ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥକାରୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ ଫୁଲ। ଏହାକୁ ଦେଶରେ ଲାଭକାରୀ ଫସଲ ଭାବେ ଗଣାଯାଏ। କୁହାଯାଏ, ଯିଏ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଛି ଘରେ ତା’ର କେବେବି ଅଭାବ ରହେନି। ହେଲେ ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ସୂର୍ଯ୍ୟମୁଖୀ ଚାଷୀ। ଉଚିତ୍‌ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ ହତାଶ ହେଉଛନ୍ତି। ଜିଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବହୁଳ ଭାବେ ସୂର୍ଯ୍ୟମୁଖୀ ଚାଷ କରାଯାଏ। ସୂର୍ଯ୍ୟମୁଖୀ ଚାଷ କେବଳ ଯେ ଲାଞ୍ଜିଗଡ଼ ଅଞ୍ଚଳରେ ନୁହେଁ ବରଂ ଜିଲାର ଥୁଆମୂଳ ରାମପୁର, ମଦନପୁର, କଲମପୁର, ଜୟପାଟଣା ଭଳି ଅନେକ ଅଞ୍ଚଳରେ ବହୁଳ ଚାଷ କରାଯାଏ। ଭବାନୀପାଟଣାରୁ ଲାଞ୍ଜିଗଡ଼ ରାସ୍ତାର ଉଭୟ ପାର୍ଶରେ ଏକର ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବା ଦେଖିବାକୁ ମିଳେ। ଯଦିଓ ସ୍ଥାନୀୟ ଅଞ୍ଚଳରେ ଚାଷ ଭଲ ହେଉଛି, କିନ୍ତୁ ତେଲ ବିକ୍ରି କରିବାକୁ ବଜାର ସୁବିଧା ନାହିଁ। ବଜାର ଅଭାବରୁ ଏଠିକାର ସୂର୍ଯ୍ୟମୁଖୀ ଚାଷୀ ନିଜ ଫସଲର ଉଚିତ୍‌ ମୂଲ୍ୟ ପାଉନାହାନ୍ତି। ଫଳରେ ସଞ୍ଜରେ ସୂର୍ଯ୍ୟମୁଖୀର ମୁହଁ ଭଳି ମଳିନ ପଡିଯାଉଛି ଚାଷୀଙ୍କ ବେଉଶା। ତୈଳବୀଜ ଫସଲ ସୂର୍ଯ୍ୟମୁଖୀ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଦିନକୁ ଦିନ ଏହାର ଚାହିଦା ବଢୁଛି। ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଫଳରେ ସୂର୍ଯ୍ୟମୁଖୀ ଚାଷ ପାଇଁ ଲୋକଙ୍କ ମନରେ ଆଗ୍ରହ ବଢୁଛି। ଅଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏଠାକାର ଅଞ୍ଚଳବାସୀ ପୂର୍ବରୁ ଡାଲି ଜାତୀୟ ଶସ୍ୟ ଚାଷ କରୁଥିଲେ। ହେଲେ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଉ ଆଗଭଳି ଭଲ ଫସଲ ହେଲାନି। ପରବର୍ତ୍ତୀ ସମୟରେ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବାକୁ ନିଷ୍ପତ୍ତି ନେଲେ। ଅନ୍ୟବର୍ଷ ତୁଳନାରେ ଚଳିତବର୍ଷ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଅଧିକ ଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଚାଷ କରି କିଏ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ଅଭାବୀ ବିକ୍ରି ପାଇଁ କ୍ଷତି ସହୁଛି ଚାଷୀ। ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କିମ୍ବା ସୂର୍ଯ୍ୟମୁଖୀ ତେଲ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କଲେ ଲାଞ୍ଜିଗଡ ଅଞ୍ଚଳରେ ଦିନେ ସୂର୍ଯ୍ୟମୁଖୀ ଚାଷ ଲୋକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଭଲ ରୋଜଗାର ଦେବ ବୋଲି କୁହାଯାଇଛି। କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ତାଲିମ, ପ୍ରୋତ୍ସାହନ ଓ ସୂର୍ଯ୍ୟମୁଖୀର ମାର୍କେଟିଂ ବ୍ୟବସ୍ଥା କରାଗଲେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri