ସହରର ସୌନ୍ଦର୍ଯ୍ୟ ବିଗାଡ଼ୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ମାଳ ମାଳ ବେଆଇନ ହୋର୍ଡିଂ ଲଗାଯାଇଛି। ହୋର୍ଡିଂ ଆଢ଼ୁଆଳରେ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହାଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବହାନି ଘଟିବା ସହ ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି। ପୌରପାଳିକାର କେତେଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋତ୍ସାହନରେ ଏଭଳି ବେଆଇନ ହୋର୍ଡିଂ ରାସ୍ତାଘାଟ, ଘର ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଲାଗୁଥିଲେ ହେଁ ଧରପଗଡ଼ ହେଉନାହିଁ। ଏବେ ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଚାଲିଥିବାରୁ ସବୁଆଡ଼େ ହୋର୍ଡିଂ ଛାଇଯାଇଥିବା ବେଳେ ଏ ନେଇ ପୌରପାଳିକା ଲୋକଦେଖାଣିଆ ନୋଟିସ କରି ଚୁପ୍‌ ବସିଯାଇଛି।
ପ୍ରକାଶ ଯେ, ପୌରପାଳିକାର ଚିଠି (ନ. ୭୨୬୮/୪-୯-୨୩)ରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ସଭାପତିଙ୍କୁ ଚିଠି କରାଯାଇ ହୋର୍ଡିଂ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ସଭାପତି କେହି ନାହାନ୍ତି। ପରାମର୍ଶଦାତା କମିଟି ନିର୍ବାଚନ ପରିଚାଳନା କରୁଛନ୍ତି। ଏଣୁ ଏଭଳି ଚିଠିକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି।  ସେହିପରି କେବେ ସୁଦ୍ଧା ହୋର୍ଡିଂ ଉଠାଇବେ ବା ନ ଉଠାଇଲେ ନିର୍ଦ୍ଦିଷ୍ଟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ଉଲ୍ଲେଖ ନାହିଁ। ଫଳରେ ଚିଠିର ୨ ଦିନ ପରେ ମଧ୍ୟ ହୋର୍ଡିଂ ଉଠାଯାଇନାହିଁ।  ବିଶେଷକରି ଜିଲାପାଳ କାର୍ଯ୍ୟାଳୟ ଛକ, ଲାବଣ୍ୟ ଛକ, ଗାନ୍ଧୀ ଛକ ଆଦି ଛକରେ ବେଆଇନ ହୋର୍ଡିଂ ଲାଗୁଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏବଂ ବଡ଼ବଡ଼ କୋଠାଘର ଉପରେ ମଧ୍ୟ ଲଗାଯାଉଛି। ନୂଆବର୍ଷ, ପୂଜାପାର୍ବଣ ଆସିଲେ, ପରୀକ୍ଷା ଫଳ ପ୍ରକାଶ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥାଗୁଡ଼ିକର ହୋର୍ଡିଂ ଲାଗିଥାଏ। ଅନେକ ସମୟରେ ବର୍ଷା ପବନରେ ସେସବୁ ଭାଙ୍ଗି, ଚିରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ତାର, ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଉପରେ ପଡୁଛି। ପୌର ପ୍ରଶାସନ ମଝିରେ ମଝିରେ ଦାୟିତ୍ୱ ଶେଷ କରିବାକୁ ନୋଟିସ ବା ବିଜ୍ଞପ୍ତି ପ୍ରକାଶ ହେଉଛି। ନିଜ ଖର୍ଚ୍ଚରେ ସେସବୁ ଭାଙ୍ଗୁଛନ୍ତି ବା ଚିରୁଛନ୍ତି ବୋଲି ପ୍ରଦୀପ ମହାନ୍ତି କହିଛନ୍ତି। ଏଥିସହ ଅଧିକ ଚାପ ପଡ଼ିଲେ ନୋଟିସ କରି ଚୁପ୍‌ ବସୁଛନ୍ତି ବୋଲି ସାମାଜିକ କର୍ମୀ ଦିଲୀପ ସାହୁ କହିଛନ୍ତି। ବିନା ଅନୁମତିରେ ଏହା ଲାଗୁଥିଲେ ବି ପୌର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଟନ ଗ୍ରହଣ କରୁନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri