ମନା ସତ୍ତ୍ୱେ ଟ୍ରେକରରେ ଯାତ୍ରୀ ପରିବହନ

ପଟ୍ଟାମୁଣ୍ଡାଇ,୧୦ା୯(କଳ୍ପତରୁ ନାୟକ)ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଅଁା ଯୋଗୁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯାଉଛି। ଏଥିନେଇ ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାରେ ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁ ପୁରୁଣା ଟ୍ରେକରରେ ଯାତ୍ରୀ ପରିବହନ ହେଉଛି। ରାସ୍ତାରେ ଗଡୁଥିବା ଟ୍ରେକରଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହେଉଛି। ଟ୍ରେକରରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଗାଡ଼ିଗୁଡିକ ବେଆଇନ ଭାବେ ଯାତାୟାତ କରୁଥିବାରୁ ସରକାରୀ ତହବିଲକୁ କର ଆକାରରେ ଟଙ୍କାଟିଏ ମଧ୍ୟ ଆସି ପାରୁନାହିଁ। ଏସବୁ ଘଟଣା ସ୍ପଷ୍ଟ ଦିବାଲୋକରେ ଚାଲୁଥିଲେ ସୁଦ୍ଧା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ରାଜ୍ୟ ସଡ଼କ ପରିବହନ ବିଭାଗର ଅଧିକାରୀମାନେ ସବୁ ଜାଣି ଚୁପ୍‌ ରହୁଥିବା ଦେଖାଯାଉଛି। ଅଧିକାରୀମାନଙ୍କ ନୀରବତା ଯୋଗୁ ଟ୍ରେକର ମାଲିକ ଓ ଚାଳକମାନେ ବେଧଡ଼କ ଭାବେ ବିପଦପୂର୍ଣ୍ଣ ଭାବେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଲକ୍ଷ୍ୟ କରାଯାଉଛି। ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ଡ. ଆମ୍ବେଡକର ଛକରେ ଏକ ଷ୍ଟାଣ୍ଡ ରହିଛି। ବିଗତ ବର୍ଷଗୁଡ଼ିକରେ ଅଣ୍ଢରା, କାଇପଡ଼ା, ଆଳି, ରାଜନଗର ଆଦି ସ୍ଥାନକୁ ଯାତାୟାତ କରିବାକୁ ଯାତ୍ରୀମାନେ ଛୋଟଛୋଟ ଗାଡ଼ିଗୁଡ଼ିକ ଉପରେ ନିର୍ଭର କରୁଥିଲେ। ବିଶେଷକରି ଟ୍ରେକରଗୁଡ଼ିକ ଯାତ୍ରୀ ପରିବହନ କରିବାରେ ବ୍ୟବହାର ହେଉଥିଲା। ସମୟ ବଦଳିବା ସହ ଏହି ଗାଡ଼ିଗୁଡ଼ିକର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେକରଗୁଡ଼ିକର ନିର୍ମାଣକାରୀ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଏହାର ଯନ୍ତ୍ରାଂଶ ବଜାରରେ ଉପଲବ୍ଧ ହେଉନାହିଁ। ଫଳରେ ମାଲିକମାନେ କବାଡ଼ିଆ ଦୋକାନରୁ ପୁରୁଣା ଓ ଅନ୍ୟ କମ୍ପାନୀର ଯନ୍ତ୍ରାଂଶ ଲଗାଇ ଗାଡ଼ି ମରାମତି କରି କାମ ଚଳାଉଛନ୍ତି। ଏସବୁ ମରାମତି କାର୍ଯ୍ୟକୁ ମୋଟର ଭେଇକିଲ ଇନ୍ସପେକ୍ଟରଙ୍କ ଅନୁମତି ମିଳୁନାହିଁ। ଫଳରେ ପରିବହନ ବିଭାଗ ପକ୍ଷରୁ ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଅନୁମତି ମଧ୍ୟ ଦିଆଯାଉନାହିଁ। ଏହାଛଡ଼ା ଗାଡ଼ିର ଦୁଇ ପାଶର୍‌ବ ଖୋଲା ରହୁଛି। ଯାହାକି ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗାଡ଼ିଗୁଡିକୁ ରାସ୍ତାରେ ଚାଲିବା ଅନୁମତି ମିଳୁ ନ ଥିବାରୁ ମାଲିକମାନେ ଦୀର୍ଘଦିନ ହେବ ରାସ୍ତାକର, ଇନ୍ସୁରାନ୍ସ, ଜିଏସ୍‌ଟି ଆଦି ସରକାରଙ୍କୁ ପ୍ରଦାନ କରୁନାହାନ୍ତି। ୨୦୧୫-୧୬ରେ ସରକାର ଟ୍ରେକରଗୁଡ଼ିକୁ ଅନୁମତି ନ ଦେବା ପାଇଁ ପରିବହନ ବିଭାଗକୁ ଜଣାଇଥିଲେ। ବାରଣ ସତ୍ତ୍ୱେ ବି ଟ୍ରେକରଗୁଡିକ ରାସ୍ତାରେ ଗଡୁଛି। ଅଧିକାଂଶ ଟ୍ରେକର ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡ଼ା, ରାଜନଗର, ଆଳି ଆଦି ଅଞ୍ଚଳକୁ ଯାଉଛି। ଯାତ୍ରୀମାନେ ଟ୍ରେକର ପଛରେ ଓହଳି ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ। ସେ ଘଟଣାସ୍ଥଳ ପରିଦର୍ଶନ ଯିବେ। ବାସ୍ତବସ୍ଥିତି ପରଖିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?