ଆରକ୍ଷୀ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଘଟଗାଁ ବ୍ଲକ ବାଲିଯୋଡ଼ି ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସର ଅନ୍ତେବାସିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି। ଏହି ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ଚିଠି ନମ୍ବର ୩୩୨ ତା ୧୬ା୩ା୨୦୨୩ରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ,କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ଚିଠି ହୋଇଛି ଯେ, ନାବାଳିକାଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଖବର ବିଭିନ୍ନ ଗଣମଧ୍ୟମରେ ପ୍ରକାଶ ପାଇବା ପରେ ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ତେଣୁ ଏହି ମାମଲାର ସ୍ଥିତି କ’ଣ, ତଦନ୍ତ ରିପୋର୍ଟ ସହିତ ଆକ୍ସନ ଟେକେନ ରିପୋର୍ଟ ୧୫ ଦିନ ମଧ୍ୟରେ ପ୍ରଦାନ ପାଇଁ ନିର୍ଦ୍ଦେଶ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗ ପତ୍ର, ଚାର୍ଜଶିଟ୍‌, ପୀଡ଼ିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରାଯାଇଥିବା ସହାୟତା ତଥା ପୀଡ଼ିତାଙ୍କୁ କରାଯାଇଥିବା କାଉନସେଲିଂକୁ ନେଇ ତଥ୍ୟ ମାଗିଛନ୍ତି। ସେହିପରି ପୀଡ଼ିତାଙ୍କ ମାନସିକ ସ୍ଥିତି ଏବଂ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବଗିଚାରୁ ବାର୍‌ହା ମୃତଦେହ ଉଦ୍ଧାର

ଭାପୁର,୨୬ା୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ସଦର ରେଞ୍ଜ ଅଧୀନ ଭାପୁର ଅଞ୍ଚଳର ଶୁଳିଆ ଜଙ୍ଗଲ ପାଦ ଦେଶ ୨୬ ଘରିଆ କାଜୁ ବଗିଚାରୁ ଗୁରୁବାର ବନବିଭାଗ ଏକ ବାର୍‌ହା...

ପୃଥକ୍‌ ଦୁର୍ଘଟଣାରେ ୪ ଗୁରୁତର

ପାପଡାହାଣ୍ଡି,୯।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ପୃଥକ ସ୍ଥାନରେ ସୋମବାର ବାଇକ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି।...

ଚାଷ ଜମି ନିଆଁ ବ୍ୟାପିଲା

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ...

ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ...

ଧାନ ବିକ୍ରିରୁ ବଞ୍ଚିତ ୯୭୪ ଚାଷୀ

ଚମ୍ପୁଆ, ୬।୪(ଡି.ଏନ୍‌.ଏ.) – କେନ୍ଦୁଝର ଜିଲା ଚମ୍ପୁଆ ଓ ଭଣ୍ଡା ଲ୍ୟାମ୍ପର ୯୭୪ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ୨୦୨୧-୨୨ର ଖରିଫ ଋତୁରେ...

ପ୍ରତିଶ୍ରୁତିରେ ଦିନ ଗଡାଉଛନ୍ତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ:ଖଣିବନ୍ଦ ଆନ୍ଦୋଳନରେ ଜରଡାବାସୀ

କଣିହାଁ, ୨୯ା୬ (ଡି.ଏନ.ଏ.)ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଧିକାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଜରଡା...

ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି।...

Advertisement
Archives

Model This Week