ଥାନାରେ ହ୍ୟୁମାନ, ଶ୍ରୀୟା

କଟକ ଅଫିସ,୨୦ା୧:ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଦ୍ୱାରା ସମନ ପାଇ କଟକ ମହିଳା ଥାନାରେ ଗୁରୁବାର ହାଜର ହୋଇଛନ୍ତି ଓଲିଉଡ୍‌ର କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହ୍ୟୁମାନ ମହିଳା ଥାନାରେ ପହଞ୍ଚତ୍ଥିବା ବେଳେ ସ୍ତ୍ରୀ ଶ୍ରୀୟା ମିଶ୍ର ପ୍ରାୟ ଘଣ୍ଟାଏ ବିଳମ୍ବରେ ଥାନାରେ ପହଞ୍ଚତ୍ଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ କାଉନ୍‌ସେଲରଙ୍କ ଜରିଆରେ ଉଦ୍ୟମ କରାଯାଇଥିଲା। ଜୋନ୍‌-୨ ଏସିପି, ମହିଳା ଥାନାଧିକାରୀ, ଶ୍ରୀୟାଙ୍କ ବାପା ଓ ହ୍ୟୁମାନଙ୍କ ମା’ଙ୍କ ଉପସ୍ଥିତିରେ କାଉନସେଲିଂ କରାଯାଇଥିଲା। ହେଲେ କୌଣିସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ପୋଲିସ ଉଭୟଙ୍କୁ ୨ଦିନ ସମୟ ଦେଇଛି। ୨ ଦିନ ପରେ ଉଭୟ ମହିଳା ଥାନାକୁ ଆଉ ଥରେ ଆସି ସମାଧାନ କରନ୍ତୁ। ଶ୍ରୀୟାଙ୍କ ପକ୍ଷରୁ ଆସିବାର ଦିନ ସମ୍ପର୍କରେ ଥାନାକୁ ଜଣାଯିବା ପରେ ହ୍ୟୁମାନଙ୍କୁ ଆସିବାକୁ କୁହାଯିବ ବୋଲି ମହିଳା ଥାନା ଆଇଆଇସି ଅନସୂୟା ନାୟକ ସୂଚନା ଦେଇଛନ୍ତି। ଶ୍ରୀୟାଙ୍କ ଅଭିଯୋଗ ଅନୁସାରେ, ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେତୁ ପ୍ରାୟ ୫ମାସ ହେବ ସେ ଶାଶୁଘର ଛାଡ଼ି ଝିଅ ସହ ବାପଘରେ ରହୁଛନ୍ତି। ହ୍ୟୁମାନ ପ୍ରବଳ ମଦ ପିଅନ୍ତି, ନିଶାସକ୍ତ ଅବସ୍ଥାରେ ତାଙ୍କୁ ବାଡ଼ାବାଡ଼ି କରନ୍ତି, ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରନ୍ତି ଆଦିକୁ ଶ୍ରୀୟା ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାର ସମାଧାନ ପାଇଁ ମହିଳା ଥାନା ପୋଲିସ ଉଭୟ ପକ୍ଷଙ୍କୁ ଡାକିଥିଲା। ହ୍ୟୁମାନଙ୍କ ସହ ତାଙ୍କ ମା’ ଶେଫାଳୀ ସୁନା, ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ ଏବଂ ଶ୍ରୀୟାଙ୍କ ସହ ବାପା ଶ୍ରୀକାନ୍ତ ମିଶ୍ର, ଆଇନଜୀବୀ ଅନିଲ କୁମାର ରାୟ କାଉନସେଲିଂ ବେଳେ ଉପସ୍ଥିତ ଥିଲେ। ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର କହିଛନ୍ତି ଯେ, ହ୍ୟୁମାନ ଧର୍ମ ପରିବର୍ତ୍ତନ ନିମନ୍ତେ ତାଙ୍କ ଝିଅକୁ ବାଧ୍ୟ କରୁଥିଲେ। ତାଙ୍କର ପରକୀୟା ପ୍ରୀତି ଥିଲା। ଝିଅକୁ ବିଭିନ୍ନ ସମୟରେ ମାରପିଟ କରୁଥିଲେ। ଏପରି କି ତାକୁ ଜୀବନରେ ମାରି ଦେବାକୁ ମଧ୍ୟ କେତେ ଥର ଉଦ୍ୟମ କରିଛନ୍ତି। ଝିଅ ଜନ୍ମ ହେବା ପରେ ସେ ଆଦୌ ଖୁସି ନ ଥିଲେ। ହ୍ୟୁମାନ ଯୌତୁକ ଦାବି ମଧ୍ୟ କରିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ୫ମାସ ତଳେ ଝିଅକୁ ଅଧିକ ମାରପିଟ କରିବାରୁ ତାକୁ ଘରକୁ ନେଇଆସିଥିଲୁ। ସେତେବେଳେ ହ୍ୟୁମାନ ଓ ତାଙ୍କ ମା’ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ହ୍ୟୁମାନଙ୍କ ମା’ ଶେଫାଳୀ ସୁନା କହିଛନ୍ତି ଯେ, ବୋହୂ ମଦ ପିଏ। ତାଙ୍କ ବାପା, ଭାଇ ମଧ୍ୟ ୮ ଦିନରେ ଥରେ ଲେଖାଏ ଆମ ଘରକୁ ଆସି ଶ୍ରୀୟା ସହ ମଦ ପିଇ ହ୍ୟୁମାନକୁ ପିଆନ୍ତି। ଶ୍ରୀୟା ଶାଶୁଘରେ କିଛି କରେନି କି କାହାରିକୁ ମାନେନି। ଶ୍ରୀୟାଙ୍କ ନାମରେ ପ୍ଲଟ, ଗାଡ଼ି ସବୁ କିଣାଯାଇଛି। ଘର କିଣିବାକୁ ଚାହୁଁଥିଲେ ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା। ଧର୍ମାନ୍ତରୀକରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉଭୟଙ୍କ ଭୁଲ୍‌ ଅଛି। ଉଭୟେ ଭୁଲ ସ୍ବୀକାର କରି ମିଶନ୍ତୁ ବୋଲି ଶେଫାଳୀ କହିଛନ୍ତି। ହ୍ୟୁମାନ କହିଛନ୍ତି ଯେ, ତାଙ୍କ ବିରୋଧରେ ହୋଇଥିବା ସବୁ ଅଭିଯୋଗ ମିଛ। ଧର୍ମାନ୍ତରୀକରଣ ପାଇଁ ଆଦୌ ଚାପ ପକାଇନାହିଁ। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କାହିଁକି ଯୌତୁକ ମାଗିବି ବୋଲି ସେ ପାଲଟା ପ୍ରଶ୍ନ କରିବା ସହ ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି ବୋଲି କହିଛନ୍ତି। ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୁଝାମଣା ପାଇଁ ଉଦ୍ୟମ କରାଯାଇଛି। ସେମାନେ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ୨ ଦିନ ସମୟ ନେଇଛନ୍ତି। ୨ଦିନ ପରେ ପୁଣି ଥାନାକୁ ଆସିବେ। ସେମାନଙ୍କ ଦ୍ୱାରା କୌଣସି ଆପୋସ ସମାଧାନ ନ ହେଲେ ମାମଲା ରୁଜୁ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri