ଆମ ଜିଲା ଖବର

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ପୁରୀ ଅଫିସ,୯ା ୧୧: କାର୍ତ୍ତିକ ପୂର୍ଣ୍ଣିମା ବା ପଞ୍ଚକ ଶେଷ ଦିବସରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ରନତ୍ସିଂହାସନ ଉପରେ ବିରାଜିତ ଶ୍ରୀବିଗ୍ରହଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ବେଶ ଓ…

ସମ୍ପତ୍ତି ପାଇଁ ଜିଅନ୍ତା ସମାଧି ଉଦ୍ୟମ

ପାରଳାଖେମୁଣ୍ଡି, ୯ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ହରିପୁର ଗ୍ରାମରେ ମଙ୍ଗଳବାର ସମ୍ପତ୍ତି ପାଇଁ ମା’, ଝିଅଙ୍କୁ ଜିଅନ୍ତା ସମାଧି ଉଦ୍ୟମ କରାଯାଉଛି। ହରିପୁର ଗ୍ରାମରେ ଘରବାରି ଜାଗାକୁ ନେଇ ଗ୍ରାମର ଦାଲାମା ଓ ତାଙ୍କ ଝିଅ…

ଭିମ୍‌ସାରରେ ନକଲି ନିଯୁକ୍ତିପତ୍ର

ସମ୍ବଲପୁର, ୯ା୧୧(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ଭିମ୍‌ସାରରେ ୪ଜଣ ଯୁବତୀଯୁବକଙ୍କୁ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସ୍ବାକ୍ଷର ସହ ଓଡ଼ିିଶା ସରକାରଙ୍କ ଲୋଗୋ ରହିଛି। ନିଯୁକ୍ତି ପାଇଥିବା ଜଣେ ଯୁବକ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା…

ଆଜି ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ, ୯ା୧୧: ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନଏଚ୍‌ଏଆଇ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ୍‌ ପ୍ଲାଜା ଦୀର୍ଘ ୬ ବର୍ଷର ପ୍ରତୀକ୍ଷା ପରେ ଯାଜପୁର-ଭଦ୍ରକ ସୀମାନ୍ତବର୍ତ୍ତୀ ନେଉଳିଆ ଛକକୁ ବୁଧବାର ସ୍ଥାନାନ୍ତର ହେବ। ଏଥିପାଇଁ ନେଉଳିଆ…

ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ ଚିଠି। ଚିଠିରେ ଲେଖାଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଙ୍ଗଳବାର…

ମହୁଲି ପିଇ ହାତୀ ମାତାଲ

ପାଟଣା, ୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ରନ୍ଧା ମହୁଲି ମଦ ପୋଚ ପିଇ ୨ ହାତୀ ମାତାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଅଞ୍ଚଳରେ ୩ ଦିନ ହେବ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଉତ୍ପାତ ଚଳାଇଛନ୍ତି।…

ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡ଼ାହାଣ୍ଡି/ଡାବୁଗଁା/ନବରଙ୍ଗପୁର,୯ା୧୧(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାନିଗଁା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶଙ୍କର ହରିଜନ ସ୍କୁଲରୁ ନିଖୋଜ ଅଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ଛାତ୍ରଙ୍କ ଘର ଡାବୁଗାଁ…

ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଜରିମାନା

ଖୋର୍ଦ୍ଧା ଅଫିସ,୯ା୧୧: ଖୋର୍ଦ୍ଧାରେ ବେଆଇନ ଭାବେ ପଥର ଖଣିରୁ ଲଘୁ ଖଣିଜ ଉତ୍ତୋଳନ ଚାଲିଛି। ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ଏକାଧିକ ପଥର ଖଣିରୁ ବେଆଇନଭାବେ ବ୍ୟାପକ ପଥର ଉତ୍ତୋଳନ କରାଯାଉଛି, ଯାହାକି ପରିବେଶ ଉପରେ ଗଭୀର ପ୍ରଭାବ ପକାଇବା ସହ ସରକାର…

ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି ଖବର ପାଇ ପରମ୍ପରାବାଦୀ ତଥା ବଜରଙ୍ଗ ଦଳ ଓ ଭାଜପା…

ଗ୍ରହଣ ଶେଷ ହେବା ପରେ ହେଲା ସ୍ବତନ୍ତ୍ର ନୀତିକାନ୍ତି

ସୋରଡା, ୦୮।୧୧: ଗଞ୍ଜାମ ଜିଲା ସୋରଡା ଅଞ୍ଚଳରେ ବୋଇତ ଭସାଣି ପରମ୍ପରା ଓ ଦେବ ଦର୍ଶନ ନୀତି ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହୋଇ ସକାଳ ୫ଟା ୩୦ରେ ସମ୍ପର୍ଣ୍ଣ ହୋଇଯାଇଛି। ରାତ୍ର ୨ଟାରୁ ଲୋକମାନେ ଋଷିକୁଲ୍ୟା ନଦୀ, ଜରଉ ନଦୀ, ଜଳଭଣ୍ଡାରମାନଙ୍କରେ…

ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର

ଗଞ୍ଜାମ,୮।୧୧(ଡି.ଏନ୍‌.ଏ.): ଓଡିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଥାନା ଅଧିକାରୀଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ମହାସଂଘ ପକ୍ଷରୁ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ୯ଦଫା ସମ୍ବଳିତ ଏକ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

କୋଟଗଡ଼,୮୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ହୋଇଛି। ଏନେଇ ପେଟ୍ରୋଲ ପମ୍ପ ମାଲିକ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?