ଚାଳଛପର ତଳେ ପାଠପଢ଼ା

ଖପ୍ରାଖୋଲ, ୧୩ା୩(ଡି.ଏନ.ଏ.):ସରକାର ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ସ୍କୁଲପ୍ରତି ଆକୃଷ୍ଟ କରିବା ପାଇଁ ସୋନ୍ଦର୍ଯ୍ୟକରଣ କରାଯାଇ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯାଉଛି। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ଲୁହାଖାନ ପ୍ରାଥମିକ ବିଦ୍ୟାଳୟ ଦେଖିଲେ ଜାଣି ହେଉଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବିଦ୍ୟାଳୟଟି ବ୍ଲକ ସଦର ମହକୁମାଠାରୁ ପ୍ରାୟ ୫୦ କିମି ଦୂରରେ ଅବସ୍ଥିତ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଥିବା ବେଳେ ୩୯ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଛନ୍ତି। ଦୁଇ ଜଣ ଶିକ୍ଷକ ଅଛନ୍ତି। ହେଲେ ବିଦ୍ୟାଳୟରେ ପଢିବା ପାଇଁ ଭଲ ଶ୍ରେଣୀଗୃହ ନାହିଁ। ଗ୍ରାମବାସୀଙ୍କ ସହାୟତାରେ ନଡ଼ା ଛପର ଛାମୁଡିଆ ନିର୍ମାଣ କରାଯାଇଛି। ଆଉ ଏହି ଛପର ତଳେ ପଢୁଛନ୍ତି ଛାତ୍ରୀଛାତ୍ର। ଏନେଇ ଗ୍ରାମବାସୀ ଅନେକଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ବିଦ୍ୟାଳୟ ୧୯୭୩ରେ ଆରମ୍ଭ ହୋଇଥିବା ବେଳେ ଦୁଇଟି କୋଠରି ମଧ୍ୟ ରହିଛି। ହେଲେ ତାହା ବିପଦସଙ୍କୁଳ ହୋଇଥିବା ବେଳେ ସିମେଣ୍ଟ ଅତଡ଼ା ଖସୁଛି। ଫଳରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ମାସ ଗଛତଳେ ଶିକ୍ଷାଦାନ ହେଉଥିବା ବେଳେ ପରେ ଗ୍ରାମବାସୀ ଏକ ନଡ଼ା ଛପର ଛାମୁଡିଆ କରିଦେଇଛନ୍ତି। ଏ ନେଇ ଖପ୍ରାଖୋଲ ବ୍ଲକ ସହ ଶିକ୍ଷା ଅଧିକାରୀ ମିନିକେତନ ବରିହାଙ୍କୁ ପଚାରିବାରୁ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ ଅଛୁ। ଶିକ୍ଷା ବିଭାଗରୁ ଏବେ ନିର୍ମାଣ କାମ ହେଉ ନଥିବା ବେଳେ କୋଠା ପାଇଁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ଖରାଦିନ ମଧ୍ୟରେ ଘର କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ଚାନ୍ଦବାଲି,୨୬ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ-ଚୌଧୁରୀଘାଟ ରାସ୍ତାର ମଉସୁଧା ବଜାର ନିକଟରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା...

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ

ପୁରୀ ଅଫିସ, ୨୩।୬: ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀଜଗନ୍ନାଥ। ଶରଧାବାଲିରେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ରଥ ପହଞ୍ଚିଥିଲା। ଶେଷରେ ୫ଟା...

ଫେଲ୍‌ ମାରିଛି ଅମୃତ ଯୋଜନା: ପାଣି ଘେରରେ ବସ୍ତି ବାସିନ୍ଦା

ବାଲେଶ୍ୱର ଅଫିସ, ୫।୧୦-ବାଲେଶ୍ୱର ସହରକୁ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହାର ଉନ୍ନତୀକରଣ ଲାଗି କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଛି। ହେଲେ ସେଭଳି କୌଣସି...

ଜଙ୍ଗଲାଞ୍ଚଳରେ ଅପହଞ୍ଚ ଯୋଜନା

ବଇଣ୍ଡା,୪ା୮(ଡି.ଏନ.ଏ.) – ଯୋଗାଯୋଗର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ପକ୍କା ସଡ଼କ ନିର୍ମାଣ ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ପ୍ରକଳ୍ପମାନ କରାଯାଉଛି।...

ଆଜି ଆବାସ ଯୋଜନାର ଚୂଡ଼ାନ୍ତ ତାଲିକା

ରସୁଲପୁର,୩୦ା୧(ଡି.ଏନ.ଏ.):ଜାନୁୟାରୀ ୩୦(ସୋମବାର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଏନେଇ ରସୁଲପୁର ବ୍ଲକରେ ଘଣ୍ଟାଚକଟା ଚାଲିଛି। ତାଲିକାରୁ ଅଯୋଗ୍ୟଙ୍କୁ ବାଦ ଦେବା...

ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି।...

ପଥର, ବାଲି ଚାଲାଣବେଳେ ୬ ଗାଡ଼ି ଜବତ

ଭଞ୍ଜନଗର,୨୪।୭(ଡି.ଏନଏ): ପଥର, ବାଲି, ଗୋଡ଼ି ବେନିୟମ ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବୁଧବାର ଭଞ୍ଜନଗର ତହସିଲ ଓ ଗାଲେରୀ, ଭଞ୍ଜନଗର ପୋଲିସ ପକ୍ଷରୁ...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ସହାୟତା

ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-କୋଭିଡ-୧୯ର ମୁକାବିଲା ପାଇଁ ମଙ୍ଗଳବାର ଘସିପୁରା ଠାରେ ଥିବା ବାଲ ଶିକ୍ଷା ସଂସ୍ଥାନର ୫ମ ଶ୍ରେଣୀ ଛାତ୍ରୀ ଇପ୍ସୀତା ବେହେରା ୭୨୦୦ ଟଙ୍କା ପ୍ରଧାନ...

Advertisement
Archives

Model This Week