ଥାନାରେ ହ୍ୟୁମାନ, ଶ୍ରୀୟା

କଟକ ଅଫିସ,୨୦ା୧:ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଦ୍ୱାରା ସମନ ପାଇ କଟକ ମହିଳା ଥାନାରେ ଗୁରୁବାର ହାଜର ହୋଇଛନ୍ତି ଓଲିଉଡ୍‌ର କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହ୍ୟୁମାନ ମହିଳା ଥାନାରେ ପହଞ୍ଚତ୍ଥିବା ବେଳେ ସ୍ତ୍ରୀ ଶ୍ରୀୟା ମିଶ୍ର ପ୍ରାୟ ଘଣ୍ଟାଏ ବିଳମ୍ବରେ ଥାନାରେ ପହଞ୍ଚତ୍ଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ କାଉନ୍‌ସେଲରଙ୍କ ଜରିଆରେ ଉଦ୍ୟମ କରାଯାଇଥିଲା। ଜୋନ୍‌-୨ ଏସିପି, ମହିଳା ଥାନାଧିକାରୀ, ଶ୍ରୀୟାଙ୍କ ବାପା ଓ ହ୍ୟୁମାନଙ୍କ ମା’ଙ୍କ ଉପସ୍ଥିତିରେ କାଉନସେଲିଂ କରାଯାଇଥିଲା। ହେଲେ କୌଣିସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ପୋଲିସ ଉଭୟଙ୍କୁ ୨ଦିନ ସମୟ ଦେଇଛି। ୨ ଦିନ ପରେ ଉଭୟ ମହିଳା ଥାନାକୁ ଆଉ ଥରେ ଆସି ସମାଧାନ କରନ୍ତୁ। ଶ୍ରୀୟାଙ୍କ ପକ୍ଷରୁ ଆସିବାର ଦିନ ସମ୍ପର୍କରେ ଥାନାକୁ ଜଣାଯିବା ପରେ ହ୍ୟୁମାନଙ୍କୁ ଆସିବାକୁ କୁହାଯିବ ବୋଲି ମହିଳା ଥାନା ଆଇଆଇସି ଅନସୂୟା ନାୟକ ସୂଚନା ଦେଇଛନ୍ତି। ଶ୍ରୀୟାଙ୍କ ଅଭିଯୋଗ ଅନୁସାରେ, ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେତୁ ପ୍ରାୟ ୫ମାସ ହେବ ସେ ଶାଶୁଘର ଛାଡ଼ି ଝିଅ ସହ ବାପଘରେ ରହୁଛନ୍ତି। ହ୍ୟୁମାନ ପ୍ରବଳ ମଦ ପିଅନ୍ତି, ନିଶାସକ୍ତ ଅବସ୍ଥାରେ ତାଙ୍କୁ ବାଡ଼ାବାଡ଼ି କରନ୍ତି, ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରନ୍ତି ଆଦିକୁ ଶ୍ରୀୟା ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାର ସମାଧାନ ପାଇଁ ମହିଳା ଥାନା ପୋଲିସ ଉଭୟ ପକ୍ଷଙ୍କୁ ଡାକିଥିଲା। ହ୍ୟୁମାନଙ୍କ ସହ ତାଙ୍କ ମା’ ଶେଫାଳୀ ସୁନା, ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ ଏବଂ ଶ୍ରୀୟାଙ୍କ ସହ ବାପା ଶ୍ରୀକାନ୍ତ ମିଶ୍ର, ଆଇନଜୀବୀ ଅନିଲ କୁମାର ରାୟ କାଉନସେଲିଂ ବେଳେ ଉପସ୍ଥିତ ଥିଲେ। ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର କହିଛନ୍ତି ଯେ, ହ୍ୟୁମାନ ଧର୍ମ ପରିବର୍ତ୍ତନ ନିମନ୍ତେ ତାଙ୍କ ଝିଅକୁ ବାଧ୍ୟ କରୁଥିଲେ। ତାଙ୍କର ପରକୀୟା ପ୍ରୀତି ଥିଲା। ଝିଅକୁ ବିଭିନ୍ନ ସମୟରେ ମାରପିଟ କରୁଥିଲେ। ଏପରି କି ତାକୁ ଜୀବନରେ ମାରି ଦେବାକୁ ମଧ୍ୟ କେତେ ଥର ଉଦ୍ୟମ କରିଛନ୍ତି। ଝିଅ ଜନ୍ମ ହେବା ପରେ ସେ ଆଦୌ ଖୁସି ନ ଥିଲେ। ହ୍ୟୁମାନ ଯୌତୁକ ଦାବି ମଧ୍ୟ କରିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ୫ମାସ ତଳେ ଝିଅକୁ ଅଧିକ ମାରପିଟ କରିବାରୁ ତାକୁ ଘରକୁ ନେଇଆସିଥିଲୁ। ସେତେବେଳେ ହ୍ୟୁମାନ ଓ ତାଙ୍କ ମା’ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ହ୍ୟୁମାନଙ୍କ ମା’ ଶେଫାଳୀ ସୁନା କହିଛନ୍ତି ଯେ, ବୋହୂ ମଦ ପିଏ। ତାଙ୍କ ବାପା, ଭାଇ ମଧ୍ୟ ୮ ଦିନରେ ଥରେ ଲେଖାଏ ଆମ ଘରକୁ ଆସି ଶ୍ରୀୟା ସହ ମଦ ପିଇ ହ୍ୟୁମାନକୁ ପିଆନ୍ତି। ଶ୍ରୀୟା ଶାଶୁଘରେ କିଛି କରେନି କି କାହାରିକୁ ମାନେନି। ଶ୍ରୀୟାଙ୍କ ନାମରେ ପ୍ଲଟ, ଗାଡ଼ି ସବୁ କିଣାଯାଇଛି। ଘର କିଣିବାକୁ ଚାହୁଁଥିଲେ ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା। ଧର୍ମାନ୍ତରୀକରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉଭୟଙ୍କ ଭୁଲ୍‌ ଅଛି। ଉଭୟେ ଭୁଲ ସ୍ବୀକାର କରି ମିଶନ୍ତୁ ବୋଲି ଶେଫାଳୀ କହିଛନ୍ତି। ହ୍ୟୁମାନ କହିଛନ୍ତି ଯେ, ତାଙ୍କ ବିରୋଧରେ ହୋଇଥିବା ସବୁ ଅଭିଯୋଗ ମିଛ। ଧର୍ମାନ୍ତରୀକରଣ ପାଇଁ ଆଦୌ ଚାପ ପକାଇନାହିଁ। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କାହିଁକି ଯୌତୁକ ମାଗିବି ବୋଲି ସେ ପାଲଟା ପ୍ରଶ୍ନ କରିବା ସହ ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି ବୋଲି କହିଛନ୍ତି। ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୁଝାମଣା ପାଇଁ ଉଦ୍ୟମ କରାଯାଇଛି। ସେମାନେ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ୨ ଦିନ ସମୟ ନେଇଛନ୍ତି। ୨ଦିନ ପରେ ପୁଣି ଥାନାକୁ ଆସିବେ। ସେମାନଙ୍କ ଦ୍ୱାରା କୌଣସି ଆପୋସ ସମାଧାନ ନ ହେଲେ ମାମଲା ରୁଜୁ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?