ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର,୧୩ା୨(ସ୍ବ.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସିବେ। ଏହି ଅବସରରେ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିବା ଜିଲା ପ୍ରଶାସନ ସୂଚନା ଦେଇଛି।…
ମିସ୍ କୁଇନ୍ ଅଫ୍ ଏସିଆ ଟାଇଟଲ ଜିତିଲେ ରାଉରକେଲା ଝିଅ
ରାଉରକେଲା ଅଫିସ,୧୩।୨:ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍ କୁଇନ ଅଫ୍ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା ତଥା ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଗତ ୩ତାରିଖରେ ବମ୍ବେ ଅନ୍ଧେରୀ ଇଷ୍ଟରେ ମିସ୍…
ହାଇୱା ଧକ୍କାରେ ଚାଲିଗଲା ଖବରଦାତାଙ୍କ ଜୀବନ
କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଜୁଡ଼ିଆ ଘାଟି ନିକଟ ୪୯ ନମ୍ବର ଜାତୀୟ ରାଜପଥ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ରବିବାର ଏକ ହାଇୱା ଧକ୍କାରେ ଜଣେ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ…
ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ
କୋକସରା,୧୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ସାନପୋଡାଗୁଡ଼ା ପଞ୍ଚାୟତ ଅଧୀନ କଲୋନୀପଡ଼ାର ଦାଦନ ଶ୍ରମିକ କୃତିକ ମାଝି (୩୫)ଙ୍କ ଶନିବାର ବିଜୟୱାଡାରେ ମୃତ୍ୟୁ ଘଟିଥିବା ବେଳେ ରବିବାର ଗାଁରେ ମୃତଦେହ ପହଞ୍ଚିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ…
ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଗୁରୁତର
ଆଠଗଡ଼,୧୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ଜେନାପଦା ମଝି ସାହିରେ ରବିବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ, ଦୀନବନ୍ଧୁ ନାୟକ। ଗୁରୁତରମାନଙ୍କୁ ପ୍ରଥମେ ଆଠଗଡ଼…
ଡକାୟତି ଯୋଜନା ପଣ୍ଡ, ବନ୍ଧା ହେଲେ ୪ ଯୁବକ
ବେଗୁନିଆପଡ଼ା,୧୨।୨(ଡି.ଏନ୍.ଏ.): ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ବେଗୁନିଆପଡ଼ା ଥାନା ପୋଲିସ। ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅଧୀନ ତିରିଡା ରାସ୍ତାର ପାଣିଟାଙ୍କି ନିକଟରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିଲେ। ସେତିକିବେଳେ ବେଗୁନିଆପଡ଼ା ପୋଲିସ ଚଢାଉ କରି…
ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ଜିପିଓଙ୍କ ମୃତ୍ୟୁ
ଭଞ୍ଜନଗର,୧୨ା୨(ଡି.ଏନ୍.ଏ.): ବିଷ ପିଇ ଗୁରୁତର ଥିବା ଭଞ୍ଜନଗର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ପ୍ରମୋଦ ପଟ୍ଟନାୟକଙ୍କ ରବିବାର ମୃତ୍ୟୁ ଘଟିଛି। ସେ ଗତ ୧ ତାରିଖରେ ବିଷ ପିଇ ଗୁରୁତର ହୋଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
ମଣ୍ଡିରୁ ଧାନ ଆଣୁଥିବା ବେଳେ ଓଲିଟିଲା ଟ୍ରକ୍
କୋରାପୁଟ,୧୨।୨(ସ୍ବ.ପ୍ର): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୋଲିଆମ୍ବ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲା…
ଯୁବକଙ୍କୁ ମଦ ବୋତଲରେ ଆକ୍ରମଣ
ବ୍ରହ୍ମପୁର ଅଫିସ,୧୨ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ଜଗବନ୍ଧୁ ସାହିରେ କାହ୍ନା ପାତ୍ର ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୩/୨୩) ରୁଜୁ କରିଛି। ମିଳିଥିବା ସୂଚନା ମୁତାବକ, ପ୍ରହଲ୍ଲାଦନଗର ୪ର୍ଥ ଲାଇନ୍ର…
ଜିଲା ମୁଖ୍ୟ ଡାକ୍ତରଖାନାରେ ଅନୈତିକ କାର୍ଯ୍ୟ: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଡିଏମ୍ଓ
କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗରେ ଅନୈତିକର କାର୍ଯ୍ୟ ଚାଲିଥିବା ନେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ କର୍ମଚାରୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ ପାଇଁ ପୋଲିସରେ ଅଭିଯୋଗ…
ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଠିକାଦାର ଗିରଫ
କେନ୍ଦୁଝର,୧୨ା୨(ସ୍ବ.ପ୍ର.): ଟାଉନ ଥାନା ପୋଲିସ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଘରେ କାମରେ ଲଗାଇବା ସହ ଶନିବାର ବଳାତ୍କାର ଉଦ୍ୟମ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି। ତାଙ୍କ ନାମ ଫୁକୁ ପଣ୍ଡା (୫୯) ବୋଲି ଜଣାପଡ଼ିଛି। ଏନେଇ ପୋଲିସ…
୫ ଦିନ ହେଲା ନେଟ୍ୱର୍କ ଫେଲ୍: ବଢୁଛି ଅସନ୍ତୋଷ
ଲାଞ୍ଜିଗଡ଼,୧୨।୨(ଡି.ଏନ୍.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ୫ ଦିନ ହେଲାଣି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ନେଟ୍ୱର୍କ ଫେଲ୍ ରହିଥିବା ଅଭିଯୋଗ ହୋଇଛି। ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅସନ୍ତୋଷ ଦେଖାଦେଇଛି।…

