୪ମାସର ଶିଶୁକୁ ହତ୍ୟାକରି ଫିଙ୍ଗିଦେଲେ

ଖଇରା/ସୋର, ୨୦ା୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ପାଣିସିଆଳି ଗ୍ରାମର ଜଣେ ୪ମାସ ଶିଶୁପୁତ୍ରକୁ ହତ୍ୟା କରି ବିଲ ମଝିକୁ ଫିଙ୍ଗି ଦିଆଯାଇଛି। ଶିଶୁଟିର କ୍ଷତବିକ୍ଷତ ମୃତଦେହ ଗୁରୁବାର ସନ୍ଧ୍ୟାରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ମୃତଦେହ ଜବତ କରି ଖୋଳତାଡ କରୁଥିବା ବେଳେ ଶିଶୁର ମା’ ଗୌରୀ ବାସ୍କିଆ ଏନେଇ ଖଇରା ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି ା
ଅଭିଯୋଗ ଅନୁଯାୟୀ ଗୌରୀଙ୍କ ଶାଶୁ ଘର ବାଘମରା ଗ୍ରାମରେ। ସେ କିଛି ବର୍ଷଧରି ସୋର ଥାନା ଅଧୀନ ଆଟପୁର ଗ୍ରାମସ୍ଥିତ ବାପଘରେ ରହୁଥିଲେ। ଶନିବାରଠାରୁ ତାଙ୍କ ୪ମାସର ପୁଅ ନିଖୋଜ ଥିଲେ। ତାଙ୍କ ଜମିବାଡି ହଡପ କରିବାକୁ ଚାହଁୁଥିବା ୩ ବ୍ୟକ୍ତି ଟିଲୁ ବାସ୍କିଆ, ଅମର ମହାନ୍ତି, ଟୁନା ମୁର୍ମୁ ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିରେ ତାଙ୍କ ଦିଅର ଦୁଲାରାମ ବାସ୍କିଆ ମୁଖ୍ୟ ସୁତ୍ରଧର ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏନେଇ ଖଇରା ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଘରେ ରହୁଛନ୍ତି ୧୪ ଜଣ, ରାଶନକାର୍ଡ ପାଇଁ ବିଡିଓଙ୍କୁ ଗୁହାରି

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.)- ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୭ରେ ରୁହନ୍ତି ଶିବରାମ ମହାରଣାଙ୍କ ପରିବାର। ଗୋଟିଏ ଘରେ ଶିବରାମଙ୍କ ଦୁଇ ପୁଅ ଓ ୨ ବୋହୁ ଓ ଅବିବାହିତ...

ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୨ା୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ...

ବିବାହ ପ୍ରତିଶ୍ରୃତି ଦେଇ ଅପହରଣ ମାମଲା : ଅପହୃତା ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର

ରସୁଲପୁର,୧୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ସାହାପଡ଼ା ଗ୍ରାମର ଯୁକ୍ତ ୨ରେ ପଢ଼ୁଥିବା ଜନୈକା ଛାତ୍ରୀ(୧୭)ଙ୍କୁ ଗତ ମାସ ୨୩ତାରିଖରେ ଅପହରଣ...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ପାଟଣା, ୧୩ା୪(ସ୍ବ.ପ୍ର.)-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ପରେ ହତ୍ୟା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ଲୋକନାଥ ମହାନ୍ତ ନାମକ ଯୁବକଙ୍କୁ ରବିବାର ଗିରଫ କରି...

ଟାଙ୍ଗିରି ଗ୍ରାମରେ ଦନ୍ତା ଆତଙ୍କ: ଶୁଣ୍ଢରେ ଟେକି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗ୍ରାମରେ ଶନିବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟଜଣେ ବୃଦ୍ଧା...

ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କଲେ ଜିଲାପାଳ

ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ସଦରମହକୁମାରେ ରହିଥିବା ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ଜିଲାପାଳ ଡା. ଅଜିତ୍‌ କୁମାର ମିଶ୍ର ସୋମବାର ଗସ୍ତ କରିଛନ୍ତି। ସେଠାରେ...

ଆନ୍ଧ୍ରର ଅନୁପ୍ରବେଶ ରୋକିପାରୁନି ଓଡ଼ିଶା

ପଟ୍ଟାଙ୍ଗ,୩୧ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏ ଦିଗରେ ଓଡ଼ିଶା ଜିଲା ପ୍ରଶାସନ ରୋକୋ ଲଗାଇବାକୁ ବିଫଳ...

ରାସ୍ତାରେ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଖଇରା, ୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଖଣି ଲୁଟେରାଙ୍କୁ ଲଗାମ୍‌ ଦେବାକୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି।...

Advertisement
Archives

Model This Week