୫ ଏକର ଜମିରୁ ଶାଳ ଜଙ୍ଗଲ ପଦା

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜ ଗୁମି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁରିଆମ୍ବା ନୂଆସାହିସ୍ଥିତ ଶାଳ ଜଙ୍ଗଲରୁ ୫ ଏକର ଶାଳ ଗଛ ପଦା ହୋଇଗଲାଣି । ଗୁମି ଫରେଷ୍ଟରଙ୍କୁ ସରୁ ମୁଗ ଡାଲି ପରି ଉପହାର ଦେଇ କେତେଜଣ ବ୍ୟକ୍ତି ଜଙ୍ଗଲ ପଦା କରୁଛନ୍ତି। ସ୍ଥାନୀୟ ବନ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ ସତ୍ତ୍ୱେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଭଳିସ୍ଥଳେ ଅଭିଯୋଗ ପାଇ ଡିଏଫ୍‌ଓ ଘଟଣାର ତଦନ୍ତ କରାଇ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ମୁରିଆମ୍ବା ନୂଆସାହିର ଅନିରୁଦ୍ଧ ମାଝି କୁହନ୍ତି, ଆମ ଆଖି ଆଗରେ ଜଙ୍ଗଲ ପଦା ହୋଇ ଚାଲିଛି। ଆମେ ନୂଆସାହି ବନ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ମନା କଲା ପରେ ବି ଜଙ୍ଗଲ ପଦା କରୁଥିବା ଲୋକମାନେ ଶୁଣୁ ନାହାନ୍ତି । ଜଙ୍ଗଲରୁ ଶାଳ ଗଛ ଲୋପ ପାଇ ଚାଲିଛି । ଯଦିବା ଗଣ୍ଡଗୋଳ ଲାଗିନୁ ତେବେ ମାଡଗୋଳଠାରୁ ଅଧିକ ହୋଇ ସାରିଲାଣି । ପ୍ରତିବାଦ କଲେ ଉତ୍ତର ମିଳୁଛି ସରକାରଙ୍କ ଜମି । ଗଛ କାଟିଲେ ତମର କ’ଣ ଗଲା । ଜୋର ଯାର ମୁଲକ ତାର। ଗଁା ଶ୍ମଶାନରୁ ଗଛ କାଟେନା କହିବାରୁ ଆମ କଥା ଶୁଣୁ ନାହାନ୍ତି । ଫରେଷ୍ଟରଙ୍କୁ ସରୁ ମୁଗଡାଲି ଉପହାରରେ ଦୋଇଛୁ । ଅଭିଯୋଗ କଲେ କିଛି ଫରକ ପଡିବନି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ଫରେଷ୍ଟଙ୍କ ସହଯୋଗ ମିଳି ନ ଥିଲେ ଜଙ୍ଗଲ ସଫା ହୁଅନ୍ତା ନାହିଁ । ଗଣମାଧ୍ୟମ ପକ୍ଷରୁ ବନବିଭାଗକୁ ପଚାରିଲେ ବାହାନା ଦେଖାଇ ଘଟଣାକୁ ଚାପି ଦେବେ । ଆମର ଅଭିଯୋଗ ଶୁଣିଥିଲେ ୫ ଏକରରୁ ଅଧିକ ଶାଳ ଜଙ୍ଗଲ ପଦା ହୋଇ ନ ଥାନ୍ତା । ଏବେ ବି ଜଙ୍ଗଲ ପଦା ହୋଇ ଚାଲିଛି ବୋଲି ସେ କହି କ୍ଷୋଭ ପ୍ରକାଶ କରିଛନ୍ତି ।
ଗୁମି ଫରେଷ୍ଟର ପବିତ୍ର ମୋହନ ପରିଡା କୁହନ୍ତି, କେତେକ ପରିବାର ଜଙ୍ଗଲକୁ ସଫା କରି ଚାଲିଛନ୍ତି । ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବି ସୁଫଳ ମିଳିନି । ସରୁ ମୁଗଡାଲି ଉପହାର ପାଇ ଜଙ୍ଗଲ କାଟିବାକୁ ମୁଁ ଯେଉଁ ଅନୁମତି ଦେଇଛି ବୋଲି କଥା ଉଠିଛି ସେପରି ଅଭିଯୋଗର ସତ୍ୟତା ନାହିଁ । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି । ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ନୂଆସାହି ଶାଳ ଜଙ୍ଗଲ ପଦା ନେଇ ଅଭିଯୋଗ ପରେ ଫରେଷ୍ଟର ତଦନ୍ତ କରିଛନ୍ତି । ତଦନ୍ତରୁ ଜଣା ପଡିଛି ୪ରୁ ୫ଟି ପରିବାର ସରକାରୀ ଜମିକୁ ଅକ୍ତିଆର କରି ୨୦ରୁ ୨୫ ବର୍ଷ ହେଲା ନୂଆସାହି ଜଙ୍ଗଲିଆ ଅଞ୍ଚଳରେ ଅଛନ୍ତି । ଅଳ୍ପ କିଛି ଅଞ୍ଚଳ ଆମ ବନବିଭାଗକୁ ଲାଗି ଅଛି । ସେମାନେ କାଜୁ ଗଛ ଲଗାଇଛନ୍ତି । ଏଭଳିସ୍ଥଳେ ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କୁ କୁହାଯାଇଛି କେତେ ଜଙ୍ଗଲ ଜମି ଜବରଦଖଲ କରିଛନ୍ତି ସେନେଇ ରିପୋର୍ଟ ଦେବେ । ରିପୋର୍ଟ ମିଳିବା ପରେ ଜବରଦଖଲକାରୀଙ୍କ ନଁାରେ ମାମଲା ରୁଜୁ ହେବ ବୋଲି କହିଛନ୍ତି । ଅନ୍ୟପକ୍ଷେ ବିରୁଡ଼ାର ଝାରପଡ଼ା ଜଙ୍ଗଲରୁ ଗଛ କଟା ନେଇ କହିଥିଲେ ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କ ଜଙ୍ଗଲରୁ ଶାଳ ଗଛ କଟାଯାଇଛି । ଘଟଣାର ତଦନ୍ତ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?