇବେ। ତେବେ ସବୁଠାରୁ ଆକର୍ଷଣୀୟ ହେବ ନୃତ୍ୟ କାର୍ଯ୍ୟକ୍ରମ। ନିର୍ମାଣ ହୋଇଥିବା ମଣ୍ଡପରେ ସୋଲ ଡ୍ୟାନ୍ସ, ଗ୍ରୁପ୍‌ ଡ୍ୟାନ୍ସ, ଷ୍ଟାଣ୍ଡଅପ୍‌ କମେଡି, ଟାଏକୋଣ୍ଡୋ ଆଦି ଦେଖିବାକୁ ମିଳିବ। କେବଳ ଅନୁଗୋଳ ନୁହେଁ, ଏଥର ନୂତନ କରି ଆଠମଲ୍ଲିକ ଉପଖଣ୍ଡର ଗାନ୍ଧୀ ଛକ ଠାରୁ ବସଷ୍ଟାଣ୍ଡ ଯାଏ ରାହାଗିରି ଅନୁଷ୍ଠିତ ହେବ। ପାଲଲହଡାର ସତ୍‌ସଙ୍ଗ ବିହାର ଓ ତାଳଚେରର ପ୍ରାଚୀନ ରାଜବାଟି ସମ୍ମୁଖରେ ମଧ୍ୟ ପଥୋତ୍ସବର ମଜା ନେଇପାରିବେ ଅଞ୍ଚଳବାସୀ।

ଭରପୂର ମଜା ଉଠାଇବା ଆଶା
ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ରାହାଗିରି ଅନୁଷ୍ଠିତ ହେବାକୁ ଯାଉଛି। ଅନୁଗୋଳ ସହରରେ ହେବାକୁ ଥିବା ଏହି ପଥୋତ୍ସବରେ ଅନୁଗୋଳ, ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ଜନ ସାଧାରଣ ଯୋଗଦେଇ ଭରପୂର ମଜା ଉଠାଇବେ ବୋଲି ଆଶା କରାଯାଉଛି।
-ବୈତୁରା ଦୀପ, ଉପଜିଲାପାଳ, ଅନୁଗୋଳ

ଖୁବ୍‌ ଆକର୍ଷଣୀୟ ହେବ
ଅନୁଗୋଳରେ ପୁଣି ରାହାଗିରିର ଆୟୋଜନ। ଏହି ଖବର ଶୁଣିବା ପରଠାରୁ ଅତି ଉତ୍ସାହିତ ହୋଇପଡ଼ିଛି। କେବଳ ରବିବାର ସକାଳକୁ ଅପେକ୍ଷା କରିଛି। ଶୀତୁଆ ସକାଳେ ରାସ୍ତା ଉପରେ ସହସ୍ରାଧିକ ଲୋକଙ୍କ ମେଳରେ ଉତ୍ସବ ପାଳନ ଖୁବ୍‌ ଆକର୍ଷଣୀୟ ହେବ।
-ମଧୁସ୍ମିତା ରାଉତ, ଛାତ୍ରୀ, ଅନୁଗୋଳ

ଆତୁର ହୋଇପଡ଼ିଛି
୨ ବର୍ଷ ପରେ ହେବାକୁ ଯାଉଥିବା ପଥୋତ୍ସବରେ ସାମିଲ ହେବାକୁ ଆତୁରତାର ସହ ଅପେକ୍ଷା କରି ରହିଛି। ବହୁ ସଂଖ୍ୟକ କଳାକାର ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବାରୁ ଏହା ଦେଖିବାର ସୁଯୋଗ ନିଶ୍ଚିତ ସମସ୍ତେ ନେବା ଉଚିତ।
– କଳ୍ପନା ନାଏକ, ଛାତ୍ରୀ, ଅନୁଗୋଳ

କେହି ମିସ୍‌ କରିବାକୁ ଚାହିଁବେନି
ଗୋଟିଏ ମଞ୍ଚରେ ହେବ ନୃତ୍ୟ। ସଙ୍ଗୀତ ପରିବେଷଣ ସହ କମେଡି ଦେଖିବାର ସୁଯୋଗ ମିଳିବ। ତେଣୁ ଏପରି ଏକ ଉତ୍ସବକୁ ମିସ୍‌ କରିବାକୁ କେହି ଚାହିଁବେ ନାହିଁ। ସକାଳୁ ଏହାର ଆୟୋଜନ ସମସ୍ତଙ୍କୁ ଅଧିକ ଭଲ ଲାଗିବ।
-ନାନ୍‌ସୀ ବିଶ୍ୱାଳ, ଛାତ୍ରୀ, ଅନୁଗୋଳ

ଯୁବପିଢ଼ିଙ୍କ ପାଇଁ ଶିକ୍ଷଣୀୟ ହେବ
ସକାଳର ଶାନ୍ତ ଶୀତଳ ପରିବେଶକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ କରିବ । ରଙ୍ଗୋଲି, ଝୋଟି, ବିଜ୍ଞାନ ପ୍ରକଳ୍ପ ସହ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀ ତିଆରି କୌଶଳ ନିଶ୍ଚିତ ଆକର୍ଷଣୀୟ ହେବ। ଏଥିରୁ ଯୁବପିଢ଼ିଙ୍କୁ ଅନେକ କିଛି ଶିକ୍ଷା ମିଳିବ।
-ପ୍ରିୟଦର୍ଶିନୀ ଗଡ଼ନାୟକ, ଛାତ୍ରୀ, ଅନୁଗୋଳ

ଉପଖଣ୍ଡଗୁଡ଼ିକରେ ଆୟୋଜନ ପ୍ରଶଂସନୀୟ
ଅନୁଗୋଳ ସହର ପରି ଜିଲାର ବିଭିନ୍ନ ଉପଖଣ୍ଡରେ ପଥ ଉତ୍ସବର ଆୟୋଜନ ବେଶ୍‌ ପ୍ରଶଂସନୀୟ। ପୂର୍ବରୁ ଏହି ଉତ୍ସବ କେବଳ ଅନୁଗୋଳରେ ସୀମିତ ରହିଥିଲା। ଏବେ ଜିଲାର କୋଣ ଅନୁକୋଣରେ ଏହା ପହଞ୍ଚିପାରିଥିବାରୁ ସମସ୍ତେ ନିଶ୍ଚିତ ସ୍ବାଗତ କରିବେ।
-ମିତାଲି ସାମଲ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri