ଲୁଟେରାଙ୍କୁ ନିସ୍ତୁକ ମାଡ଼, ପୋଲିସ ଜିମା ଦେଲେ ଲୋକେ

ନିଶ୍ଚିନ୍ତକୋଇଲି,୧୩।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ସୋମବାର ଜଣେ ଲୁଟେରାଙ୍କୁ ଲୋକମାନେ କାବୁ କରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ୨ ଜଣ ଲୁଟେରା ସୁଚା ଚେନ ଛିଣ୍ଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ। ହେଲେ ବାଟରେ ତେଲ ସରିଯିବାରୁ ନିଶ୍ଚିନ୍ତକୋଇଲି କଲେଜ ଛକ ନିକଟ ପେଟ୍ରୋଲ ଟାଙ୍କିରେ ତେଲ ପକାଇ ପୁଣି ଯାଉଥିବା ବେଳେ ପଛରୁ ପିଛା କରି ଆସୁଥିବା ଲୋକେ ସେମାନଙ୍କୁ ଦେଖି ଚିତ୍କାର କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ପଲସର ବାଇକ୍‌ରେ ବସିଥିବା ଦୁଇ ଚୋରଙ୍କୁ କାବୁ କରି ନେଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ କୌଶଳ କରି ବାଇକ୍‌ ଧରି ଖସିଯିବାରେ ସକ୍ଷମ ହୋଇଥିଲେ। ପିଛା କରୁଥିବା ଲୋକମାନେ ଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ପରେ ନିଶ୍ଚିନ୍ତକୋଇଲି ପୋଲିସ ଜିମା ଦେଇଥିଲେ। ପୋଲିସ ଯୁବକଙ୍କଠାରୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ଛୁରି, ନମ୍ବର ପ୍ଲେଟ ସହ ଏକ ବ୍ୟାଗ ଜବତ କରିଛି। ଧରାପଡିଥିବା ଯୁବକଙ୍କ ନାମ ଶଶିକାନ୍ତ ଜେନା ଏବଂ ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ

ଖଇରା,୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ପାନୀୟ ଜଳ ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରିବାର ଦେଢ଼ ବର୍ଷ ବିତିଲାଣି ।...

ଲଘୁ ଖଣିଜ ନିର୍ଦ୍ଦେଶାଳୟ: ଆରମ୍ଭରୁ ଦୁର୍ବଳ

ଯାଜପୁର ଅଫିସ,୨୬ା୧୧:ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କ୍ରମେ ୧୩ା୮ା୨୦୧୯ରେ ସ୍ବତନ୍ତ୍ର ଲଘୁଖଣିଜ ନିର୍ଦ୍ଦେଶାଳୟ ଗଠିତ ହୋଇଛି। ରାଜ୍ୟର ଲଘୁଖଣିଜ ପଦାର୍ଥଗୁଡିକର ସୁବିନିଯୋଗ ଓ ପରିଚାଳନା ଏହାର ଲକ୍ଷ୍ୟ।...

ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୦।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିଥିଲେ।...

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଚଳଚଞ୍ଚଳ ଆନନ୍ଦପୁର

ଆନନ୍ଦପୁର,୨୯।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ସହର ବେଶ ତତ୍ପର ହୋଇଉଠିଛି। ଚଳିତ...

ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ

ପରଜଙ୍ଗ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...

ସବୁଠି ଓଡ଼ିଆ ପାଣିପାଇପ୍‌ ମିସ୍ତ୍ରିଙ୍କ ଚାହିଦା

କେନ୍ଦ୍ରାପଡ଼ା ଅଫିସ, ୭।୮: କେନ୍ଦ୍ରାପଡା ଜିଲାରେ ପାଣିପାଇପ୍‌ ମିସ୍ତ୍ରିଙ୍କ ସଂଖ୍ୟା ସର୍ବାଧିକ । ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତି ।...

ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ...

ଗଞ୍ଜାମ ପୋଲିସର ବାତ୍ୟା ସଚେତନତା, ଏସ୍‌ପିଙ୍କ କାର୍ଯ୍ୟାଳୟର ପ୍ରଶଂସା

ଗଞ୍ଜାମ,୪।୧୨(ଡି.ଏନ୍‌.ଏ.): ବାତ୍ୟା ହେବା ନେଇ ପାଣିପାଗ ବିଭାଗର ଆଗୁଆ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ଥାନା ଆଇଆଇସି...

Advertisement
Archives

Model This Week