‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରାଯାଇଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସଂଗଠନର ରାଜ୍ୟ ସଭାପତି ଅଭିଷେକ ଯୋଷୀ ଏହି ଦାବି କରିଛନ୍ତି।

ସ୍ଥାନୀୟ ଏକ ହଟେଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଭାପତି ଯୋଷୀ ପ୍ରକାଶ କରିଛନ୍ତି ଯେ, ଭାରତ ସନାତନ ଆର୍ଯ୍ୟଭୂମି ଭାବେ ଜଣାଶୁଣା। କାଳକ୍ରମେ ମୋଗଲ ଏବଂ ବ୍ରିଟିଶ୍‌ ଭାରତରେ ୫୦୦ ବର୍ଷ ଶାସନ କରି ହିନ୍ଦୁ ରାଷ୍ଟ୍ରକୁ ବିଭିନ୍ନ ଆଖ୍ୟା ଦେଇ ଅପଭ୍ରଷ୍ଟ କରିଛନ୍ତି। ଯାହାକି ଆଜି ସମ୍ବିଧାନରେ ଆମ ଦେଶ ଭାରତ, ହିନ୍ଦୁସ୍ଥାନ କିମ୍ବା ଇଣ୍ଡିଆ ତାହା ଦେଶବାସୀଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରୁଛି। ଭାରତ ସରକାର ନଥିପତ୍ରରେ ଇଂଲିଶରେ ଗର୍ଭନମେଣ୍ଟ ଅଫ୍‌ ଇଣ୍ଡିଆ ଲେଖୁଥିଲା ବେଳେ ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ ଭାରତ ସରକାର ବୋଲି ଲେଖାଯାଉଛି। ଏହାଦ୍ୱାରା ଅଖଣ୍ଡ ଭାରତ ହିନ୍ଦୁ ରାଷ୍ଟ୍ର ସଂଜ୍ଞା ନିରୁପଣରେ ସନ୍ଦେହ ସୃଷ୍ଟି କରିଛି। ପୃଥିବୀ ଏବଂ ସୁଖ୍ମ ଜଗତରେ ଜୀବନର ଉଦ୍ଦେଶ୍ୟ ପୂରଣ କରିବାକୁ ରାଷ୍ଟ୍ର ଶବ୍ଦ ବ୍ୟବହାର ହୁଏ। ଭାରତରେ ହିନ୍ଦୁମାନେ ବସବାସ କରୁଥିବାରୁ ଭାରତକୁ ତୁରନ୍ତ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଯୋଷୀ ସମର୍ଥନ କରି ଦାବି କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସୁରକ୍ଷା ସେନା ରାଜ୍ୟ ସାଧାରଣ ସମ୍ପାଦକ ସବ୍ୟସାଚୀ ଦାସ, ସମାଜସେବୀ ସୁଶାନ୍ତ ସାମଲ, ସନୁ ଅନୁଗୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଜୟପୁର, ୨୨।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ବବିୟା ଟ୍ରେନ୍‌ ଲାଇନ୍‌ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ରାୟଗଡ଼ା ଜିଲା...

୬୦ ବସ୍ତା କାଠ ଅଙ୍ଗାର ଜବତ, ୨ ଗିରଫ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ବନବିଭାଗ ଗୁରୁବାର ଅଟେଇ ସରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା ଏକ କାଠ ଅଙ୍ଗାର (କୋଇଲା) ବୋଝେଇ ପିକଅପ୍‌...

୫୦ ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବି ବୋଲି ଦେଉଥିଲେ ଧମକ, ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ପୋଲିସ

କଟକ ଅଫିସ,୨।୨: କଟକର ଜଣେ ଡାକ୍ତରଙ୍କୁ ଫୋନ୍‌ରେ ଧମକ ଦେବା ସହ ମାଓବାଦୀ ଏବଂ ଲାଲ୍‌ ସଲାମ ନାମରେ ଟଙ୍କା ମାଗି ଗିରଫ ହୋଇଛନ୍ତି ଜଣେ...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା ଘଟଣା:ବକେୟା ଦାବିରେ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୨୫।୬(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ସଦରମହକୁମାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ଠକେଇର ଶିକାର ହେବା ସହ ସେମାନଙ୍କୁ ଠିକ୍‌ ସମୟରେ କ୍ଷୀର ବାବଦ...

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଗାଁରେ ଅଶାନ୍ତି

ଚିତ୍ରଡା,୧୬ା୪(ଡ଼ି.ଏନ୍‌.ଏ.)- ମହାମାରୀ କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାରା...

ବୈତରଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ: ୧୨ରୁ ସେତୁ ଉପରେ ଯାତାୟାତ ବନ୍ଦ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଦୀର୍ଘଦିନର ଅପେକ୍ଷା ପରେ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏ...

ଛାତ୍ରୀଛାତ୍ରଙ୍କୁ ଚାରା ବାଣ୍ଟିଲେ ଜିଲାପାଳ

ଛତ୍ରପୁର,୨୨ା୬(ଡି.ଏନ.ଏ)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଆୟୋଜିତ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଯୋଗଦେଇ ସ୍କୁଲକୁ ଆସିଥିବା...

ବିବେକ୍‌ ହେଲେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର

ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଇ ବିବେକ୍‌ ରେଡ୍ଡି। ସେ ୩୪ଟି ଭୋଟ ପାଇ ଶୁକ୍ରବାର ଡେପୁଟି...

Advertisement
Archives

Model This Week