ଆମ ଜିଲା ଖବର

ପୋଲିସ ହାତରେ ଅଭିଯୁକ୍ତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡ ପଛର ମାଷ୍ଟର ମାଇଣ୍ଡ୍‌ ବୋଲି କୁହାଯାଉଛି।…

ଜିଲା ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଆତଙ୍କ

ଅନୁଗୋଳ ଅଫିସ, ୨୪।୪: କ୍ରମିକ ସଂଖ୍ୟା ଅନୁଯାୟୀ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଅଣଦେଖା କଲେ। ପଛରେ ଆସିଥିବା ଲୋକଙ୍କୁ ଆଗୁଆ ଡାକ୍ତରଙ୍କ ପରାମର୍ଶ ପାଇଁ ଛାଡ଼ିଲେ। ଏହାର ପ୍ରତିବାଦ କରିବାରୁ ଅସୁସ୍ଥ ଶିଶୁଙ୍କୁ ନେଇ ଚିକିତ୍ସା ପାଇଁ…

ବାର୍‌ହା ଆକ୍ରମଣରେ ୫ ଗୁରୁତର

ସମ୍ବଲପୁର,୨୪।୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଜୁମରା ଥାନା ଅଞ୍ଚଳରେ ସୋମବାର ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କାୟାକୁଦା ପଞ୍ଚାୟତ ଆମିଲିପାଣି ଗ୍ରାମର ମା’ଶଖା ଧୁରିଆ(୩୫) ଏବଂ ତାଙ୍କର ଝିଅ ଲକ୍ଷ୍ମୀପ୍ରିୟା ଧୁରିଆ(୯) ଓ ମା’ ଶାନ୍ତି ମୁଣ୍ଡା(୩୬)…

ପଚାପାଣିରେ ସାଲୁବାଲୁ ପୋକ

ଢେଙ୍କାନାଳ ଅଫିସ,୨୪।୪: ଆବର୍ଜନାରେ ଭର୍ତ୍ତିହୋଇଛି ଡ୍ରେନ୍‌। ଜଳ ନିଷ୍କାସନ ପଥକୁ ଜାମ୍‌ କରି ରଖିଛି ପଲିଥିନ, ଥର୍ମୋକୁଲ ଭଳି ବିପଜ୍ଜନକ ବର୍ଜ୍ୟ। ଜମି ରହିଥିବା ପାଣି ପଚିଗଲାଣି। ଲାଙ୍ଗୁଡ଼ିଆ ପୋକ ସାଲୁବାଲୁ ହେଉଛନ୍ତି। ବର୍ଷା ହେଲେ ପାଣି ଉଛୁଳିଲେ ପୋକସବୁ ରାସ୍ତାଘାଟ,…

ଦେବୋତ୍ତର ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି

ବାରିପଦା ଅଫିସ,୨୪ା୪: ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେଙ୍କ ସମ୍ପତ୍ତିର ପୁନରୁଦ୍ଧାର ନିମନ୍ତେ ଉଚ୍ଚ ନ୍ୟାୟାଳଙ୍କ ଆଦେଶକୁ ନେଇ ଦେବୋତ୍ତର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେବାୟତ ରାଧାଶ୍ୟାମ ମହାପାତ୍ରଙ୍କ ଡବ୍ଳୁପି(ସି) ନଂ. ୩୬୪୮୨/୨୨ ଆବେଦନର ଶୁଣାଣି କରି ଦେବୋତ୍ତର…

‘ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ’କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି। ଭାରତବର୍ଷର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ତାହାର ବିବିଧତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାରଣ ନିମନ୍ତେ…

ଯୁବତୀଙ୍କୁ ଘରୁ ଉଠାଇନେଲେ ଦୁର୍ବୃତ୍ତ

ଭେଡ଼େନ,୨୪।୪(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେହେରୀପାଲି ଗ୍ରାମର ଜଣେ ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଘରରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ କ୍ରମେ ପୋଲିସ ଭେଡ଼େନ ଥାନାରେ ଏକ ମାମଲା (ନଂ.୧୩୨।୨୩) ରୁଜୁ…

ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣାକାମ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୪ା୪: ପବିତ୍ର ଅକ୍ଷୟତୃତୀୟାରେ ରବିବାର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତି ନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ଯୋଗାଇବାକୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମରେ ରବିବାରଠାରୁ…

ପୁଣି କାୟା ମେଲାଉଛି କରୋନା

ସୁନ୍ଦରଗଡ଼,୨୪।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲାରେ ଏବେ ପୁଣି କାୟା ମେଲାଉଛି କରୋନା। ଶନିବାର ରାତିରେ ସୁନ୍ଦରଗଡ଼ କୋଭିଡ୍‌ କେୟାର ହସପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ବେଳେ ଗତ ୫ତାରିଖରେ ରାଉରକେଲାରେ ଜଣଙ୍କର ମୃତ୍ୟୁ ଘଟିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏନେଇ…

ଶୈଳବାଳାଙ୍କୁ ମିଳୁନି ଆବାସ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଶୈଳବାଳା ପଣ୍ଡା ଦୀର୍ଘ ଦିନଧରି ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇପାରିଲେ ନାହିଁ। ଏନେଇ ଶୈଳବାଳା…

ନାବାଳିକାଙ୍କୁ ବିବାହ କରି ୨ଯୁବକ ଗିରଫ

ତରଭା, ୨୪ା୪(ଡି.ଏନ.ଏ.): ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନାରାୟଣ ବାଗ ଓ ପୂର୍ଣ୍ଣଚନ୍ଦ୍ର ବିଶି। ସୋନପୁର ପୋକ୍‌ସୋ କୋର୍ଟରେ ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଜେଲ…

ଶାନ୍ତି ଫେରୁଛି, ପୋଲିସ ଭୟ ଘାରୁଛି

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଅକ୍ରମଣ ଭଳି ଘଟଣା ଘଟିଥିଲା। ସାନସିଂହାରି ଗ୍ରାମର କେତେଜଣ ଯୁବକ ଶୋଭାଯାତ୍ରାରେ ସାମିଲ ହୋଇ ଘରକୁ ଫେରୁଥିବା ସମୟରେ ରିଂରୋଡ୍‌ରେ ସଂଘବଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri