ଓଭରବ୍ରିଜ ନିର୍ମାଣରେ ବିଳମ୍ବ, ହାତୀଙ୍କ ଚଳପ୍ରଚଳରେ ସମସ୍ୟା

କେନ୍ଦୁଝର,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ଜଗମୋହନପୁରଠାରେ ପ୍ରସ୍ତାବିତ ଓଭରବ୍ରିଜ୍‌ (ଅଣ୍ଡରପାସ) ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍ଥାନରେ ହାତୀଙ୍କ ବର୍ଷର ସବୁ ସମୟରେ ଯାତାୟାତ ରହୁଥିବାରୁ ପିୟୁପି ବା ପାସେଞ୍ଜର ଅଣ୍ଡରପାସ୍‌ ନ କରି ଏକ ବଡ଼ ବ୍ରିଜ କରିବାକୁ ବନ ବିଭାଗ ପ୍ରସ୍ତାବ ଦେଇଥିଲା। ହାତୀ ସୁରକ୍ଷା ସମନ୍ବୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ୧ କିଲୋମିଟର ଦୀର୍ଘ ଓଭରବ୍ରିଜ୍‌ ମଧ୍ୟରୁ ହାତୀମାନଙ୍କ ପାଇଁ ୫୩୨ ମିଟର ଲମ୍ବ ଯାତାୟାତ ପଥ ରଖିବାକୁ ଏନ୍‌ଏଚ୍‌ଏଆଇ ସହମତି ପ୍ରକାଶ କରିଥିଲା। ତେବେ ଇତିମଧ୍ୟରେ ଜାତୀୟ ରାଜପଥ ୪୯ କାମ ଶେଷ ହେବାର ୨ ବର୍ଷ ପରେ ମଧ୍ୟ ବ୍ରିଜ୍‌ ପାଇଁ ଟେଣ୍ଡର ମଧ୍ୟ ହୋଇନାହିଁ। ଜଗମୋହନପୁରଠାରେ ବ୍ରିଜ୍‌ ହୋଇପାରୁ ନ ଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଦେବା ସହ ଧୂଳି ଉଡୁଥିବାରୁ ବାୟୁ ପ୍ରଦୂଷଣ ଜନିତ ସମସ୍ୟା ଦେଖାଦେଉଛି। ଏନେଇ ମଧ୍ୟ ବନ ବିଭାଗ ଓ ଏନ୍‌ଏଚ୍‌ଏଆଇ ବିଭାଗ ମଧ୍ୟରେ ସମନ୍ବୟ ବୈଠକରେ ଆଲୋଚନା ହେଉଥିଲେ ହେଁ କାମ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ହାତୀମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ରାସ୍ତା ପାର ହୋଇ ଚଳପ୍ରଚଳ କରିବାକୁ ଅସୁବିଧା ଭୋଗୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରୁଛନ୍ତି। ଏହି କାରଣରୁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବାରୁ ନିର୍ମାଣ ତୁରନ୍ତ କରା ନ ଗଲେ ଆଗାମୀ ଦିନରେ ସ୍ଥାନୀୟ ଲୋକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ

ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ...

ଦମ୍ପତିଙ୍କୁ ମାଡ଼ ମାରି ଲୁଟ୍‌

ଧର୍ମଶାଳା,୫ା୮(ଡି.ଏନ୍‌.ଏ.):  ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଣ୍ଡୁଆ ମୌଜାରେ ରାମଚନ୍ଦ୍ର ପ୍ରଧାନଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ସହ...

ଟିପ୍ପର ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା, ଦୁଇ ଭାଇ ଗିରଫ

ଧର୍ମଶାଳା/ଜେନାପୁର,୨୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର ଛକଠାରେ ଟିପ୍ପର ଧକ୍କାରେ ତଳଗଡ଼ ଗ୍ରାମର ପ୍ରଦୀପ...

ମାଉସୀ ମା’ ଛକରେ ଯୁବକଙ୍କୁ ଛୁରାମାଡ଼

ପୁରୀ ଅଫିସ, ୨୫।୫: ମଙ୍ଗଳବାର ରାତିରେ ଅଶାନ୍ତ ହୋଇପଡ଼ିଛି ପର୍ଯ୍ୟଟନର ସହର ପୁରୀ॥ ଏମାର ମଠ ଚକଡ଼ାରେ ଶ୍ରୀଲୋକନାଥ ମନ୍ଦିରର ଜଣେ ସେବାୟତଙ୍କୁ ଗୁଳି କରି...

ମହିଳାଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜରେ ଦନ୍ତା ଆତଙ୍କ। ୧୨ ଘଣ୍ଟା ମଧ୍ୟରେ ୨ ଜଣଙ୍କ ଜୀବନ ନେଇଛି ଦନ୍ତା। ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର...

ବାରାହା ଆକ୍ରମଣରେ ମହିଳା ମୃତ

ରାଜନଗର,୫।୧୨(ଡି.ଏନ.ଏ): କେନ୍ଦ୍ରାପଡା ଜିଲା ତନ୍ତିଆପାଳ ମେରାଇନ ଥାନା ଅନ୍ତର୍ଗତ ନରସିଂହପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାରହା ଆକ୍ରମଣରେ ଉକ୍ତ ଗଁାର ଜଣେ ମହିଳାଙ୍କ...

ପୁରୁଷୋତ୍ତମପୁରର ୩୩ ବୁଥ୍‌ ଅତି ସମ୍ବେଦନଶୀଳ

ପୁରୁଷୋତ୍ତପୁର,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ...

Advertisement
Archives

Model This Week