କଟକଣା ନାହିଁ, ଜିଲାରେ ମାତିଛନ୍ତି କ୍ୱାକ୍‌

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ପ୍ରତ୍ୟେକ ବ୍ଲକ ଏବଂ ଗ୍ରାମାଞ୍ଚଳରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ତଥାପି ମାତି ଚାଲିଛନ୍ତି କ୍ୱାକ୍‌। ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ରହିଥିଲେ ମଧ୍ୟ କ୍ୱାକ୍‌ଙ୍କ ପାଖକୁ ଛୁଟୁଛି ରୋଗୀଙ୍କ ସୁଅ। ସାମାନ୍ୟ ଜର, ଥଣ୍ଡା, କାଶ ହେଲେ ଗ୍ରାମାଞ୍ଚଳରେ ସମସ୍ତଙ୍କ ପ୍ରଥମ ଭରସା କ୍ୱାକ୍‌। ଜଣେ ରୋଗୀ କ୍ୱାକ୍‌ ନିକଟକୁ ଗଲେ ତା’ର ସର୍ବସ୍ବ ସମ୍ପତ୍ତି ଲୁଟିବାକୁ ପ୍ରସ୍ତୁତ ରହିଥାନ୍ତି କ୍ୱାକ୍‌ମାନେ। ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ, ଜୀବନ ଗଲେ ପଛେ ଯାଉ ଡାକ୍ତର ବଦଳରେ କ୍ୱାକ୍‌ଙ୍କୁ ବାଛିଥାନ୍ତି ରୋଗୀ। ଏହାର ମୁଖ୍ୟ କାରଣ ହେଉଛି ଚିକିତ୍ସା ବିଭାଗ ପକ୍ଷରୁ ଉପଯୁକ୍ତ ସଚେତନତାର ଅଭାବ। ଏପରି କି କିଛି ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ନିୟମିତ ଆସୁ ନ ଥିବାରୁ ଏଭଳି ସମସ୍ୟା ଉପଜୁଛି ବୋଲି କହିଛନ୍ତି କେତେଜଣ ସାମାଜିକ କର୍ମୀ। ଏବେ କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ମଧ୍ୟ କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରୋଗୀ କ୍ୱାକ୍‌ଙ୍କ ଦ୍ୱାରା ଚିକିତ୍ସିତ ହୋଇ ପରବର୍ତ୍ତୀ ସମୟରେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ପ୍ରାଣ ହରାଇଥିବା ଉଦାହରଣ ମଧ୍ୟ ରହିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଆଜିବି ସେଠାରେ ଡାକ୍ତରଙ୍କ ଅପେକ୍ଷା କ୍ୱାକ୍‌ଙ୍କ ସଂଖ୍ୟା ଅଧିକ ଥିବା ସୂଚନା ମିଳିଛି। ପୂର୍ବରୁ ଏ ନେଇ ଆର୍‌ଏମ୍‌ଆର୍‌ସି କର୍ତ୍ତୃପକ୍ଷ ନିୟନ୍ତ୍ରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଏଥିପ୍ରତି କାହାରି ଆନ୍ତରିକତା ନ ଥିବା ଅଭିଯୋଗ କରିଛନ୍ତି କେତେଜଣ ସାମାଜିକ କର୍ମୀ।
ପ୍ରକାଶ ଯେ, ଗତ ଜୁଲାଇରେ କାଶୀପୁର ବ୍ଲକରେ ହଇଜା ବ୍ୟାପିଥିଲା। ସେ ସମୟରେ ଆର୍‌ଏମ୍‌ଆର୍‌ସି ଟିମ୍‌ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ପାଳ କାଶୀପୁର ଗସ୍ତରେ ଆସି ବିଭିନ୍ନ ଗାଁ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେଠାକାର ସ୍ଥିତି ଦେଖିଥିଲେ। ସେ ସବୁ ଅଞ୍ଚଳରେ କ୍ୱାକ୍‌ଙ୍କ ରାଜ୍‌ ଚାଲିଥିବା ନେଇ ସେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଇଥିଲେ।
ହେଲେ କ୍ୱାକ୍‌ଙ୍କୁ ଧରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନିକଟରେ ଜେକେପୁରରେ ଜଣେ କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହୋଇ ଚାନ୍ଦିଲି ଗ୍ରାମର ପ୍ରଶାନ୍ତ କୌଶଲ୍ୟାଙ୍କ ମୃତ୍ୟୁ ଘଟଣା । ତାଙ୍କ ମୃତ୍ୟୁ ପରେ ପୋଲିସରେ ମାମଲା ରୁଜୁ ହୋଇଛି। କ୍ୱାକ୍‌ ଜଣକ କେଇବର୍ଷ ହେଲାଣି ସେଠାରେ କ୍ଲିନିକ୍‌ କରି ଚିକିତ୍ସା କରୁଛନ୍ତି। ହେଲେ ଜିଲା ସଦର ମହକୁମାରୁ ମାତ୍ର ୧୦ କି.ମି. ଦୂର ଜେକେପୁରରେ ଜାତୀୟ ରାଜପଥ କଡ଼ରେ ବେଆଇନ କ୍ଲିନିକ୍‌ ଥାଇ ମଧ୍ୟ ସ୍ବାସ୍ଥ୍ୟାଧିକାରୀଙ୍କ ନଜର ନ ପଡ଼ିବା ଆଶ୍ଚର୍ଯ୍ୟର ବିଷୟ। କାଶୀପୁର, ମୁନିଗୁଡ଼ା, ରାମନାଗୁଡ଼ା, କୋଲନରା, ରାୟଗଡ଼ା, ଗୁଡ଼ାରି ସମେତ ଜିଲାର ୧୧ଗୋଟି ବ୍ଲକ୍‌ରେ କ୍ୱାକ୍‌ମାନେ ଖୋଲାଖୋଲି ଭାବେ ଚିକିତ୍ସା ଚଳାଇଛନ୍ତି। ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନ ଥିବା ଆଶ୍ଚର୍ଯ୍ୟଜନକ ବୋଲି ସାମାଜିକ କର୍ମୀମାନେ କହିଛନ୍ତି। ଗତ ଦିନରେ ରାୟଗଡ଼ା ସହରର ମେନ୍‌ରୋଡ୍‌ରେ ଜଣେ କ୍ୱାକ୍‌ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଧରାପଡ଼ିଥିଲେ। ତଥାପି ଜାଣିପାରି ନ ଥିଲା ସ୍ବାସ୍ଥ୍ୟ ବିଭାଗ। ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଏବଂ କ୍ୱାକ୍‌ମାନଙ୍କ ପ୍ରତି କଠୋରତା ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । କ୍ୱାକ୍‌ମାନଙ୍କ ପାଇଁ କିଭଳି ନିୟମାବଳୀ ରହିଛି ସେ ନେଇ ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ, ଆମ ନଜରକୁ ଯାହା ଆସୁଛି ତାହା ଉପରେ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିକଟରେ ଜେକେପୁରରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ଉକ୍ତ ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ କରୁଛି ସ୍ବାସ୍ଥ୍ୟ ବିଭାଗ। ଉକ୍ତ କ୍ୱାକ୍‌ଙ୍କ ବିରୋଧରେ ମାନବାଧିକାର କର୍ମୀ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ କରିଥିବା ବେଳେ ଜିଲା ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri