ଆମ ଜିଲା ଖବର

ଲୁଟେରାଙ୍କୁ ନିସ୍ତୁକ ମାଡ଼, ପୋଲିସ ଜିମା ଦେଲେ ଲୋକେ

ନିଶ୍ଚିନ୍ତକୋଇଲି,୧୩।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ସୋମବାର ଜଣେ ଲୁଟେରାଙ୍କୁ ଲୋକମାନେ କାବୁ କରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨ ଜଣ ଲୁଟେରା ସୁଚା ଚେନ ଛିଣ୍ଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ।…

୧୪ କି.ମି. ଖଟିଆରେ ବୁହାହେଲେ ଛାତ୍ରୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନ ଥିବାରୁ ଜ୍ୱରରେ ପୀଡିତା ଜଣେ ସ୍କୁଲ ଛାତ୍ରୀଙ୍କୁ ୧୪ କି.ମି. ଖଟିଆରେ ବୋହି ଡାକ୍ତରଖାନା ଅଣାଯାଇଛି। ଘଟଣାଟି ଘଟିଛି ଜିଲାର ଏମ୍‌.ରାମପୁର ବ୍ଲକର…

ରାସ୍ତା ପ୍ରଶସ୍ତିକରଣ,ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ

କୋରୁକୋଣ୍ଡା ୧୩।୩(ଡି.ଏନ.ଏ.): ବାଲିମେଳା ନଗରରେ ଥିବା ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଦୋକାନ ଗୃହ ଗୁଡିକ ଉଚ୍ଛେଦ କରାଯାଇଛି। ସୂଚନାନୁସାରେ, ବାଲିମେଳା ନଗରରେ ଥିବା ମୁଖ୍ୟ ରାସ୍ତାକଡରେ କିଛି ବ୍ୟବସାୟୀ ଦୀର୍ଘ…

ପାଣି ପାଇଁ ଲୋକେ ହନ୍ତସନ୍ତ

କୋରୁକୋଣ୍ଡା ୧୩।୩(ଡି.ଏନ.ଏ): ପାଣି ପାଇଁ ଲୋକେ ହନ୍ତସନ୍ତ। ଏଭଳି ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦରରେ ଦେଖିବାକୁ ମିଳିଛି । ବ୍ଲକ ସଦର ଇରିକେଶନ କୋଲନିଠାରୁ ମାଝି ମୁଣ୍ଡା ପୋଖରୀ ପର୍ଯ୍ୟନ୍ତ ପ୍ରାୟ ୪୦ରୁ ୫୦ପରିବାର ରହୁଛନ୍ତି। ଏହି ଅଞ୍ଚଳ…

‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରାଯାଇଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସଂଗଠନର ରାଜ୍ୟ ସଭାପତି ଅଭିଷେକ ଯୋଷୀ ଏହି ଦାବି କରିଛନ୍ତି। ସ୍ଥାନୀୟ ଏକ ହଟେଲରେ ଆୟୋଜିତ ଏକ…

ଗରମ ଡାଲି ପଡ଼ି ଗୁରୁତର ହୋଇଥିଲେ ଛାତ୍ର: ଚାଲିଗଲା ଜୀବନ

ଟେନ୍‌ସା,୧୩।୩(ଡି.ଏନ୍‌.ଏ.): ଗରମ ଡାଲି ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅକାଳରେ ଚାଲିଯାଇଛି ଜୀବନ। ଏପରିକି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ଅଧୀନ ଡେଙ୍ଗୁଳା ସେବାଶ୍ରମରେ। ମୃତକ ହେଲେ ଅଷ୍ଟମ ଶ୍ରେଣୀର…

କାର୍‌ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା ଜଣାପଡିଛି। ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬/୨୨-୨୩ ରେ ଗିରଫ କରାଯାଇଛି। ଅଭିଯୁକ୍ତ…

ମାଙ୍ଗାନିଜ ଚୋରା ଚାଲାଣରୁ ଢାବା ମାଲିକଙ୍କୁ ହତ୍ୟା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଣାଇଁ,୧୩ା୩(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅଧୀନ ମାଲଦାରେ ଗତ ଫେବୃୟାରୀ ୨୬ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଢାବା ମାଲିକ ରମେଶ ଚତମ୍ବାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଗୁରୁତର ଆହତ ହୋଇଥିଲେ। ଘଟଣାର ୧୬…

ଚାଳଛପର ତଳେ ପାଠପଢ଼ା

ଖପ୍ରାଖୋଲ, ୧୩ା୩(ଡି.ଏନ.ଏ.):ସରକାର ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ସ୍କୁଲପ୍ରତି ଆକୃଷ୍ଟ କରିବା ପାଇଁ ସୋନ୍ଦର୍ଯ୍ୟକରଣ କରାଯାଇ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯାଉଛି। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ଲୁହାଖାନ ପ୍ରାଥମିକ ବିଦ୍ୟାଳୟ…

ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁ

ବାଉଁଶୁଣୀ,୧୩ା୩(ଡି.ଏନ.ଏ.):ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପାତରଅନ୍ତର କରାଯିବା ନେଇ ଅଭିଯୋଗ ହେଉଛି। ଗରିବ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁଥିବା ବେଳେ ବଡବଡିଆ ଓ ପ୍ରଭାବଶାଳୀ ଲୋକେ ଏହାକୁ ଫୁ କଲା ଭଳି ଦେଖିବାକୁ ମିଳୁଛି ା ପ୍ରକାଶ…

ଘୋଷଣାରେ ସୀମିତ ନ ରହୁ ପୁନରୁଦ୍ଧାର

ଦେଓଗାଁ,୧୩ା୩(ଡି.ଏନ.ଏ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ସାଗରପାଲିସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ ଚାଲୁ ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ବଜେଟରେ ଚିନିକଳ ଚାଲୁ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୬୦…

ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥକାରୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ ଫୁଲ। ଏହାକୁ ଦେଶରେ ଲାଭକାରୀ ଫସଲ ଭାବେ ଗଣାଯାଏ। କୁହାଯାଏ, ଯିଏ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଛି ଘରେ ତା’ର କେବେବି ଅଭାବ ରହେନି। ହେଲେ ବଜାର ବ୍ୟବସ୍ଥା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?