ଆମ ଜିଲା ଖବର

ମହୁମାଛି ଆକ୍ରମଣରେ ବିଧାୟକ ଆହତ

ଆନନ୍ଦପୁର,୪।୨(ଡି.ଏନ୍‌.ଏ): ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଧାୟକ ଶନିବାର ଏକା ମର୍ନିଂ ଓ୍ବାକ୍‌ କରୁଥିବା ବେଳେ ଆନନ୍ଦପୁର ବ୍ଲକ ଛକଠାରେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛିଙ୍କ କବଳରୁ କୌଣସିମତେ ରକ୍ଷା…

ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ

ବଲାଙ୍ଗୀର ଅଫିସ,୪।୨: ଓଡ଼ିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶାର ୩ଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଶିକ୍ଷକ ଉପସ୍ଥିତ…

ମିଳିଲା ମହାବଳ ବାଘର ସନ୍ଧାନ

ପାଟଣା,୪।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଝରଣା ମଧ୍ୟରୁ ଗୁରୁବାର ଏକ ବାର୍‌ହାର ମୃତଦେହ ବନ ବିଭାଗ ଠାବ କରିଥିଲା। ଏପରିକି ମୃତଦେହ ନିକଟରେ ଜଙ୍ଗଲୀ ଜନ୍ତୁର ପାଦଚିହ୍ନ ସ୍ପଷ୍ଟ ହେବା ପରେ…

କନ୍ୟା ସୁରକ୍ଷା ଲାଗି ବାହାରିଲା ଶୋଭାଯାତ୍ରା

ପୁରୁଷୋତ୍ତମପୁର,୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସମନ୍ବୟ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ବିଭାଗ ପକ୍ଷରୁ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଯୋଜନାରେ କନ୍ୟାରତ୍ନ ସୁରକ୍ଷା ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଉଦ୍‌ଘାଟନ…

ରାସ୍ତାକଡ଼ରୁ ମିଳିଲା ମୃତଦେହ: ତଣ୍ଟିଚିପି ହତ୍ୟା ସନ୍ଦେହ

ଚାନ୍ଦବାଲି,୪।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ପରିଚୟ ମିଳି ନ ଥିବା ବେଳେ ବୟସ ୫୦ ବର୍ଷ ହେବ ବୋଲି…

ସଡ଼କ ଦୁର୍ଘଟଣାରେ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ପରଲୋକ

ଯାଜପୁର ଅଫିସ,୪।୨: ସଡ଼କ ଦୁର୍ଘଟଣାରେ ପୂର୍ବତନ ଯାଜପୁର ଏମ୍‌ପି ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶନିବାର ପରଲୋକ ଘଟିଛି। ବାଇକ୍‌ରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ହାଇଓ୍ବା ମାଡିଯାଇଥିଲା। ଫଳରେ…

ପରିଣତ ବୟସରେ ସାଇକେଲରେ ପୁରୀ ଯାତ୍ରା

ବୌଦ୍ଧ, ୪ ।୨ (ସ୍ବ.ପ୍ର.): ଉତ୍ତର ପ୍ରଦେଶ ରାଜ୍ୟର ଫତେପୁର ଜିଲାର ହସଉପୁର ଗ୍ରାମର ଜଗତ ଦାସଙ୍କ ବୟସ ୮୦ ବର୍ଷ ହେବ। କିନ୍ତୁ ସେ ୮୦ ବର୍ଷ ବୟସରେ ହାର ମାନିନାହାନ୍ତି। ଏହି ବୟସରେ ସେ ସାଇକେଲରେ ପୁରୀ ଶ୍ରୀ…

୫-ଟି ସଚିବଙ୍କ ଦେଓମାଳି ଗସ୍ତ: ବାଟରେ ଅଟକିଲେ ପର୍ଯ୍ୟଟକ

ପଟ୍ଟାଙ୍ଗି,୪।୨(ଡି.ଏନ୍‌.ଏ.): କୋରାପୁଟ ଜିଲାକୁ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ଫେରିଯାଇଥିବା ବେଳେ ତାଙ୍କ ସହ ଆସିଥିବା ୫-ଟି ସଚିବ ଜିଲାରେ ରହି ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି। ଏହି ଅବସରରେ ଶନିବାର ୫-ଟି…

ଖୋଲା ଆକାଶ ତଳେ ପଢୁଛନ୍ତି ଛାତ୍ରୀଛାତ୍ର

ସଇଁତଲା,୪ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ କୁଅଁାରଗଁାଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୫-ଟିରେ ସାମିଲ କରି ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ବିଦ୍ୟାଳୟରେ ନବମ…

ଉନ୍ନୟନ କାମ ଅବ୍ୟବସ୍ଥା ନେଇ ଉଦ୍‌ବେଗ

ଦେଓଗାଁ,୪ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ବିଭିନ୍ନ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକ ନରସିଂହ ମିଶ୍ର ସମୀକ୍ଷା କରିଛନ୍ତି। ପ୍ରଥମେ ୨୦୧୪-୧୫ ସମିହାରୁ ବିଧାୟକଙ୍କ ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା କରିଥିଲେ।…

ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ

ସୋନପୁର,୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଋତୁରେ ରେକର୍ଡ ପରିମାଣର ଧାନ ଅମଳ ହୋଇଛି। ତଦନୁଯାୟୀ ଧାନ ସଂଗ୍ରହରେ ଜିଲା ଚଳିତ ଥର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲାର ୧୦୭ ମଣ୍ଡିରୁ ୬୨୯୧୬ ଜଣ ଚାଷୀଙ୍କ…

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କୋକସରା,୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମର ଦାଦନ ଦଲାଲ ଲକ୍ଷ୍ମୀଧର ଦୁର୍ଗାଙ୍କ କଥାରେ ପଡି ଆଜକୁ ଦେଢ଼ମାସ ହେବ ମାଝିଗୁଡା ଗ୍ରାମର ବିଶେକ ନାଏକ(୬୦) ହାଇଦ୍ରାବାଦସ୍ଥିତ ଏକ ଘରୋଇ କମ୍ପାନୀରେ ଦିନମଜୁରିଆ ଭାବେ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?