୫ ଏକର ଜମିରୁ ଶାଳ ଜଙ୍ଗଲ ପଦା

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜ ଗୁମି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁରିଆମ୍ବା ନୂଆସାହିସ୍ଥିତ ଶାଳ ଜଙ୍ଗଲରୁ ୫ ଏକର ଶାଳ ଗଛ ପଦା ହୋଇଗଲାଣି । ଗୁମି ଫରେଷ୍ଟରଙ୍କୁ ସରୁ ମୁଗ ଡାଲି ପରି ଉପହାର ଦେଇ କେତେଜଣ ବ୍ୟକ୍ତି ଜଙ୍ଗଲ ପଦା କରୁଛନ୍ତି। ସ୍ଥାନୀୟ ବନ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ ସତ୍ତ୍ୱେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଭଳିସ୍ଥଳେ ଅଭିଯୋଗ ପାଇ ଡିଏଫ୍‌ଓ ଘଟଣାର ତଦନ୍ତ କରାଇ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ମୁରିଆମ୍ବା ନୂଆସାହିର ଅନିରୁଦ୍ଧ ମାଝି କୁହନ୍ତି, ଆମ ଆଖି ଆଗରେ ଜଙ୍ଗଲ ପଦା ହୋଇ ଚାଲିଛି। ଆମେ ନୂଆସାହି ବନ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ମନା କଲା ପରେ ବି ଜଙ୍ଗଲ ପଦା କରୁଥିବା ଲୋକମାନେ ଶୁଣୁ ନାହାନ୍ତି । ଜଙ୍ଗଲରୁ ଶାଳ ଗଛ ଲୋପ ପାଇ ଚାଲିଛି । ଯଦିବା ଗଣ୍ଡଗୋଳ ଲାଗିନୁ ତେବେ ମାଡଗୋଳଠାରୁ ଅଧିକ ହୋଇ ସାରିଲାଣି । ପ୍ରତିବାଦ କଲେ ଉତ୍ତର ମିଳୁଛି ସରକାରଙ୍କ ଜମି । ଗଛ କାଟିଲେ ତମର କ’ଣ ଗଲା । ଜୋର ଯାର ମୁଲକ ତାର। ଗଁା ଶ୍ମଶାନରୁ ଗଛ କାଟେନା କହିବାରୁ ଆମ କଥା ଶୁଣୁ ନାହାନ୍ତି । ଫରେଷ୍ଟରଙ୍କୁ ସରୁ ମୁଗଡାଲି ଉପହାରରେ ଦୋଇଛୁ । ଅଭିଯୋଗ କଲେ କିଛି ଫରକ ପଡିବନି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ଫରେଷ୍ଟଙ୍କ ସହଯୋଗ ମିଳି ନ ଥିଲେ ଜଙ୍ଗଲ ସଫା ହୁଅନ୍ତା ନାହିଁ । ଗଣମାଧ୍ୟମ ପକ୍ଷରୁ ବନବିଭାଗକୁ ପଚାରିଲେ ବାହାନା ଦେଖାଇ ଘଟଣାକୁ ଚାପି ଦେବେ । ଆମର ଅଭିଯୋଗ ଶୁଣିଥିଲେ ୫ ଏକରରୁ ଅଧିକ ଶାଳ ଜଙ୍ଗଲ ପଦା ହୋଇ ନ ଥାନ୍ତା । ଏବେ ବି ଜଙ୍ଗଲ ପଦା ହୋଇ ଚାଲିଛି ବୋଲି ସେ କହି କ୍ଷୋଭ ପ୍ରକାଶ କରିଛନ୍ତି ।
ଗୁମି ଫରେଷ୍ଟର ପବିତ୍ର ମୋହନ ପରିଡା କୁହନ୍ତି, କେତେକ ପରିବାର ଜଙ୍ଗଲକୁ ସଫା କରି ଚାଲିଛନ୍ତି । ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବି ସୁଫଳ ମିଳିନି । ସରୁ ମୁଗଡାଲି ଉପହାର ପାଇ ଜଙ୍ଗଲ କାଟିବାକୁ ମୁଁ ଯେଉଁ ଅନୁମତି ଦେଇଛି ବୋଲି କଥା ଉଠିଛି ସେପରି ଅଭିଯୋଗର ସତ୍ୟତା ନାହିଁ । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି । ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ନୂଆସାହି ଶାଳ ଜଙ୍ଗଲ ପଦା ନେଇ ଅଭିଯୋଗ ପରେ ଫରେଷ୍ଟର ତଦନ୍ତ କରିଛନ୍ତି । ତଦନ୍ତରୁ ଜଣା ପଡିଛି ୪ରୁ ୫ଟି ପରିବାର ସରକାରୀ ଜମିକୁ ଅକ୍ତିଆର କରି ୨୦ରୁ ୨୫ ବର୍ଷ ହେଲା ନୂଆସାହି ଜଙ୍ଗଲିଆ ଅଞ୍ଚଳରେ ଅଛନ୍ତି । ଅଳ୍ପ କିଛି ଅଞ୍ଚଳ ଆମ ବନବିଭାଗକୁ ଲାଗି ଅଛି । ସେମାନେ କାଜୁ ଗଛ ଲଗାଇଛନ୍ତି । ଏଭଳିସ୍ଥଳେ ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କୁ କୁହାଯାଇଛି କେତେ ଜଙ୍ଗଲ ଜମି ଜବରଦଖଲ କରିଛନ୍ତି ସେନେଇ ରିପୋର୍ଟ ଦେବେ । ରିପୋର୍ଟ ମିଳିବା ପରେ ଜବରଦଖଲକାରୀଙ୍କ ନଁାରେ ମାମଲା ରୁଜୁ ହେବ ବୋଲି କହିଛନ୍ତି । ଅନ୍ୟପକ୍ଷେ ବିରୁଡ଼ାର ଝାରପଡ଼ା ଜଙ୍ଗଲରୁ ଗଛ କଟା ନେଇ କହିଥିଲେ ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କ ଜଙ୍ଗଲରୁ ଶାଳ ଗଛ କଟାଯାଇଛି । ଘଟଣାର ତଦନ୍ତ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri