୫ ବର୍ଷ ହେଲା ଅଟକିଛି ସମ୍ପ୍ରସାରଣ ପ୍ରସ୍ତାବ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଞ୍ଚିଚୁଅଁା ଅଞ୍ଚଳବାସୀଙ୍କ ବିରୋଧ ଯୋଗୁ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ପ୍ରସ୍ତାବିତ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ପାରିପାର୍ଶ୍ୱିକ ବିକାଶ ଏବଂ ଜଳ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତା ଯୋଗୁ ଲୋକେ ୫ ବର୍ଷ ତଳେ ଅର୍ଥାତ ୨୨ା୩ା୨୦୧୮ରେ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଥିଲେ। ଏହାପରେ ରାମକୀ ପକ୍ଷରୁ ପରବର୍ତ୍ତୀ ଜନଶୁଣାଣୀ ବି ସଫଳ ହୋଇ ନ ପାରିବାରୁ ଏହି ପ୍ରକଳ୍ପରେ ପୂର୍ଣ୍ଣଛେଦ ପଡ଼ିଥିବା ଚର୍ଚ୍ଚା ହେଉଛି। ଖଣି ଏବଂ ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକର ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହେଉ ନ ଥିବାରୁ ସ୍ବଚ୍ଛ ପରିବେଶ ଆଶା ଦିନକୁ ଦିନ ଆହୁରି ଉତ୍କଟ ହେଉଥିବା ମତପ୍ରକାଶ ପାଉଛି।
ରାମକୀ ଏନ୍‌ଭିରୋ ଇଞ୍ଜିନିୟର୍ସ ଲିମିଟେଡ୍‌ ଓଡ଼ିଶା ଜୈବ ଔଷଧୀୟ ପରିଚାଳନା ପ୍ରକଳ୍ପର ଏକ ବିଭାଗ। ଯାଜପୁର ଜିଲାରେ ଏକ କମନ୍‌ ବାୟୋ-ମେଡିକାଲ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଫାସିଲିଟି (ସିବିଡବ୍ଲ୍ୟୁଟିଏଫ୍‌) ସ୍ଥାପନ କରି ବର୍ଜ୍ୟ ପରିଚାଳନା କରିବା ପାଇଁ ପ୍ରସ୍ତାବ ହୋଇଥିଲା। ଏହି ପ୍ରକଳ୍ପ ପାଇଁ କାଞ୍ଚିଚୁଆଁ ଗ୍ରାମରେ ୧ ଏକର ପରିମିତ ଜମିରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲା। ଏଥିରେ କଳିଙ୍ଗନଗର ସମେତ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ଖଣି ଓ ଶିଳ୍ପାଞ୍ଚଳର ପ୍ରାୟ ୩୦ ହଜାର ଶଯ୍ୟାରୁ ବିପଦପୂର୍ଣ୍ଣ ବର୍ଜ୍ୟ ସଂଗ୍ରହ କରି ତାହାକୁ ପରିଚାଳନା କରିବାକୁ ପ୍ରସ୍ତାବ ଥିଲା। ରାଜ୍ୟର ୩୫୪ଟି ଶିଳ୍ପ କାରଖାନାରେ ବିପଦପୂର୍ଣ୍ଣ ବର୍ଜ୍ୟ ସୃଷ୍ଟି ହେଉଛି। ଏହିକ୍ରମରେ ସମନ୍ବିତ ବିପଦପୂର୍ଣ୍ଣ ବର୍ଜ୍ୟ ପରିଚାଳନା ପ୍ରକଳ୍ପର ଆବଶ୍ୟକତା ରହିଛି ବୋଲି ରାମକୀ ଯୁକ୍ତି ବାଢ଼ିଥିଲା। ପୂର୍ବରୁ କାଞ୍ଚିଚୁଅଁାଠାରେ ୭୦ ଏକର ପରିମିତ ଜମିରେ ବାର୍ଷିକ ୭୫ ହଜାର ଟନ୍‌ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ରହିଛି। ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାଧିକ ବୋରୱେଲ ଖନନ କରାଯାଇ ଜଳ ଉତ୍ତୋଳନ କରାଯାଉଛି। ଫଳରେ ଆଖପାଖ ଗ୍ରାମରେ ଭୂତଳ ଜଳ ନିମ୍ନଗାମୀ ହେବା ସହିତ ପାନୀୟ ଜଳର ଉତ୍କଟ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି। ବେଳେ ବେଳେ ରାମକୀର ଏହି ପ୍ରକଳ୍ପରୁ ଦୂଷିତ ବାୟୂ ନିର୍ଗତ ହୋଇ ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଆଖି ଏବଂ ନାକ ପୋଡିବା କାରଣରୁ ଅଞ୍ଚଳବାସୀ ଆନ୍ଦୋଳନ କରିଥିବା ନଜିର ରହିଛି। ସ୍ଥାନୀୟ ନିଯୁକ୍ତି ନ ଦେବା ଏବଂ ବିଷାକ୍ତ ପ୍ରଦୂଷଣ କାରଣରୁ ପ୍ରଭାବିତ ଲୋକେ ଏହି ପ୍ରକଳ୍ପର ସମ୍ପ୍ରସାରଣକୁ ବିରୋଧ କରୁଥିବା ମତପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୨ରେ ଅନୁଷ୍ଠିତ ଜନଶୁଣାଣିକୁ ୫ଟି ପଞ୍ଚାୟତର ସରପଞ୍ଚ ଓ ଜନସାଧାରଣ ପ୍ରବଳ ବିରୋଧ କରିଥିଲେ। କମ୍ପାନୀର ସମ୍ପ୍ରସାରଣ ସହିତ ଭସ୍ମୀଭୂତ ପଦାର୍ଥର ସୁପରିଚଳନା ପାଇଁ ଭସ୍ମକ ଯନ୍ତ୍ର ପ୍ରତିଷ୍ଠା, ଶିଳ୍ପ/ଖଣି ସଂସ୍ଥାରୁ ବର୍ଜ୍ୟବସ୍ତୁ ସଂଗ୍ରହ, ଜରୁରୀକାଳୀନ ଉତ୍ତର ପ୍ରକଳ୍ପ(ଏର୍ମାଜେନ୍ସି ରେସପନ ପ୍ଲାନ) ପ୍ରଭୃତି ପ୍ରସ୍ତାବ ଏବେ ଅଟକି ରହିଛି। ଏ ସଂକ୍ରାନ୍ତରେ ରାମକୀ କମ୍ପାନୀର ପରିଚାଳକ ପବିତ୍ର କୁମାର ଧଳଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ରହିଛି। ଜନଶୁଣାଣୀ ନ ହେବାରୁ ଏହି ପ୍ରକଳ୍ପ ପୂର୍ବ କ୍ଷମତା ଅନୁସାରେ ଚାଲିଛି। ତେବେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ସଚାରୁରୂପେ ଚାଲିଛି ଏବଂ ଲୋକଙ୍କ କୌଣସି ସମସ୍ୟା ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?