ରାସ୍ତା ପ୍ରଶସ୍ତିକରଣ,ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ

କୋରୁକୋଣ୍ଡା ୧୩।୩(ଡି.ଏନ.ଏ.): ବାଲିମେଳା ନଗରରେ ଥିବା ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଦୋକାନ ଗୃହ ଗୁଡିକ ଉଚ୍ଛେଦ କରାଯାଇଛି। ସୂଚନାନୁସାରେ, ବାଲିମେଳା ନଗରରେ ଥିବା ମୁଖ୍ୟ ରାସ୍ତାକଡରେ କିଛି ବ୍ୟବସାୟୀ ଦୀର୍ଘ ବର୍ଷ ଧରି ଉଠା ଦୋକାନ କରି ନିଜ ପରିବାର ପୋଷଣ କରୁଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ପ୍ରଶସ୍ତିକରଣ ଓ ମୁକ୍ତା ଯୋଜନାରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁଖ୍ୟ ରାସ୍ତାକଡରେ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଲିମେଳା ସହରରେ ଥିବା କାଳିଛକ ନିକଟରେ ନୂତନ ଭାବେ ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ ସମ୍ମୁଖରେ ଥିବା ଦୋକାନ ଗୃହଗୁଡିକ ହଟାଯାଇଛି। ଖବରପାଇ ନଗର ବଣିକ ସଙ୍ଘ ସଭାପତି ରାଜେନ୍ଦ୍ର କୁଳଦୀପ ଓ କାଳୀ ଛକ ବଣିକ ସଙ୍ଘ ସଭାପତି ବିଜୟ କ୍ରିଷ୍ଣା ଦାସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନ ଆଲୋଚନା କରିବା ସହ ଉଠା ଦୋକାନୀମାନଙ୍କୁ ଥଇଥାନ ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ। ଆଲୋଚନା ପରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଠା ଦୋକାନୀ ବ୍ୟବସାୟୀମାନଙ୍କୁ ସରକାରଙ୍କ ତରଫରୁ ମୁକ୍ତା ଯୋଜନାରେ ନିର୍ମାଣ ହୋଇଥିବା ଷ୍ଟଲ ଗୁଡିକ ବିନା ମୂଲ୍ୟରେ ପ୍ରଦାନ କରାଯିବ। ଏହି ଜବର ଦଖଲ ଉଚ୍ଛେଦ ସମୟରେ ବାଲିମେଳା ଏନ୍‌ଏସି ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ

ଖୁଣ୍ଟୁଣୀ,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କାଦୁଆ ନୂଆଗଁା ଗ୍ରାମର ଏକ ଫାର୍ମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶନିବାର ଦନ୍ତାହାତୀର ମୃତ୍ୟୁ ଘଟିଛି। ଫାର୍ମରେ...

ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ

ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ...

ଗୋପାଳଙ୍କ ଏମ୍‌ସିଏଲ୍‌ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍‌ ରିକ୍ରିଏସନ

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪...

ନାବାଳିକାଙ୍କୁ ଅଶ୍ଳିଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇ ଯୁବକ ଗିରଫ

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ...

କାମ ଦେଲାନି ମୋଦି ମ୍ୟାଜିକ୍‌: ପରାଜୟର କାରଣ ଖୋଜୁଛି ଭାଜପା

ଢେଙ୍କାନାଳ ଅଫିସ, ୨୭।୫: ଢେଙ୍କାନାଳ ଲୋକ ସଭା ଆସନରେ ପୁଣି ବିଫଳ ହୋଇଛି ଭାଜପା। ବ୍ୟାପକ ପ୍ରଚାର ସତ୍ତ୍ୱେ ଦଳର ସବୁ ରଣନୀତି ଫେଲ୍‌ ମାରିଛି। ଲୋକ...

କରୋନା କଟକଣାକୁ ଫୁ: ସନ୍ଧ୍ୟା ହେଲେ ଜମୁଛି ଲୁଡୁ, ତାସ୍‌ ଆସର

ଚୌଦ୍ୱାର,୧୩ା୪(ଡି.ଏନ୍‌.ଏ.): କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହି...

୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨୮।୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହୋଇଗଲେ ଅଧିକାଂଶ ବିଲରୁ ଜଳ...

ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ...

Advertisement
Archives

Model This Week