ବାଘଛାଲ ସହ ହରିଣ ଚମଡ଼ା ଜବତ: ଜଣେ ଗିରଫ

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବାଘ ଚମଡ଼ା ଜବତ କରାଯାଇଛି। ଏତଦ୍‌ବ୍ୟତୀତ ଶନିବାର ବିଳମ୍ବିତ ରାତିରେ ଗୋଟିଏ ବାଘ ଚମଡ଼ା ଓ ଦୁଇଟି ହରିଣ ଚମଡ଼ା ମଧ୍ୟ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଛତରଙ୍ଗ- ହରଭଙ୍ଗା ରାସ୍ତାରେ ଏସବୁ ଚମଡ଼ା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ କର୍ମଚାରୀ ଚଢ଼ାଉ କରିଥିଲେ। ପରେ ଉକ୍ତ ଚମଡ଼ାଗୁଡିକ ହରଭଙ୍ଗାର ଗିରିଜା କୁମାର ସାହୁଙ୍କ ପାଖରୁ ଜବତ କରିଥିଲେ। ଏ ନେଇ ଏସ୍‌ଟିଏଫ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ କେସ ନଂ. ୫/୨୩ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟକୁ ପଠାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ଚମଡ଼ାଗୁଡିକୁ ପରୀକ୍ଷା ପାଇଁ ଡେରାଡୁନ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡମ୍ପର ତଳେ ଚାପି ହୋଇଗଲେ ଡ୍ରାଇଭର

ଯୋଡା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ଟାଟାଷ୍ଟିଲର ଖଣ୍ଡବନ୍ଧ ଖଣି ପାର୍କିଂରେ ଏକ ଡମ୍ପର ଧକାରେ ଜଣେ ଡ୍ରାଇଭର ଗୁରୁତର...

ଦୋରାଗୁଡା ଘାଟରେ ଡଙ୍ଗାଚାଳକ ବନ୍ଦ; ଲୋକେ ହନ୍ତସନ୍ତ

ଚିତ୍ରକୋଣ୍ଡା, ୨୯ା୮(ଡି.ଏନ.ଏ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୬ଟି ପଞ୍ଚାୟତ ଦୋରାଗୁଡା, ନୁଆଗୁଡା, ଗୁଣ୍ଠାଓ୍ବାଡା, କପାତୁଟି, କୁରୁମାନୁର ଓ ପାପୁଲୁର ପାଇଁ ଦୋରାଗୁଡା ଡଙ୍ଗା ଘାଟ...

କୃଷିଋଣ ଛାଡ, ପ୍ରବାସୀଙ୍କୁ ସହାୟତା ଦାବି

ଖଇରା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ତରଫରୁ କରୋନା ଓ ବାତ୍ୟା ଅମ୍ପନରେ କ୍ଷତିଗ୍ରସ୍ତ ପାଇଁ ୭ଦଫା ଦାବି ନେଇ ଏକ...

କରୋନା ପ୍ରଭାବ: ଖୋଲା ଅଛି ଏଟିଏମ୍‌, ଟଙ୍କା ନାହିଁ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ସମସ୍ତ ଏଟିଏମ୍‌ ଖୋଲା ରହିଥିଲେ ମଧ୍ୟ ଏଥିରେ ଟଙ୍କା ନ ଥିବାରୁ ଲୋକେ ଜରୁରୀ ସମୟରେ ବହୁ...

ରାଲିରେ ଅପରାଜିତାଙ୍କୁ ସହଯୋଗ କରିବୁ ନାହିଁ: ପୁରୀ ବିଧାୟକ

ପୁରୀ ଅଫିସ,୨୬।୪: ଗୋଟିଏ ପଟେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ କୁମାର...

ଜିଲାପାଳଙ୍କ ଗଞ୍ଜାମ ବ୍ଲକ ଗସ୍ତ : ମେଡିଶିନଷ୍ଟୋର, ହୋଟଲ ସିଲ୍‌

ଗଞ୍ଜାମ,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳକୁ ଶଟ୍‌ଡାଉନ୍‌ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନଜର ଏବେ ଗଞ୍ଜାମ ସହର ଉପରେ। ବୁଧବାର ଜିଲାପାଳ କୁଲାଙ୍ଗେ...

ଜାମିନରେ ଆସି ହୋଇଥିଲେ ଫେରାର, ୩୦ ବର୍ଷ ପରେ ପଡ଼ିଲେ ଧରା

ଲୋଇସିଂହା,୨୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ଲୁହୁରାମୁଣ୍ଡା ଗାଁର ବାଳକୃଷ୍ଣ ବାରିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୀଳମଣି ସାହୁ(୫୮)ଙ୍କୁ...

କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍‌ଦାର ଯାଞ୍ଚ

ବୁଗୁଡ଼ା,୧୩ା୬(ଡି.ଏନ୍‌.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...

Advertisement
Archives

Model This Week