ଆମ ଜିଲା ଖବର

କେନ୍ଦୁଝରରେ ଡବଲ ମର୍ଡର

କେନ୍ଦୁଝର,୧୧ା୧୨(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ଶନିବାର ରାତିରେ ଦମ୍ପତିଙ୍କୁ ହାଣି ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ଘର ବାହାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ବେକକୁ ହାଣି…

ସନ୍ତରଣ ଶିଖିବା ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କଟକ ଅଫିସ,୧୧ା୧୨: ସନ୍ତରଣ ଶିଖୁଥିବା ବେଳେ ରବିବାର ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ସୋହେଲ ଖାନ୍‌। ତାଙ୍କ ଘର କଟକର ପୀରବଜାର ଅଞ୍ଚଳରେ। ସୋହେଲ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ୨୦/୨୫ ଜଣଙ୍କ…

ଅଗ୍ନିକାଣ୍ଡରେ ଜଳିଗଲା ଶହଶହ ଧାନ ବିଡ଼ା

ପାଟଣା,୧୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଭୁଲୁଦା ମଝି ସାହି ଖଳାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଚାଷୀ ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଖଳାରେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା…

ପୋଷ୍ଟ ମାଷ୍ଟରଙ୍କ ନାଁରେ ଜବ୍‌କାର୍ଡ

ଦିଗପହଣ୍ଡି,୧୧ା୧୨(ଡି.ଏନ୍‌.ଏ): ଦିଗପହଣ୍ଡି ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ବଦଳରେ ମେଶିନ ଜରିଆରେ କାମ କରାଯାଉଛି। ସେହିପରି କାମ କରି ନ ଥିବା ଲୋକଙ୍କ ନାଁରେ ମଷ୍ଟର ରୋଲ କରାଯାଇ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।…

କ୍ରୀଡ଼ା ହବ୍‌ ହେବ ରେଭେନ୍‌ଶା

କଟକ ଅଫିସ,୧୧ା୧୨: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ରୀଡା ହବ୍‌ ହେବ। ଆସନ୍ତା ଫେବୃୟାରୀରେ ଏହି ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରାୟ ୧୦୦୦ ପ୍ରତିଯୋଗୀ ଏଥିରେ ଭାଗ ନେବେ। ପ୍ରଥମ ଥର ପାଇଁ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର…

ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ମୁଦୁଲି(୧୮)ଙ୍କୁ ପୋଲିସ ଗିରଫ କରି କୋର୍ଟ…

ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ, ବନ୍ଧାହେଲେ ଯୁବକ

ସୋର, ୧୧ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳର ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରି ଅପହରଣ ଅଭିଯୋଗରେ ଖୋର୍ଦ୍ଧା ଜିଲା ଆୟତପୁର ଗ୍ରାମର ଜଣେ ଯୁବକଙ୍କୁ ସୋର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଆୟତପୁର ଗ୍ରାମର ପ୍ରଶାନ୍ତ ନାୟକ ଉକ୍ତ…

ନିମ୍ବଗଛରୁ ଝରୁଛି କ୍ଷୀର, ପୂଜାର୍ଚ୍ଚନା ଲାଗି ଜମୁଛି ଭିଡ଼

ପାରଳାଖେମୁଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ମାଛମରା ନିକଟସ୍ଥ ମୁଡୁବନ୍ଧ ଗ୍ରାମ ନିକଟ ଏକ ଚାଷଜମିରେ ଥିବା ନିମ୍ବଗଛରୁ କ୍ଷୀର ବାହାରୁଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ତଥା ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରବଳ ଭିଡ଼ ଜମୁଥିବାର ମଧ୍ୟ ଦେଖିବାକୁ ମିଳୁଛି।…

ଯୁବକଙ୍କୁ ଛୁରାମାଡ଼ ଘଟଣା: ଜଣେ ଗିରଫ

ବଡ଼ବିଲ,୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଜଣେ ଯୁବକଙ୍କୁ ଗତ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଶନିବାର ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଆଜାଦ…

ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ଭବାନୀପାଟଣା,୧୦ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେପୁର ଥାନା ଅଞ୍ଚଳର ପାହାଡ଼ପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ଥିବା ଖବର ପାଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ’ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଏସ୍‌ଓଜି ଯବାନ ଅଞ୍ଚଳରେ କମ୍ବିଂ ଅପରେଶନ କରିଥିଲେ। ଏହି ସମୟରେ…

କେନ୍ଦୁଝର ଗସ୍ତରେ ନୀତି ଆୟୋଗ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ, ବିଭିନ୍ନ କାର୍ଯ୍ୟର ତଦାରଖ

କେନ୍ଦୁଝର,୧୦ା୧୨(ସ୍ବ.ପ୍ର.): ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ୱରନ ଆୟାରଙ୍କ ନେତୃତ୍ୱରେ ଆୟୋଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶନିବାର କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ…

ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ: ମହାବିଦ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ସାରସକଣା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହୋଇ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମିଳିଥିବା ସୂଚନା ମୁତାବକ ଯୁକ୍ତ ୩ ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?