୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଛକ ଓ ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁର ଛକ ଅଞ୍ଚଳରେ ଚଢ଼ାଉ କରି ୧୪୦ ଲିଟର ଦେଶୀ ରନ୍ଧାମଦ ସହ ଗୋଟିଏ ପଲ୍‌ସର(ଓଡି-୨୨ଆର୍‌-୬୭୧୪) ଓ ଗୋଟିଏ ୟାମାହା ଏଫ୍‌ଜେଡ୍‌ଏସ୍‌(ନମ୍ବରବିହୀନ) ମୋଟରସାଇକେଲ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୋସୋ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ନାରାୟଣ ଜେନା ଏବଂ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଅମର ବେହେରା। ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉରେ ସହକାରୀ ଉପନିରୀକ୍ଷକ ପ୍ରହଲ୍ଲାଦ ସାମଲ, କନ୍‌ଷ୍ଟେବଲ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ରୁଦ୍ରନାରାୟଣ ଦାସ, ରାମଚନ୍ଦ୍ର ନାୟକ, ଜେମାମଣି ଜାମୁଡ଼ା ପ୍ରମୁଖ ସାମିଲ ଥିଲେ। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୨ଟି ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଆରଜେଡ଼ ଜନଅଭିଯୋଗ ଶୁଣାଣି: ଆସିଲେନି ବିଭାଗୀୟ ଅଧିକାରୀ, ତହସିଲଦାର ହଟହଟା

ବାଲିଆପାଳ,୧୩।୧(ସ୍ବ.ପ୍ର.)-ସାମୁଦ୍ରିକ ତଟବର୍ତ୍ତୀ ପରିଚାଳନା ଜୋନ (ସିଆରଜେଡ୍‌)ର ପ୍ରସ୍ତାବିତ ନକ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଲୋକଙ୍କଠାରୁ ଅଭିଯୋଗ ଶୁଣିବା ପାଇଁ ବାଲିଆପାଳ ତହସିଲଦାର ସୋମବାର...

କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.) ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି...

ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ଛତିଆ,୬ା୬(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଛତିଆ ପଞ୍ଚାୟତ ଏକଡ଼ାଳିଆ ଗ୍ରାମର ଭାଗ୍ୟଧର ପ୍ରଧାନ(୨୪) ବୁଧବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସକାଳୁ ପରିବାର ଲୋକେ...

୭ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ସହ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା

ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଣୀପଦ୍ମାବତୀ ସାହିରୁ ବୁଧବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି ହୋଇଥିବାର ଜଣାପଡ଼ିଛି । ଘରମାଲିକ ରଞ୍ଜନ...

୧୮ କେଜିର ଅଷ୍ଟଧାତୁ ମୂର୍ତ୍ତି ଚୋରି

ପାରଳାଖେମୁଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ଚୋରଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। ଗତ ୧ ତାରିଖରେ ଶିରିଡ଼ି ସାଇ ମନ୍ଦିରରୁ ପ୍ରାୟ ୬ ଲକ୍ଷ...

ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬ା୫: ସ୍ବାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ଝଗଡାରୁ ଘଟିଛି ହତ୍ୟାକାଣ୍ଡ। ସବୁଦିନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲେ ମଧ୍ୟ ଶନିବାର ରାତିରେ ଏହା ଉଗ୍ରରୂପ ଧାରଣ...

ନିରୀହ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ପକ୍ଷରୁ ବିକ୍ଷୋଭ

ମୁନିଗୁଡ଼ା,୨୭।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକା ମାଓବାଦୀଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ୧୫ ତାରିଖରେ ମୁନିଗୁଡା ପୋଲିସ...

ଚୋରି ପିକ୍‌ଅପ ଭ୍ୟାନ୍‌ ଉଦ୍ଧାର, ୪ ଗିରଫ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଚୋରମାନେ ଏହାର ଫାଇଦା ପାଇବା ଉଠାଇବା ପାଇଁ ଅଧିକ ସକ୍ରିୟ ହୋଇପଡିଛନ୍ତି।...

Advertisement
Archives

Model This Week