ବର୍ଷା, କୁଆପଥର ମାଡ଼: ପରିବା ଚାଷ ନଷ୍ଟ ଆଶଙ୍କା

ଭଦ୍ରକ ଅଫିସ/ବାସୁଦେବପୁର,୧୯।୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଛି। ବର୍ଷା ପାଣି କ୍ଷେତରେ ଜମି ରହିବାରୁ ସୂର୍ଯ୍ୟମୁଖୀ, ବିରି, ମୁଗ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ରବିବାର ସକାଳୁ ଚାଷୀମାନେ କ୍ଷେତରୁ ପାଣି ଶୁଖାଇବାରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି।

ବନ୍ତ ବ୍ଲକ ଗୋପାଳପୁର ଓ ଗଣ୍ଡକୁରା ଅଞ୍ଚଳରେ ୫ ଏକରରୁ ଊର୍ଦ୍ଧ୍ୱ ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବା ବେଳେ ୨୫ରୁ ୩୦ ଏକର ଜମିରେ ବିରି, ମୁଗ ଏବଂ ୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପନିପରିବା ଚାଷ ହୋଇଥିଲା। ବର୍ଷାରେ ପରିବା କ୍ଷେତରେ ପାଣି ଜମି ରହିଥିବାରୁ ପରିବା ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ଗୋପାଳପୁରର ଚାଷୀ ରାଜକିଶୋର ଗିରି କହିଛନ୍ତି। ସେହିପରି ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ହୋଇଥିବା ବର୍ଷା ଓ କୁଆପଥର ପଡ଼ିବା ଫଳରେ ପନିପରିବା ଚାଷୀମାନେ କ୍ଷତିରେ ପଡ଼ିଛନ୍ତି। ବିଲ ଓ ଖାଲୁଆ ଜମିରେ ଚାଷ କରିଥିବା ଚାଷୀମାନେ ଆର୍ଥିକ କ୍ଷତିରେ ପଡ଼ିବା ସହ ସେମାନଙ୍କ ପରିବା କ୍ଷେତ ଉଜୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। କ୍ଷେତରେ ବର୍ଷାପାଣି ଜମିରହିବା ଫଳରେ ପନିପରିବା ଗଛଗୁଡ଼ିକ ମରିଯିବା ଆଶଙ୍କା ଦେଖାଦେଇଛି। କେତେକ ଚାଷୀ ମଞ୍ଜି ବ୍ୟବସାୟ ପାଇଁ ଚାରା ରୋପଣ କରିଥିବା ବେଳେ ଚାରାତଳି ମଧ୍ୟ ନଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଉଁଶ ମଞ୍ଚାରେ ଫସଲକୁ ଜଗିଥିବା ବେଳେ ବାର୍‌ହା ଆକ୍ରମଣ, ବୃଦ୍ଧା ମୃତ

ମହାକାଳପଡ଼ା,୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକର ଗହୀରମଥା ଶାଶିନିପେଟା ରେଞ୍ଜ ଅଧୀନ ସ୍ଥାନୀୟ ନରସିଂହପୁର ଗ୍ରାମ ନିକଟ ଚାଷଜମିରେ ବାର୍‌ହା ଦଳ ଆକ୍ରମଣରେ ବୁଧବାର ବିଳମ୍ବିତ...

ପ୍ରଚାରରେ ମନ୍ତ୍ରୀ, ଏମ୍‌ପି

ବରଗଡ଼ ଅଫିସ୍‌/ବରପାଲି,୧୭।୩(ଡି.ଏନ.ଏ): ବରଗଡ଼ ଜିଲାରେ ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର...

ଜବରଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଏମ୍‌ଆଇ କଲୋନୀ ନିକଟସ୍ଥ ୬ ନଂ ଓ୍ବାର୍ଡର ବଳରାମ ପାହାଡ଼ ପାଦଦେଶରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ...

ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୂତାବକ ପାଳନ କରାଯିବ ରଥଯାତ୍ରା: ମୁଖ୍ୟ ଶାସନ ସଚିବ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବସୁଛି ଘନ ଘନ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ନୀଳାଦ୍ରି ଭକ୍ତ ନିବାସରେ...

ସ୍କୁଲରେ ଶୋଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କୁକୁଡ଼ାଖଣ୍ଡି,୪ା୩(ଡି.ଏନ.ଏ.)- ବିଦ୍ୟାଳୟରେ ଶୋଇବା ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଶୋଇଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।...

ଟଳିନି ରାଜ୍ୟରେ ବନ୍ୟା ସ୍ଥିତି: ବହୁ ଲୋକ ଜଳବନ୍ଦୀ, ଆଜି ପ୍ରବଳ ବର୍ଷା

ଭୁବନେଶ୍ୱର, ୧୯ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ଟଳିଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିିଛି। ଲୋକେ ଜଳବନ୍ଦୀ...

ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ, ୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୬ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା...

ବସ୍ତିବାସିନ୍ଦାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା

ଚୌଦ୍ୱାର,୧୫ା୪(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗରିବ ପରିବାରରେ ଖାଦ୍ୟ ସଂକଟ ଦେଖାଦେଇଛି। ଲୋକେ କାମଧନ୍ଦା ପାଇଁ ବାହାରକୁ ଯାଇ ପାରୁ ନ ଥିବାରୁ...

Advertisement
Archives

Model This Week