ବ୍ରଜରାଜନଗରରେ କ୍ରାଇମ୍ବ୍ରାଞ୍ଚ ଡିଜି
ଝାରସୁଗୁଡ଼ା ଅଫିସ୍, ୩୦ା୧:ବ୍ରଜରାଜନଗର ଗାନ୍ଧୀଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ପୋଲିସ୍ ଏଏସ୍ଆଇଙ୍କ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଛନ୍ତି। ଘଟଣାର ୭ଘଣ୍ଟା ପରେ କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ବ୍ରଜରାଜନଗର…
ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ପରଲୋକ
ପୁରୀ ଅଫିସ ୩୦ା୧:ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୧୦ଟାରେ…
ଏଏସ୍ଆଇ ଗୋପାଳଙ୍କ ଘର ବ୍ରହ୍ମପୁର
ଝାରସୁଗୁଡ଼ା ଅଫିସ୍,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ନିଜ ରିଭଲଭର୍ରୁ ଗୁଳିମାରିଥିବା ପୋଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ହୋଇଥିବାବେଳେ ସେ କନଷ୍ଟେବଳ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ। ତା’ ପରେ ପଦୋନ୍ନତି ପାଇ ସେ ଏଏସ୍ଆଇ ହୋଇଥିଲେ। ଏହି…
ବାଳକ ପେଟରେ ପଶିଗଲା ବର୍ଚ୍ଛା
ବଲାଙ୍ଗୀର ଅଫିସ, ୩୦ା୧:ବଲାଙ୍ଗୀର ବେଲପଡ଼ା ଥାନା ଅଏଁଲାଭଟା ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଥିଲା। ଗଁାର ରାଜୁ ଥନାପତି ନାମକ ଜଣେ ୧୬ ବର୍ଷ ବାଳକଙ୍କ ପେଟରେ ଏକ ବର୍ଚ୍ଛା ପଶିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ମାଛମରା ପାଇଁ…
ଭିତରକନିକା ବୁଲିଲେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି
ରାଜନଗର, ୩୦ା୧(ଡି.ଏନ.ଏ.):ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେ ରବିବାର ଦିନିକିଆ ଭିତରକନିକା ବୁଲି ଫେରି ଯାଇଛନ୍ତି। କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ କେନ୍ଦ୍ରାପଡ଼ାଠାରୁ ଏସ୍ପି ମଡକର ସମ୍ବିତ୍ ସମ୍ପଦ, ଉପଜିଲାପାଳ ନିରଞ୍ଜନ ବେହେରା ସ୍ବାଗତ…
ମନ୍ତ୍ରୀଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୯।୧(ବୁରୋ): ଗୁଳିମାଡ଼ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମନ୍ତ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି…
ଦୁବାଇରୁ ଆସିଲା ଶ୍ରମିକଙ୍କ ମୃତଦେହ
ଛତ୍ରପୁର,୨୯ା୧(ଡି.ଏନ.ଏ.): ଦୁବାଇରୁ ଶ୍ରମିକଙ୍କ ମୃତଦେହ ରବିବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ପାଇତାରି ଗାଁରେ ଆସି ପହଞ୍ଚିଛି। ସେ ହେଲେ ସନ୍ତୋଷ ବେହେରା(୪୧)। ଗତ ୧୮ତାରିଖରେ ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ…
ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆଇଆଇଏମ୍ ନୂତନ କ୍ୟାମ୍ପସ
ସମ୍ବଲପୁର,୨୯ା୧(ବ୍ୟୁରୋ): ସମ୍ବଲପୁରର ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ୍)ର ନିଜସ୍ବ ସ୍ଥାୟୀ କ୍ୟାମ୍ପସ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏ ନେଇ ଆଇଆଇଏମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୧୫ରୁ ଅସ୍ଥାୟୀ ଭାବେ ସମ୍ବଲପୁରରେ ପାଠପଢା ହେଉଛି। ନୂତନ ଅତ୍ୟାଧିନିକ କ୍ୟାମ୍ପସ…
୧ରୁ ପୋର୍ଟ ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ
ଛତ୍ରପୁର,୨୯ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ନେଇ ବ୍ୟବସ୍ଥା କରିବାକୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ା ଅନ୍ୟପକ୍ଷରେ ସଂଘର ଅନ୍ୟାନ୍ୟ ଦାବି ସମ୍ପର୍କରେ ଗତ ୨୧ ତାରିଖରେ…
ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେଉ
ବାଲେଶ୍ୱର ଅଫିସ,୨୯।୧: ବାଲେଶ୍ୱର ଜିଲାର କୃଷି ଓ କୃଷକଙ୍କ ସ୍ବାର୍ଥରକ୍ଷା ନିମନ୍ତେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ଜିଲାବାସୀଙ୍କୁ ସଙ୍ଗଠିତ କରିବା ସକାଶେ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ରବିବାର ସହରର ଏଡିଏମ୍…
ଆୟୁଷ ଡାକ୍ତରଙ୍କୁ ନିୟମିତ ନିଯୁକ୍ତି ଦାବି ତେଜିଲା
ରୂପ୍ସା,୨୯ା୧(ଡି.ଏନ୍.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମେଡିକାଲ ଅଫିସର ଡା. ବିନୟ କୁମାର ଦାସ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଲ୍ ଓଡ଼ିଶା ଆୟୁଷ ଡାକ୍ତର…
ଏମ୍ପିଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଲେ ବରିଷ୍ଠ ନାଗରିକ
ଅମରପାଲି,୨୯ା୧(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତାମାନେ ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂ ଦେଓଙ୍କୁ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏମ୍ପି ଶ୍ରୀମତୀ ସିଂ ଦେଓ…

