ବିଶ୍ୱବିଦ୍ୟାଳୟ ଜମି ହସ୍ତାନ୍ତରକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୨( ନରସିଂହ ସାହୁ): ବ୍ରିଟିଶ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୨୫ ଏକର ଜମି ରାଜସ୍ବ ବିଭାଗକୁ ତୁରନ୍ତ ହସ୍ତାନ୍ତର ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ମର୍ମରେ ବିଶ୍ୱବିଦ୍ୟାଳୟକୁ ଚିଠି ଆସିଛି। ଏହାକୁ ପୂର୍ବତନ ଛାତ୍ର ନେତା ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପୀତବାସ ପଣ୍ଡା ବିରୋଧ କରିଛନ୍ତି। ଜମି ନିଆଗଲେ ଅର୍ଦ୍ଧ ଶତାବ୍ଦୀର ଏହି ବିଶ୍ୱବିଦ୍ୟାଳୟର ବିକାଶ ବାଧାପ୍ରାପ୍ତ ହେବ ଏବଂ ଆଗାମୀ ଦିନରେ ଗବେଷଣାତ୍ମକ କାର୍ଯ୍ୟକ୍ରମ ନିମନ୍ତେ ହେବାକୁ ଥିବା ନୂଆ ଯୋଜନା ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇଛନ୍ତି। ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ନଚେତ ପ୍ରତିବାଦରେ ୫୦ ବର୍ଷ ତଳେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଭଳି ବୃହତ୍ତ ଛାତ୍ର ଓ ଜନ ଆନ୍ଦୋଳନ ହୋଇଥିଲା ତାହାର ପୁନରାବୃତ୍ତି ହେବାର ପଣ୍ଡା ସତର୍କ କରି ଦେଇଛନ୍ତି।
ସୋମବାର ପୀତବାସ ଏକ ପ୍ରେସ୍‌ ବିବୃତିରେ ଆହୁରି କହିଛନ୍ତି ବ୍ରହ୍ମପୁରରେ ବିମାନ ବନ୍ଦର ପାଇଁ ଦୀର୍ଘଦିନରୁ ବିଭିନ୍ନ ମହଲରୁ ଦାବି ହୋଇଛି। ବହୁ ବିଳମ୍ବରେ ରାଜ୍ୟ ସରକାର ତାଳିପକା ଉଦ୍ୟମ କରି ପୁରାତନ ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ସ୍ବପ୍ନ ଦେଖାଇଛନ୍ତି। ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପରିବର୍ତ୍ତେ ବିକଳ୍ପ ସ୍ଥାନରେ ଗ୍ରୀନ୍‌ ଫିଲଡ୍‌ ବିମାନ ବନ୍ଦର କରିବାକୁ ସେ ଦାବି କରିଛନ୍ତି। ବିଇଡିଏ ଦ୍ୱାରା ପ୍ରସ୍ତୁତ ଡିପିଆରରେ ନିକଟବର୍ତ୍ତି ଲକ୍ଷ୍ମୀପୁରରେ ୩ ଶହ ଏକର ଜମି ଚିହ୍ନଟ ହୋଇଛି। ଅପରପକ୍ଷରେ ଗଉଞ୍ଜୁ ନିକଟରେ ୨୦୦ ଏକର ଅଛି। ଗଞ୍ଜାମ ବ୍ଲକର ହୁମ୍ମାସ୍ଥ ଲବଣ ଜମିରେ ବିମାନ ବନ୍ଦର ନିମନ୍ତେ ଅତୀତରେ ସଂସଦରେ ମଧ୍ୟ ଆଲୋଚନା ହୋଇଥିବା ନଜିର ଅଛି। ଟାଟା କମ୍ପାନୀ ଅଧିକୃତ ଜମିରେ ଗ୍ରିନ ଫିଲଡ ବିମାନ ବନ୍ଦର ହୋଇପାରିବ ବୋଲି ପଣ୍ଡା ପ୍ରସ୍ତାବ ଦେଇଛନ୍ତି। ବିମାନ ବନ୍ଦର ଆନ୍ଦୋଳନ ତେଜୁଥିବାରୁ ରାଜନୈତିକ ଦୃଷ୍ଟିରୁ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ବିଚାରକୁ ନ ନେଇ ବିଶ୍ୱବିଦ୍ୟାଳୟ ଜମି ଛଡ଼ାଇ ନେବାର ଚଳାଇଥିବା ପ୍ରୟାସକୁ କଂଗ୍ରେସ ନେତା ଘୋର ନିନ୍ଦା କରିଛନ୍ତି। ଏୟାର ଷ୍ଟ୍ରିପ୍‌ ସମ୍ପ୍ରସାରଣ ଦ୍ୱାରା ୬ରୁ ୮ ଜଣିଆ ଯାତ୍ରୀ ବସିବା ଭଳି ଛୋଟ ବିମାନ ଉଡ଼ାଣ ହେବ। ଏହାଦ୍ୱାରା ବ୍ରହ୍ମପୁର ତଥା ଜିଲାବାସୀଙ୍କ ସ୍ବପ୍ନ ମଉଳିଯିବ। ତେଣୁ ବିଜେଡି ସରକାର ଭୂଆଁ ନ ବୁଲାଇ ପର୍ଯ୍ୟାପ୍ତ ଜମି ଥିବା ସ୍ଥାନରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବାକୁ ପଣ୍ଡା ପୁନର୍ବାର ପ୍ରସଙ୍ଗ ଉଠାଇଛନ୍ତି। ଝାରସୁଗୁଡ଼ା ଭଳି ବୃହତ୍ତ ବିମାନ ବନ୍ଦର ଲାଗି ପଦକ୍ଷେପ ନେବା ଉପରେ ପୀତବାସ ଅଧିକ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri