ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁ

ବାଉଁଶୁଣୀ,୧୩ା୩(ଡି.ଏନ.ଏ.):ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପାତରଅନ୍ତର କରାଯିବା ନେଇ ଅଭିଯୋଗ ହେଉଛି। ଗରିବ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁଥିବା ବେଳେ ବଡବଡିଆ ଓ ପ୍ରଭାବଶାଳୀ ଲୋକେ ଏହାକୁ ଫୁ କଲା ଭଳି ଦେଖିବାକୁ ମିଳୁଛି ା
ପ୍ରକାଶ ଯେ, ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ ତାରିଖରେ ଗୋଟିଏ ସପ୍ତାହ ମଧ୍ୟରେ ବାଉଁଶୁଣୀରେ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ମଧ୍ୟରେ ଛୋଟ ଛୋଟ ଦୋକାନୀ ଏପରି କି ଚା ଆଉ ଫଳ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଜାଗା ଛାଡି ଦେଇଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଊଦ୍ଧର୍‌ବ ବିତିଯାଇଥିଲେ ମଧ୍ୟ ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ। ଗତ ଅକ୍ଟୋବର ୨୦ ତାରିଖରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହାମିଦ ମଲ୍ଲିକ ଏବଂ ସ୍ଥାନୀୟ ପୋଲିସର ଉପସ୍ଥିତିରେ ମାପ କରାଯାଇ ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ଏହି ମାପ ସମୟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରର କାନ୍ଥରେ ଦିଆଯାଇଥିବା ନାଲିଗାରକୁ କେତେଜଣ ବଡବଡିଆ ଓ ପ୍ରଭାବଶାଳୀ ଲୋକ ସିମେଣ୍ଟ ଘସି ଲିଭେଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ କାହା ଛତ୍ରଛାୟା ତଳେ ରହି ଏବଂ କେଉଁ ଅଦୃଶ୍ୟ ଶକ୍ତି ବଳରେ ଏମାନଙ୍କୁ ଉଠାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜବରଦଖଲ ହଟାଯାଇଥିବା ବେଳେ ଭଙ୍ଗା ସାମଗ୍ରୀଗୁଡ଼ିକ ଉଠାଯାଉ ନ ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହିତ ଦୁର୍ଘଟଣାର ଆଶଙ୍କା ରହିଛି। ଏ ସଂପର୍କରେ ଜିଲାପାଳ ସାହୁଙ୍କୁ ପଚାରିବାରେ ତହସିଲଦାରଙ୍କୁ ଯୋଗାଯୋଗ କରି ବିହିତ ପଦକ୍ଷେପ ନିଆଯିବା କଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼,୨୯।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ସିଆଲଯୋର ଗ୍ରାମର ଚାଷୀ ଗୋବିନ୍ଦ ସା(୫୦) ଗୁରୁବାର ବିଳମ୍ବିତ ରାତିରେ ଧାନବିଲରୁ ହାତୀ ଘଉଡ଼ାଉ ଥିବାବେଳେ ହାତୀଟି ତାଙ୍କୁ...

ଧରାହେଲେ ନିଶାଶକ୍ତ ଗାଡ଼ି ଚାଳକ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ସହ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କୁ ଜୋରଦାର ଧରପଗଡ଼ କରାଯାଉଛି। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀଙ୍କ...

୧୨ ହଜାର ଲିଟର ମହୁଲି ପୋଚ ନଷ୍ଟ

ପାତ୍ରପୁର,୨୭ା୪(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ସୋମବାର ଦୁଇ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୧୨ ହଜାର ଲିଟର...

ଭଗବାନଙ୍କୁ ବି ଛାଡିଲେନି ଦୁର୍ବୃତ୍ତ: ମଉଁନେଇ ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ,୧୧।୮(ଡି.ଏନ୍‌.ଏ ): ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଅବସ୍ଥିତି ମା’ ମଉଁନେଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତମାନେ ମନ୍ଦିରର ପାର୍ଶ୍ୱ ଦରଜା...

ବେକାରୀ ସମସ୍ୟା ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ, ୨୦।୨: ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ବେରୋଜଗାର ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ...

ଶକ୍ତିସୁଗାରରେ ଆରମ୍ଭ ହେଲା ଆଖୁପେଡ଼ା; ଲକ୍ଷ୍ୟଧାର୍ଯ୍ୟ ୩ ଲକ୍ଷ ମେଟ୍ରିକ୍‌ ଟନ

ଢେଙ୍କାନାଳ ଅଫିସ,୨୮।୧୧: ଢେଙ୍କାନାଳ ସଦର ବ୍ଲକ ହରିପୁରସ୍ଥିତ ଶକ୍ତିସୁଗାର କମ୍ପାନୀରେ ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ୨୦୧୯-୨୦ ବର୍ଷ ପାଇଁ ଆଖୁପେଡା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ...

ସିଲ୍‌ ମଦ ଦୋକାନ ଖୋଲି ସନ୍ଦେହରେ ଅବକାରୀ ବିଭାଗ

ଲଖନପୁର,୧୭।୪(ଡି.ଏନ୍‌.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍‌ଡାଉନ୍‌ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ...

ମିସ୍‌ କୁଇନ୍‌ ଅଫ୍‌ ଏସିଆ ଟାଇଟଲ ଜିତିଲେ ରାଉରକେଲା ଝିଅ

ରାଉରକେଲା ଅଫିସ,୧୩।୨:ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍‌ କୁଇନ ଅଫ୍‌ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା...

Advertisement
Archives

Model This Week