ଖବରଦାତାଙ୍କୁ ଯାଜପୁର ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର
ଯାଜପୁର ଟାଉନ,୨୦ା୧(ଡି.ଏନ୍.ଏ.):ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ଗୁରୁବାର ଯାଜପୁର ଜିଲାପାଳଙ୍କ ବାସଭବନକୁ ଧାନ ବିକ୍ରି ସମସ୍ୟା ନେଇ ଅଭିଯୋଗ କରିବାକୁ ଯିବାବେଳେ ଓଟିଭିର ଜଣେ ଖବରଦାତାଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଖବରଦାତା ସଞ୍ଜୀବ କୁମାର ନାୟକ ସେଠାରେ ଖବର ସଂଗ୍ରହ…
ଭିସେରା ରିପୋର୍ଟକୁ ଅପେକ୍ଷା
ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିଲେ ସୁଦ୍ଧା ଏହାକୁ ସାର୍ବଜନିନ କରାଯାଇନାହିଁ। ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା…
ମାଡ଼ିଗଲା ଟ୍ରାକ୍ଟର: ଚାଲିଗଲା ଜେଜେ, ନାତିଙ୍କ ଜୀବନ
କୁଆଁରମୁଣ୍ଡା,୧୯।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଟାଙ୍ଗରାଣୀ ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଜେଜେ ଏବଂ ନାତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରାକ୍ଟର(ନଂ.ଓଆର୍ ୧୪ ଆର୍ ୪୮୪୫) ହଠାତ୍…
୨୭ରୁ ବୁଦ୍ଧଖୋଲ ମହୋତ୍ସବ
ବୁଗୁଡ଼ା,୧୯ା୧(ଡି.ଏନ୍.ଏ.): ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଜାନୁୟାରୀ ୨୭, ୨୮, ୨୯ ତାରିଖ ୩ ଦିନ ଧରି ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ତିମ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ…
ମହିଳାଙ୍କୁ ଗଣବଳାତ୍କାର
କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ମହିଳାଙ୍କ…
ପିଏଲ୍ଏଫ୍ଆଇର ପୋଡ଼ାଜଳା
ସୁନ୍ଦରଗଡ଼/ନୂଆଗାଁ,୧୯।୧(ଡି.ଏନ୍.ଏ.): କିଛିମାସ ବନ୍ଦ ରହିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ପିଏଲ୍ଏଫ୍ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ) ସଙ୍ଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନାଠାରୁ ୧୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ ସିମଡେଗା…
ଦାଣ୍ଡରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କୁ ଅପହରଣ
ଔପଦା,୧୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମରୁ ୧୭ ତାରିଖରେ ୧ ବର୍ଷ ୮ ମାସର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।…
ମହଙ୍ଗା ପଡ଼ିଲା ଟ୍ରେନ୍ରେ କଇଁଛ ଧରି ଯିବା: ଫଟୋ ଶେୟାର ପରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର ଅଫିସ,୧୯ା୧: ବେଆଇନ ଭାବେ ବିରଳ ପ୍ରଜାତିର ପ୍ରାଣୀ କିମ୍ବା ପକ୍ଷୀଙ୍କୁ ରଖିବା ଦଣ୍ଡନୀୟ ଅପରାଧ। ଏଭଳି ପରିସ୍ଥିତିରେ ଏକ କଇଁଛକୁ ଧରି ପାଳିବା ପାଇଁ ଘରକୁ ନେଉଥିବା ବେଳେ ପଶ୍ଚିମବଙ୍ଗ ଛବିଶପ୍ରଗଣା ଜିଲାର ତପନ ମଣ୍ଡଳଙ୍କୁ ମହଙ୍ଗା ପଡିଛି। ଟ୍ରେନ୍ରେ…
୨୦ ଏକର ଜମିରେ କୋଟିଆରେ ଷ୍ଟ୍ରବେରି ଚାଷ
କୋରାପୁଟ,୧୯ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ଉତ୍ତମ ପରିବେଶ ଯୋଗୁ ଷ୍ଟ୍ରବେରି ଚାଷ ବେଶ୍ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗତ ୨ ବର୍ଷ ହେଲା ଉକ୍ତ ଅଞ୍ଚଳରେ…
କାରଖାନା ପାଇଁ ଜମି ଛାଡିବାକୁ ଅମଙ୍ଗ, ତହସିଲ ଘେରାଉ
କେନ୍ଦୁଝର,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରାଯାଇଛି। ଏହି ଜମିକୁ ଇଡକୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ।…
କୋଣ୍ଡାଦୋରାଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ ପାଇଁ ତଦନ୍ତ ପ୍ରକିୟା ଆରମ୍ଭ
ଚିତ୍ରକୋଣ୍ଡା,୧୯।୧(ଡି.ଏନ୍.ଏ.): ଦୀର୍ଘ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ନାଗଲୁରୁ, ପାପୁଲୁର ଏବଂ କୁରୁମାନୁର ପଞ୍ଚାୟତର ୧ ହଜାରରୁ ଊର୍ଦ୍ଧ୍ୱ କୋଣ୍ଡାଦୋରା ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତିର ମାନ୍ୟତା ନେଇ ଦାବି କରିଆସୁଥିଲେ। ହେଲେ ତାଙ୍କୁ ନିରାଶ…
ଧାନ ଅମଳ ମେଶିନରେ ଚାପିହୋଇ ଜଣେ ମୃତ
ହିଞ୍ଜିଳିକାଟୁ,୧୯।୧(ଡି.ଏନ.ଏ.): ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଏକ ବିଲରେ ଜଣେ କୃଷି ଶ୍ରମିକଙ୍କୁ ଧାନ ଅମଳ ମେଶିନରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କରାଖଣ୍ଡି ଗ୍ରାମର ସନ୍ତୋଷ କୁମାର ଦାସ। ଖବରପାଇ ହିଞ୍ଜିଳି ପୋଲିସ…

