ଧିମେଇଛି ସ୍ବର: କୋହିନୁର ଆଶା ମଉଳୁଛି

ପୁରୀ ଅଫିସ,୨୦ା୧:ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ଥିବା ବହୁଚର୍ଚ୍ଚିତ କୋହିନୁର ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ଏହାକୁ ତୁରନ୍ତ ନିଜ ଦେଶକୁ ଫେରାଇ ଆଣିବାକୁ କିଛିମାସ ତଳେ ଦାବି ଉଠିଥିଲା। ଏପରିକି ଏ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀଜଗନ୍ନାଥ ସେନା କହିଥିଲା। ତେବେ ସେହି ଦାବି ଏବେ ଧିମେଇ ଯାଇଛି। ଫଳରେ କୋହିନୁର ହୀରା ଭାରତ ଓ ଶ୍ରୀକ୍ଷେତ୍ର ଫେରିବା ନେଇ ଆଶା ଧୀରେ ଧୀରେ ମଉଳି ଯିବାକୁ ବସିଛି। ପୁଣି ଏ ନେଇ ଜୋରଦାର ଆନ୍ଦୋଳନ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ୧୮୩୬ ମସିହାରେ ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ୍‌ ସିଂ ପୁରୀ ଆସିଥିଲେ। ସେହି ସମୟରେ ୫୦ ଲକ୍ଷ ବ୍ରିଟିଶ ମୁଦ୍ରା ସହ କୋହିନୁର ହୀରା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିବେ ବୋଲି ସଂକଳ୍ପ କରିଥିଲେ। ଏ ନେଇ ସଂକଳ୍ପ ପତ୍ର ଲେଖିଥିଲେ। ମହାରାଜା ରଣଜିତ ସିଂଙ୍କ ଏହି ସ୍ବଲିଖିତ ସଂକଳ୍ପ ପତ୍ର ଏବେ ବି ପୁରୀର କୌଳିକ ପଣ୍ଡା କେ.ଏଚ୍‌. ପ୍ରତିହାରୀଙ୍କ ପାଖରେ ଥିବା ଶୁଣିବାକୁ ମିଳେ। ତେବେ ସମୟ କ୍ରମେ ବ୍ରିଟିଶ ଶାସକ ଶିଖ୍‌ ସାମ୍ରାଜ୍ୟକୁ ଆକ୍ରମଣ କରି ରଣଜିତ ସିଂଙ୍କ ନାବାଳକ ଉତ୍ତରାଧିକାରୀଙ୍କଠାରୁ ସେହି କୋହିନୂର ହୀରାକୁ ଇଂଲଣ୍ଡ ନେଇଯାଇଥିବା ଚର୍ଚ୍ଚା ହୁଏ। ତେବେ କୋହିନୁର ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓ ତାହାକୁ ଫେରାଇ ଆଣିବାକୁ କିଛିମାସ ତଳେ ବିଭିନ୍ନ ମହଲରେ ଦାବି ଉଠିଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ଦାବି ଉଠାଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ। ମାତ୍ର ସମ୍ପ୍ରତି ସେହି ସ୍ବର ଧିମେଇ ଯାଇଛି। ଏନେଇ ପଚାରିବାରେ ପଟ୍ଟନାୟକ କହିଛନ୍ତି, କୋହିନୁର ହୀରାକୁ ଫେରାଇ ଆଣି ମହାପ୍ରଭୁଙ୍କୁ ସମର୍ପି ଦେବା ପାଇଁ ତାଙ୍କର ପ୍ରଚେଷ୍ଟା ଆଜି ମଧ୍ୟ ଜାରି ରହିଛି। ଇଂଲଣ୍ଡର ରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ଜୀବିତାବସ୍ଥାରେ ସେ ତାଙ୍କୁ ଚିଠି ଲେଖିଥିଲେ। ଇଂଲଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ତେବେ ଏ ସଂକ୍ରାନ୍ତ ନିଷ୍ପତ୍ତି ଇଂଲଣ୍ଡ ସରକାରଙ୍କ ହାତରେ ରହିଛି, ତେଣୁ ସେ ଇଂଲଣ୍ଡ ଆସି ସରକାରଙ୍କ ସହିତ ଆଲୋଚନା କରନ୍ତୁ ବୋଲି ରାଣୀଙ୍କ ତରଫରୁ ସୂଚନା ଦିଆଯାଇଥିଲା। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ କୋଲକାତା ଯାଇ ଇଂଲଣ୍ଡ ଯିବା ଲାଗି ଭିଜା ଆବେଦନ କରିଥିଲେ। ମାତ୍ର ଇଂଲଣ୍ଡ ସରକାର ତାଙ୍କୁ ଗରିବ କହି ଭିଜା ଦେବାକୁ ମନା କରିଦେଇଛନ୍ତି। ତାଙ୍କର ୪୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ଭିଜା ମିଳିଲା ନାହିଁ। ତେବେ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନ ଥିବାରୁ ସେ ଏ ନେଇ ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ସେହିପରି ଏହି ପ୍ରସଙ୍ଗରେ ସେ ଭାରତର ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଓ ନିଷ୍ପତ୍ତି ଅନୁଯାୟୀ ଯାହା କିଛି ହୋଇପାରିବ ବୋଲି ତାଙ୍କୁ କୁହାଯାଇଛି। ତେବେ କାର୍ଯ୍ୟବ୍ୟସ୍ତ ଥିବାରୁ ସେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ପାରିନାହାନ୍ତି। ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଓଡ଼ିିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ମହାରାଜା ରଣଜିତ ସିଂ ପୁରୀ ଆସିଥିବାବେଳେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାରରେ ଶିବିର ପକାଇ ରହିଥିଲେ। ବର୍ତ୍ତମାନ ଦୁଇଟି ସ୍ଥାନରେ ସମ୍ପୃୃକ୍ତ ଲେଖା ରହିଛି, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, କୋହିନୁର ହୀରା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ଘୋଷଣା କରୁଛି। ତେଣୁ ଏବେ ତାହା କିଭଳି ଶ୍ରୀକ୍ଷେତ୍ର ଆସିବ ସେନେଇ ଚେଷ୍ଟା ହେବା ଦରକାର। ସେହିପରି ଦଇତାପତି ସେବାୟତ କୀର୍ତ୍ତି ପ୍ରକାଶ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ମଥାରେ କୋହିନୂର ହୀରା ଶୋଭା ପାଇବା ଉଚିତ। ମହାପ୍ରଭୁଙ୍କ ଅଳଙ୍କାର ତାଙ୍କ ନିକଟରୁ ଫେରି ଆସିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ। ଅନ୍ୟପକ୍ଷରେ ୧୯୪୭ ମସିହା ପରଠାରୁ ପ୍ରାୟ ୫ଥର ବ୍ରିଟିଶ ସରକାରଙ୍କୁ ଭାରତ ପକ୍ଷରୁ କୋହିନୁର ହୀରା ଫେରାଇ ଦେବା ପାଇଁ ଦାବି କରାଯାଇଥିଲେ ମଧ୍ୟ ସଫଳତା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri