ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥକାରୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ ଫୁଲ। ଏହାକୁ ଦେଶରେ ଲାଭକାରୀ ଫସଲ ଭାବେ ଗଣାଯାଏ। କୁହାଯାଏ, ଯିଏ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଛି ଘରେ ତା’ର କେବେବି ଅଭାବ ରହେନି। ହେଲେ ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ସୂର୍ଯ୍ୟମୁଖୀ ଚାଷୀ। ଉଚିତ୍‌ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ ହତାଶ ହେଉଛନ୍ତି। ଜିଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବହୁଳ ଭାବେ ସୂର୍ଯ୍ୟମୁଖୀ ଚାଷ କରାଯାଏ। ସୂର୍ଯ୍ୟମୁଖୀ ଚାଷ କେବଳ ଯେ ଲାଞ୍ଜିଗଡ଼ ଅଞ୍ଚଳରେ ନୁହେଁ ବରଂ ଜିଲାର ଥୁଆମୂଳ ରାମପୁର, ମଦନପୁର, କଲମପୁର, ଜୟପାଟଣା ଭଳି ଅନେକ ଅଞ୍ଚଳରେ ବହୁଳ ଚାଷ କରାଯାଏ। ଭବାନୀପାଟଣାରୁ ଲାଞ୍ଜିଗଡ଼ ରାସ୍ତାର ଉଭୟ ପାର୍ଶରେ ଏକର ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବା ଦେଖିବାକୁ ମିଳେ। ଯଦିଓ ସ୍ଥାନୀୟ ଅଞ୍ଚଳରେ ଚାଷ ଭଲ ହେଉଛି, କିନ୍ତୁ ତେଲ ବିକ୍ରି କରିବାକୁ ବଜାର ସୁବିଧା ନାହିଁ। ବଜାର ଅଭାବରୁ ଏଠିକାର ସୂର୍ଯ୍ୟମୁଖୀ ଚାଷୀ ନିଜ ଫସଲର ଉଚିତ୍‌ ମୂଲ୍ୟ ପାଉନାହାନ୍ତି। ଫଳରେ ସଞ୍ଜରେ ସୂର୍ଯ୍ୟମୁଖୀର ମୁହଁ ଭଳି ମଳିନ ପଡିଯାଉଛି ଚାଷୀଙ୍କ ବେଉଶା। ତୈଳବୀଜ ଫସଲ ସୂର୍ଯ୍ୟମୁଖୀ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଦିନକୁ ଦିନ ଏହାର ଚାହିଦା ବଢୁଛି। ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଫଳରେ ସୂର୍ଯ୍ୟମୁଖୀ ଚାଷ ପାଇଁ ଲୋକଙ୍କ ମନରେ ଆଗ୍ରହ ବଢୁଛି। ଅଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏଠାକାର ଅଞ୍ଚଳବାସୀ ପୂର୍ବରୁ ଡାଲି ଜାତୀୟ ଶସ୍ୟ ଚାଷ କରୁଥିଲେ। ହେଲେ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଉ ଆଗଭଳି ଭଲ ଫସଲ ହେଲାନି। ପରବର୍ତ୍ତୀ ସମୟରେ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବାକୁ ନିଷ୍ପତ୍ତି ନେଲେ। ଅନ୍ୟବର୍ଷ ତୁଳନାରେ ଚଳିତବର୍ଷ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଅଧିକ ଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଚାଷ କରି କିଏ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ଅଭାବୀ ବିକ୍ରି ପାଇଁ କ୍ଷତି ସହୁଛି ଚାଷୀ। ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କିମ୍ବା ସୂର୍ଯ୍ୟମୁଖୀ ତେଲ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କଲେ ଲାଞ୍ଜିଗଡ ଅଞ୍ଚଳରେ ଦିନେ ସୂର୍ଯ୍ୟମୁଖୀ ଚାଷ ଲୋକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଭଲ ରୋଜଗାର ଦେବ ବୋଲି କୁହାଯାଇଛି। କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ତାଲିମ, ପ୍ରୋତ୍ସାହନ ଓ ସୂର୍ଯ୍ୟମୁଖୀର ମାର୍କେଟିଂ ବ୍ୟବସ୍ଥା କରାଗଲେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସାଙ୍ଗକୁ କୁଆପଥର ମାଡ଼

ଅମ୍ବାଭୋନା,୨୮।୧୨(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭେନା ବ୍ଲକରେ ମଙ୍ଗଳବାର ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏଥିରେ ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି ।...

ଛତ୍ରପୁର ହସ୍ପିଟାଲ ପ୍ରତି ଅବହେଳା ଅଭିଯୋଗ

ଛତ୍ରପୁର,୫ା୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୦୦ ନୂଆ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ଏହାକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ...

ପିକ୍‌ନିକ୍‌ କରିବାକୁ ଯାଇ ଆଉ ଘରକୁ ଫେରିଲେନି ୨ ଯୁବକ, ଗଡ଼ିଆରୁ ବାଇକ୍‌ ସହ ମିଳିଲା ମୃତଦେହ

କେନ୍ଦ୍ରାପଡ଼ା ଅଫିସ,୨।୧: ନୂଆବର୍ଷରେ ପିକ୍‌ନିକ୍‌ କରିବାକୁ ଯାଇ ଆଉ ଘରକୁ ଫେରିଲେନି ୨ ଯୁବକ। ରବିବାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସହିତ ଏକ ବାଇକ...

ଚା’ ଦୋକାନ ସିଲ କଲା ପୋଲିସ

ଚୌଦ୍ୱାର,୧୮ା୫(ଡି.ଏନ୍‌.ଏ)-ଚୌଦ୍ୱାର କଳିଙ୍ଗ ଛକଠାରେ ଏକ ଚା’ଦୋକନକୁ ସୋମବାର ଚୌଦ୍ୱାର ପୋଲିସ୍‌ ସିଲ କରିଛି। ଜନୈକ ବ୍ୟକ୍ତିଙ୍କ ହାତରେ ପ୍ରବାସୀ ଓଡିଆ ସିଲ ବାଜିଥିବା ଜାଣି ସୁଦ୍ଧା...

ପ୍ରତିଯୋଗିତା ଭିତ୍ତିରେ ହେବ ପୂଜା

ଅନୁଗୋଳ ଅଫିସ, ୨୮।୮: କିଛିଟା ଦୂର ହୋଇଛି କରୋନା କଷ୍ଟ। ପୂର୍ବପରି କଡ଼ାକଡ଼ି ନାହିଁ କଟକଣା। ତେଣୁ ଏଥର ଜମିବ ପାର୍ବଣ। ସାଜସଜ୍ଜା, ବୁଲାବୁଲି, କିଣାବିକା,...

ଦୁର୍ଘଟଣାରେ ଚାଲିଗଲା କେନ୍ଦ୍ରୀୟ ଅଧିକାରୀଙ୍କ ଜୀବନ

ଆନନ୍ଦପୁର,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳାଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା...

ଭୁଜାଲି ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ବାଲେଶ୍ୱର ଅଫିସ,୧୮ା୧୦: ସୋରର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୮୦ ଗ୍ରାମ ସୁନା, ଚାରି କିଲୋ ରୁପା ଏବଂ ନଗଦ ୧୩ ହଜାର...

ଗଞ୍ଜାମରେ ଟିକାକରଣ ଲକ୍ଷ୍ୟ ପୂରଣ: ପ୍ରଶଂସା ପ୍ରମାଣପତ୍ର ଗ୍ରହଣ କଲେ ଜିଲାପାଳ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀ ଜନପଥସ୍ଥିତ ଡ. ଆମ୍ବେଦକାର ଇଣ୍ଟରନ୍ୟାଶନାଲ ସେଣ୍ଟରଠାରେ ପଲ୍‌ସ ପୋଲିଓ ସିଲଭର...

Advertisement
Archives

Model This Week