କାର୍ଯ୍ୟକ୍ଷମ ହୋଇପାରୁନି ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର

କଟକ ଅଫିସ,୨୦ା୧: କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଦୀର୍ଘଦିନ ଧରି ବନ୍ଦ ରହିବା ଯୋଗୁ ଏହାର ଅଟ୍ଟାଳିକା ନଷ୍ଟ ହେବାକୁ ବସିଥିବାବେଳେ ଉପକରଣଗୁଡିକ ଖତ ଖାଉଛି। ତୁରନ୍ତ ଏହାର ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାଗଲେ ପର୍ଯ୍ୟଟକଙ୍କ ସହ ରାଜ୍ୟବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଅନେକ ତଥ୍ୟ ଜାଣିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକମାନେ ନେତାଜୀଙ୍କ ଜୀବନୀ ବିଷୟରେ ଜାଣିବା ଉଦ୍ଦେଶ୍ୟରେ ସଂଗ୍ରହାଳୟ ନିକଟରେ ୨୦୧୬ରେ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏଥିପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଏହା ଭିତରେ ଅଡିଟୋରିୟମ ହଲ୍‌ ବ୍ୟବସ୍ଥା ହୋଇଥିଲା। ଏହି ହଲ୍‌ରେ ୫୦ ସିଟ୍‌, ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ବକ୍ସ ଓ ପ୍ରୋଜେକ୍ଟର ଲଗାଯାଇଥିଲା। ଫଳରେ ସଂଗ୍ରହାଳୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଉକ୍ତ ହଲ୍‌ରେ ବସି ଅଡିଓ ଭିଜୁଆଲ ମାଧ୍ୟମରେ ନେତାଜୀଙ୍କ ଜୀବନୀ ବିଷୟରେ ଜାଣିପାରିବେ। ଏଥିସହ ଗବେଷକମାନେ ନେତାଜୀଙ୍କ ଜୀବନୀ ସମ୍ପର୍କିତ ତଥ୍ୟ ହାସଲ କରିପାରିବେ। ଏଥିପାଇଁ ସବୁ ବ୍ୟବସ୍ଥା ସରିଥିଲେ ମଧ୍ୟ କୌଣସି କାରଣବଶତଃ ତାହାକୁ ଉଦ୍‌ଘାଟନ କରାଯାଇପାରି ନାହିଁ। ଦୀର୍ଘଦିନ ଧରି ଏହି ସାମଗ୍ରୀ ବ୍ୟବହାର ନ ହେବାରୁ ତାହା ନଷ୍ଟ ହୋଇଯାଇଥିଲା। ୨୦୧୮ରେ ଓଟିଡିସି ପକ୍ଷରୁ ଏହାର ନବୀକରଣ କରାଯାଇ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଏହାକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇ ନ ଥିଲା। ମୋଟାମୋଟି ଭାବେ ଉକ୍ତ କେନ୍ଦ୍ର ନିର୍ମାଣ ଓ ମରାମତି ବାବଦକୁ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପରିଚୟ ଗୋପନ ରଖି କହିଛନ୍ତି। ୨୦୧୯ରେ ଫନୀ ପ୍ରଭାବରେ ଏହାର ଫାଇବର୍‌ ଆଜବେଷ୍ଟସ ଭାଙ୍ଗିଯିବା ସହ ଭିତର ପ୍ଲାଏବୋର୍ଡ ସିଲିଂ ନଷ୍ଟ ହୋଇଯାଇଥିଲା। ଏଥିସହ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ଖରାପ ହୋଇଯାଇଛି। ଏ ସମ୍ପର୍କରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଦାୟିତ୍ୱରେ ଥିବା ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟ କହିଛନ୍ତି, ବ୍ୟାଖ୍ୟାନ କେନ୍ଦ୍ରର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ନୂତନ ଯୋଜନାରେ ଏହାକୁ କାର୍ଯ୍ୟକ୍ଷମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri