ଆମ ଜିଲା ଖବର

ପଦ୍ମପୁର ଉପନିର୍ବାଚନ: ଚାଲିଛି ଭୋଟ ଗଣତି

ପଦ୍ମପୁର, ୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଦ୍ମପୁର ଆର୍‌ଏମ୍‌ସି ପରିସର ଭୋଟଗଣତି କେନ୍ଦ୍ରରେ ଏହା ଚାଲିଛି। ୧୪ ଟେବୁଲରେ ଗଣତି ଚାଲିଥିବାବେଳେ ୨୩ ରାଉଣ୍ଡରେ…

ଇଭିଏମ୍‌ ଅଦଳବଦଳ ଅଭିଯୋଗ: ଗଣତି ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାଜପା

ବରଗଡ଼ ଅଫିସ,୭ା୧୨: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୂର୍ବାହ୍ନ ୮ଟାରୁ ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ମତଦାନ ହୋଇଥିବା କିଛି ଇଭିଏମ୍‌କୁ ନେଇ ଅଭିଯୋଗ ଉଠିଛି। ୧୧ ବୁଥ୍‌ରେ ଇଭିଏମ୍‌ ଅଦଳବଦଳ ହୋଇଥିବା…

ବିଲରେ କାଟୁଥିଲେ ଧାନ, ଏବେ ପଢ଼ିବେ ଡାକ୍ତରୀ ପାଠ; ଖର୍ଚ୍ଚ ବହନ କରିବେ ସରକାର

ବାଲିଗୁଡ଼ା,୭ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ତାଙ୍କର ବାପା ଅତ୍ୟନ୍ତ ଗରିବ ହୋଇଥିବାବେଳେ ସେ ହଷ୍ଟେଲ ଏବଂ ଅନ୍ୟାନ୍ୟ ପାଠପଢ଼ା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ। ଇଫୁ…

ଡାକ୍ତରଖାନା ପରିସରରେ ଶିଶୁପୁତ୍ରକୁ ଫିଙ୍ଗି ପଳାଇଲେ

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। କିଏ କେବେ ଫୋପାଡ଼ିଛି ଜଣା ପଡ଼ି ନ ଥିଲେ ହେଁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ସୂଚନାନୁସାରେ, ଜିଲା ମୁଖ୍ୟ…

ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ବିରୋଧ

ଦେବଗଡ଼,୭ା୧୨(ଡି.ଏନ୍‌.ଏ.): ସ୍ଥାନୀୟ ଟାଉନ୍‌ ହଲ୍‌ ସମ୍ମୁଖରେ ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ବିରୋଧ କରି ବୁଧବାର ପୌରପରିଷଦର କେତେକ କାଉନସିଲର ଏସ୍‌ପି ପ୍ରମୋଦ କୁମାର ରଥଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଭେଣ୍ଡିଂ ଜୋନ୍‌ ନିର୍ମାଣ ହେଲେ…

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୭ା୧୨: ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ। ଛତିଶା ନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ କି ପ୍ୟାଡ ଫୋନ୍‌ ବ୍ୟବହାର କରିପାରିବେ ସେବାୟତ ଓ ପ୍ରାଧିକୃତ ଅଧିକାରୀ। ନୀତି ସମ୍ପର୍କିତ ସୂଚନା ପାଇଁ କେବଳ…

ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍‌ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍‌ ଲୁଟ୍‌ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବୁଧବାର ଅପରାହ୍ନରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବାବେଳେ ଘର ନିକଟରେ ଜଣେ ଯୁବକ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

କୋକସରା,୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨ର କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ଟିର୍ଲିଆମ ଛକ ନିକଟରେ ମଙ୍ଗଳବାର ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ…

୮୬୬ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା, କାର୍ଡ ପ୍ରଦାନ

କୋକସରା,୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ବ୍ଲକର ୨୨ ପଞ୍ଚାୟତର ମଧୁବାବୁ ପେନ୍‌ସନ୍‌ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୮୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ଓ କାର୍ଡ ପ୍ରଦାନ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

କାର୍‌ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର

କଣ୍ଟାପଡ଼ା,୭ା୧୨(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ରାତିରେ ଓଡି ୦୫ କ୍ୟୁ ୬୩୬୨ ନମ୍ବର ବିଶିଷ୍ଟ ଏକ କାର୍‌ରେ ୫…

ପଦ୍ମପୁର ଉପନିର୍ବାଚନ: ଗୁରୁବାର ଆସିବ ଫଳାଫଳ

ପଦ୍ମପୁର,୭।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନର ଫଳାଫଳ ଗୁରୁବାର ଆସିବ। ଏଥିପାଇଁ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ଗୋଦାମରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଆଶା…

ଗଛକୁ ଧକ୍କା ଦେଲା ବାଇକ୍‌, ଚାଳକ ମୃତ

ଦିଗପହଣ୍ଡି,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର କୁକୁଡାଫାର୍ମ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏହି ଦୂର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକ ଜଣକ ସିଦ୍ଧଖଣ୍ଡି ଗ୍ରାମର ରବି ନାୟକ(୨୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?