ଆମ ଜିଲା ଖବର

ସ୍କୁଲ୍‌ରେ ପଶି କଟୁରି ଚୋଟ

କେନ୍ଦୁଝର,୧୪ା୩(ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ୍‌ ଦନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଙ୍କୁ ହାଣିବାକୁ ଗୋଡ଼ାଇଥିବା ବେଳେ କଟୁରି ଆକ୍ରମଣରେ ୨ଜଣ ଶିଶୁଙ୍କ ସମେତ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି।…

ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ ୩ ବନ୍ଧୁକ ଜବତ

ଜଗନ୍ନାଥପ୍ରସାଦ,୧୩ା୩(ଡି.ଏନ୍‌.ଏ.)-ଜଗନ୍ନାଥପ୍ରସାଦ ପୋଲିସ ରବିବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରେ ବେଆଇନ ସାମଗ୍ରୀ ରଖିବା ଅଭିଯୋଗରେ ମୋହନ ମଳିକଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଗତ ୨୬ ତାରିଖ ରାତ୍ର ପାଟ୍ରୋଲିଂ ବେଳେ ସ୍ଥାନୀୟ ପୋଲିସ ଖଇରପଟି ଗ୍ରାମର ସୁଶାନ୍ତ…

ସରକାରୀ ବସ୍‌ରୁ ୨୩ କେଜି ଗଞ୍ଜେଇ ଜବତ

କରଞ୍ଜିଆ,୧୩ା୩: ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିବା ଏକ ସରକାରୀ ବସ୍‌ରୁ ୨୩ କେଜି ଗଞ୍ଜେଇ ଜବତ ହୋଇଛି। ଯଶିପୁର ବସ୍‌ ଷ୍ଟାଣ୍ଡରୁ ପୋଲିସ ଏହି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି। କରଞ୍ଜିଆ ଏସ୍‌ଡିପିଓ…

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଳେଶ୍ୱର ଅଞ୍ଚଳର ଠିକାଦାର ଲୋକନାଥ ଜେନାଙ୍କ ଜମା ଟଙ୍କା ଫେରାଇ ଦେବା ପାଇଁ…

ଟଙ୍କା ହେରଫେର : ପୋଷ୍ଟମାଷ୍ଟର ଅଟକ

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଆମ୍ବଡ଼ିହା ନିକଟ ବାହାଳ ପୋଷ୍ଟଅଫିସରେ ପୋଷ୍ଟମାଷ୍ଟର ସୁନୀଲ ପଣ୍ଡା ଅଧକୋଟିରୁ ଊଦ୍ଧର୍‌ବ ଟଙ୍କା ହେରଫେର କରିଥିବା ନେଇ ଗ୍ରାହକମାନେ ପୋଷ୍ଟ ଅଫିସରେ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ପାଖାପାଖି ୧୦ଖଣ୍ଡ ଗାଁର…

ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା: ପ୍ରମାଣ ଅଭାବରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ…

ଚୋରା ବାଲି, ମୋରମ ବୋଝେଇ ଟ୍ରାକ୍ଟର ଜବତ

ମୋରଡ଼ା/ଗୋପବନ୍ଧୁ ନଗର,୧୩ା୩(ଡି.ଏନ.ଏ.): ମୋରଡ଼ା ତହସିଲ ଅଧୀନ ହଳଦୀପାଳର ଶୀର୍ଷାପାଳଠାରେ ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟରକୁ ମୋରଡ଼ା ଓ ଚିତ୍ରଡା ଫାଣ୍ଡି ପୋଲିସ ଜବତ କରିଛି। ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଗଣେଶ ଚପିଆରଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି।…

ରାତିପାହିଲେ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ପୁରୁଷୋତ୍ତମପୁର,୧୩ା୩(ଡି.ଏନ.ଏ.): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମଙ୍ଗଳାରଠାରୁ ଆରମ୍ଭ ହେବ। ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। ଏହି ମଙ୍ଗଳବାର ମାନଙ୍କରେ ମା’ଙ୍କ ପୀଠରେ ମୁଣ୍ଡନ କରିବା…

ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା: ନିର୍ଦ୍ଦେଶିକାଙ୍କ ଜାମିନ ଆବେଦନ ଖାରଜ

କଟକ ୧୩।୩: ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ସୋମବାର ଖାରଜ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ଦେବଯାନୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଶାରଦା ଚିଟ୍‌ଫଣ୍ଡ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଠକେଇ…

ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ

ଫୁଲବାଣୀ ଅଫିସ, ୧୩।୩: ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ। ମୃତ କନ୍‌ଷ୍ଟେବଲ ଶ୍ରୀନିବାସ ଘଟାଲା ଟିକାବାଲି ଥାନାର ଜଣେ କର୍ତ୍ତବ୍ୟରତ କର୍ମଚାରୀ ଥିଲେ। ସୋମବାର ସକାଳେ ସେ…

ଲୁଟେରାଙ୍କୁ ନିସ୍ତୁକ ମାଡ଼, ପୋଲିସ ଜିମା ଦେଲେ ଲୋକେ

ନିଶ୍ଚିନ୍ତକୋଇଲି,୧୩।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ସୋମବାର ଜଣେ ଲୁଟେରାଙ୍କୁ ଲୋକମାନେ କାବୁ କରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨ ଜଣ ଲୁଟେରା ସୁଚା ଚେନ ଛିଣ୍ଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ।…

୧୪ କି.ମି. ଖଟିଆରେ ବୁହାହେଲେ ଛାତ୍ରୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନ ଥିବାରୁ ଜ୍ୱରରେ ପୀଡିତା ଜଣେ ସ୍କୁଲ ଛାତ୍ରୀଙ୍କୁ ୧୪ କି.ମି. ଖଟିଆରେ ବୋହି ଡାକ୍ତରଖାନା ଅଣାଯାଇଛି। ଘଟଣାଟି ଘଟିଛି ଜିଲାର ଏମ୍‌.ରାମପୁର ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?