ଆମ ଜିଲା ଖବର

ବୋଲେରୋ ଧକ୍କାରେ ଶିଶୁ ମୃତ: କନ୍‌ଷ୍ଟେବଳ ଗାଡ଼ି ଚଳାଉଥିବା ସନ୍ଦେହ

କେନ୍ଦୁଝର,୧୧।୧୨(ନି.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ରାଇସୁଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବୋଲେରୋ ଧକ୍କାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଚାଳକ ଏବଂ ଗାଡ଼ିରେ ଥିବା ଅନ୍ୟ ଜଣେ ଗାଡ଼ି ଛାଡ଼ି ଫେରାର…

ପଟ୍ରଗୁଡ଼ାରେ ଝାଡାବାନ୍ତି: ଗୋଟିଏ ପରିବାରର ୮ ଆକ୍ରାନ୍ତ

ବୈପାରିଗୁଡା,୧୧ା୧୨ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଶିଶୁ…

ପୋଖରୀକୁ ଖସିପଡ଼ିଲା ଟ୍ୟାଙ୍କର

ପଡିଆବାହାଲ,୧୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥର ବିନାୟକଡେରା ମଝି ବୁଲାଣିଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି l ସମ୍ବଲପୁରରୁ ଦେବଗଡ଼ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…

କାର ଦୁର୍ଘଟଣାରେ ଯୁବକ ମୃତ

କୋକସରା,୧୧।୧୨(ଡି.ଏନ.ଏ): ଜାତୀୟ ରାଜପଥ ୨୬ କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗାଁ ସ୍କୁଲ ବୁଲାଣି ରାସ୍ତାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାରରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।…

ଜୋରଧରିଲା ବାଲିଗୁଡ଼ା ଜିଲା ଘୋଷଣା ଦାବି

ବାଲିଗୁଡ଼ା,୧୧।୧୨(ଡି.ଏନ୍‌.ଏ.): ବାଲିଗୁଡ଼ାକୁ ଜିଲା ଘୋଷଣା ଦାବି ନେଇ ମିଳିତ ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ଏକ ହୋଟେଲରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକହୋଇ ବାଲିଗୁଡ଼ାକୁ ଜିଲା ଘୋଷଣା କରିବାକୁ…

୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ: ଧରାପଡ଼ିଲେ ଅଟୋ ଚାଳକ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ରବିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗର ମୋବାଇଲ ଟିମ୍‌ ପାଟ୍ରୋଲିଂ କରୁଥିବା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳଥିଲା। ଏନେଇ ଅବକାରୀ ଟିମ୍‌…

ଭିଣୋଇ, ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୧ା୧୨(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ…

ଫିଲ୍ମ ଷ୍ଟାଇଲ୍‌ରେ ବାଇକ୍‌ ସହ କେନାଲ ଭିତରକୁ ପଶିଗଲେ ଯୁବକ: ପରେ ମିଳିଲା ମୃତଦେହ

ସାରସକଣା,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ପୁନାସିଆ ଗ୍ରାମ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ପୁନାସିଆ ବିଟ୍‌ ଗେଟ୍‌ ବନ୍ଧ ଭିତରେ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମିଳିଥିବା ସୂଚନାନୁଯାୟୀ, ଭୂରଷାଣି…

କ୍ରଶର ପାଇଁ ବଢୁଛି ପ୍ରଦୂଷଣ

ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ…

ମଣ୍ଡିରୁ ଉଠୁନାହିଁ ଧାନ

ନୂଆପଡ଼ା ଅଫିସ୍‌,୧୧।୧୨: ନୂଆପଡ଼ା ଜିଲାରେ ମଣ୍ଡି ଖୋଲିବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ଧାନ ଉଠାଯାଇ ନାହିଁ। ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ମୋହରାଡିହି ମଣ୍ଡିରେ ୮୫ଜଣ ଚାଷୀଙ୍କ ୧୦ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ…

ଡିଏଫ୍‌ଓଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଅଫିସ,୧୧ା୧୨: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି କୁରମଟାଙ୍ଗର ଗ୍ରାମରେ ନିକଟରେ ଶନିବାର ବିଳମ୍ବିତ ରାତିରେ ପଥର ମାଫିଆମାନେ ଜିଲା ବନଖଣ୍ଡ ଅଧିକାରୀ ତଥା ଡିଏଫ୍‌ଓ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ମୁଣ୍ଡର…

ଦୃଷ୍ଟି ଆଢୁଆଳରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା,୧୧ା୧୨(ଡି.ଏନ.ଏ.): ଆଉ ଦିନ କେଇଟା ପରେ ନୂଆବର୍ଷ। ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?