ଦୋକାନ କାନ୍ଥ ଭାଙ୍ଗି ନେଇଗଲେ ରାଶନ ସାମଗ୍ରୀ

ବ୍ରଜରାଜନଗର,୧୯।୩(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ଏତେ ବଢ଼ିଯାଇଛି ଯେ ଦୋକାନୀମାନେ ନିଜ ନିଜ ଦୋକାନକୁ ଆଉ ସୁରକ୍ଷିତ ମଣୁନାହାନ୍ତି। ପ୍ରତ୍ୟେକ ମାସରେ ସେ ଅଞ୍ଚଳରୁ ୮ରୁ ୧୦ଟି ଦୋକାନରୁ ଚୋରି ହେଉଛି। ଦୋକାନୀମାନେ ଏନେଇ ବାରମ୍ବାର ଥାନାରେ ଅଭିଯୋଗ କରୁଛନ୍ତି। ହେଲେ ପୋଲିସ କେବଳ ନୀରବଦ୍ରଷ୍ଟା ସାଜି ଚୁପ୍‌ହୋଇ ବସି ପଡ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଚୋରଙ୍କ ସାହସ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ଚୋରମାନେ ବ୍ରଜରାଜନଗରର ଏକ ହୋଟେଲ ଆଜ୍‌ବେଷ୍ଟସ୍‌ ଭାଙ୍ଗି ଚୋରି କରିଥିଲେ। ସେହିପରି ଶନିବାର ସମ୍ପୃକ୍ତ ଅଞ୍ଚଳରେ ଥିବା ଜଗବନ୍ଧୁ କବିଙ୍କ ରାଶନ ଦୋକାନଘର ପଛପଟ କାନ୍ଥ ଭାଙ୍ଗି ରାଶନ ସାମଗ୍ରୀ ଚୋରିକରି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୁବ୍‌ଶୀଘ୍ର ଚୋରମାନଙ୍କୁ ଧରିବା ନେଇ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଭଦ୍ରକ ଅଫିସ,୨୩।୧: ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ତେବେ ପୋଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଅଭିଯୁକ୍ତ...

କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି।...

ଟ୍ରକ୍‌ ପଛରେ ଧକ୍କା ଦେଲା ଆମ୍ବୁଲାନ୍ସ

ଆନନ୍ଦପୁର,୨୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ଏକ ଟ୍ରକ୍‌ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ...

ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ

ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍‌ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍‌ସେଲର ଔଷଧ ବିକ୍ରି...

ବୃଦ୍ଧା ମା’ ସାଜିଛି ଦୃଷ୍ଟିହୀନ ପୁଅର ସାହାରା, ଭିକ୍ଷାବୃତ୍ତି କରି ପୋଷୁଛନ୍ତି ପେଟ

ଯାଜପୁର ଟାଉନ,୧୧।୮(ଡିଏନଏ)- ଅନେକ ସ୍ଥାନରେ ପୁଅ ବୃଦ୍ଧ ମା’ବାପାଙ୍କୁ ନ ପଚାରିବା ଓ ଘରୁ ତଡ଼ି ଦେଉଥିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି।...

ଅଭିଯୁକ୍ତଙ୍କ ପିତା ହୃଦ୍‌ଘାତରେ ମୃତ,ତହସିଲ ସମ୍ମୁଖରେ ମୃତଦେହ ରଖି ଧାରଣା

ଧାମନଗର,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଗତ ୧୭ ତାରିଖରେ ଦୁର୍ବ୍ୟବହାରକରି ଫେରାର ଥିବା ଅଭିଯୁକ୍ତଙ୍କ ପିତାଙ୍କର ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ...

ଖବର ପ୍ରକାଶ ପରେ ମୁକୁଳା ଟ୍ରାନ୍ସଫର୍ମର ଆଗରେ ନିର୍ମାଣ ହେଲା ପାଚେରି

ଗୋପବନ୍ଧୁ ନଗର,୨୪ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ଧରି ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଆଗରେ ସୁରକ୍ଷା ପାଚେରି ନିର୍ମାଣ...

Advertisement
Archives

Model This Week