ପରଲୋକରେ ଝାରସୁଗୁଡ଼ା ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ

ଭୁବନେଶ୍ୱର(ବ୍ୟୁରୋ)/ ଝାରସୁଗୁଡ଼ା ଅଫିସ,୧୯।୩: ପରଲୋକରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ। ରବିବାର ଭୋର ପ୍ରାୟ ୪ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ସୂଚନାନୁଯାୟୀ,ବୀରେନ୍ଦ୍ର ଯକୃତ ରୋଗରେ ପୀଡ଼ିତ ଥିଲେ। ଗତ ୧୬ ତାରିଖରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ରାଜନୈତିକ ଜୀବନ ଦେଖିଲେ ବୀରେନ୍ଦ୍ର କଂଗ୍ରେସ ଟିକେଟ୍‌ରେ ଝାରସୁଗୁଡ଼ା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକ ଖବର ପାଇବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ବୀରେନ୍ଦ୍ରଙ୍କ ବିୟୋଗ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର...

ନିଖୋଜ ନାବାଳିକାଙ୍କୁ ମିଳିଲା ଘର ଠିକଣା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି...

କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

ଭଞ୍ଜନଗର, ୬ା୧୨(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ...

କାମାକ୍ଷା ଦେବୀଙ୍କ ସ୍ବତନ୍ତ୍ର ଶୃଙ୍ଗାର: ନବବର୍ଷରେ ବିଶ୍ୱଶାନ୍ତି ପାଇଁ ଜଳିଲା ମହାଦୀପ

ସମ୍ବଲପୁର,୧ା୧(ବ୍ୟୁରୋ): ଇଂରାଜୀ ନବବର୍ଷ ଉପଲକ୍ଷେ ସମ୍ବଲପୁର ଜିଲା ଭାଲୁପାଲି ଛକ ନିକଟସ୍ଥ ମା’ କାମାକ୍ଷା ଦେବୀଙ୍କ ମନ୍ଦିରରେ ରବିବାର ଦେବୀଙ୍କୁ ସ୍ବତନ୍ତ୍ର ଶୃଙ୍ଗାର କରାଯାଇଥିଲା। ଏଥିସହ...

ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌

ସାକ୍ଷୀଗୋପାଳ,୧୦।୧ (ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ପଛପାଶର୍‌ବରେ ପାର୍କିଂ କରିଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ସୋମବାର ମଧ୍ୟାହ୍ନରେ ନିଅଁା ଲାଗିଯାଇଛି। ବସ୍‌ର ଯାତ୍ରୀମାନେ ସ୍ନାନ,ଶୌଚ...

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ନୂଆପଡାକୁ ହରାଇ କୋମନା ଚାମ୍ପିୟନ

କୋମନା,୨୬।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।...

ପରିବା ବୋଝେଇ ପିକ୍‌ଅପ୍‌କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର

କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍‌ଅପ୍‌ ଗାଡି ଖରାପ ଥିବାରୁ ଛିଡ଼ା ହୋଇ...

୧୦ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ, ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ/ସୋରଡା(ଡି.ଏନ.ଏ.), ୨୮ା୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧୀନରେ ଥିବା ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା...

Advertisement
Archives

Model This Week