ସଚେତନତା ପ୍ଲେଟ୍‌ ନାଁରେ ୩୦ଟଙ୍କା ଆଦାୟ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ, ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢ଼ାନ୍ତୁ, ସ୍ବଚ୍ଛ ଗ୍ରାମ ସମୃଦ୍ଧ ଭାରତ ଆଦି ସଚେତନତାର ବାର୍ତ୍ତା ଦେଉଥିବା ଏକ ପ୍ଲେଟ ଲଗାଇବାକୁ ଲୋକଙ୍କଠାରୁ ୩୦ ଟଙ୍କା ଲେଖାଏ ଆଦାୟ କରାଯାଉଛି। ଏହାକୁ ସାଧାରଣରେ ବିରୋଧ କରାଯାଇଛି। ଏଥିପାଇଁ କେତେକ ବାହାର ରାଜ୍ୟର ଲୋକେ ବ୍ଲକର ବିଭିନ୍ନ ପଞ୍ଚାୟତ ଘୂରି ବୁଲୁଛନ୍ତି। ଏହି ପ୍ଲେଟ୍‌ ଲଗାଇଲେ ଭୋଟର କାର୍ଡ, ରାଶନ କାର୍ଡ ସମେତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବାରେ ସହଜ ହେବ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି। ଏଠାରେ ରସୁଲପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇଛି। ଏହି ସଚେତନତା ପ୍ଲେଟ ଲଗାଇବା ପାଇଁ ରସୁଲପୁର ବିଡିଓ ସମସ୍ତ ସରପଞ୍ଚ ଏବଂ ପିଇଓମାନଙ୍କୁ ଦେଇଥିବା ତାଙ୍କ ପତ୍ରସଂଖ୍ୟା ୩୯୦୯/୧୮ା୭ା୨୦୨୩ରେ ଦର୍ଶାଇଛନ୍ତି ଯେ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନଙ୍କ ପତ୍ରସଂଖ୍ୟା ୨୦୪୫/୨୮ା୨ା୨୦୨୩ ଅନୁସାରେ ସମସ୍ତ ପଞ୍ଚାୟତର ଘରଗୁଡ଼ିକରେ ଏହି ସଚେତନତା ବାର୍ତ୍ତା ପ୍ଲେଟ ଲଗାଇବା କାର୍ଯ୍ୟ ଚାଲିଛି। ଏହି ପ୍ଲେଟରେ ସ୍ବଚ୍ଛ ଅଭିଯାନ, ବେଟି ବଚାଓ, ବେଟି ପଢ଼ାଓ ଇତ୍ୟାଦି ବାର୍ତ୍ତା ଦିଆଯାଇଛି। ଏହି ପ୍ଲେଟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଭୋଟର ତାଲିକା, ରାଶନ କାର୍ଡ, କୃଷି ଗଣନା, ପୋଷ୍ଟାଲ ଓ ଟେଲିଗ୍ରାମ ବଣ୍ଟନ ଆଦି କାର୍ଯ୍ୟରେ ସହଯୋଗ କରିବ। ସେଥିପାଇଁ ପ୍ରତ୍ୟେକ ପ୍ଲେଟର ଦର ୩୦ ଟଙ୍କା ଲେଖାଏ ନିଦ୍ଧର୍ର୍ାରିତ କରାଯାଇଛି। ଏହାସହ ଏହି ଟଙ୍କା ଆଦାୟ କରି ବିଲ୍‌ ଦେବାକୁ ବିଡିଓ ତାଙ୍କ ପତ୍ରରେ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସାଧାରଣ ଗରିବ ଲୋକଙ୍କଠାରୁ ପ୍ଲେଟ ପାଇଁ ଅର୍ଥ ଆଦାୟ କରିବା ଘଟଣାକୁ ଲୋକେ ସହଜେ ଗ୍ରହଣ କରିପାରିନାହାନ୍ତି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ଘର ପିଛା ୩୦ ଟଙ୍କା ସଂଗ୍ରହ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ସରକାର ଲୋକମାନଙ୍କ ମଙ୍ଗଳ ଓ ବିକାଶ ପାଇଁ ମାଗଣା ଚାଉଳ, ଚିକିତ୍ସା, ଶିକ୍ଷା, ଭତ୍ତା ଭଳି ଅନେକ ଯୋଜନା ବିନା ଶୁଳ୍କରେ ପ୍ରଦାନ କରୁଛନ୍ତି। ହେଲେ ଇତିମଧ୍ୟରେ କେବଳ ରସୁଲପୁର ବ୍ଲକ ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ୨୫୦ ପ୍ଲେଟ ଲଗାଇ ୭୫୦୦ ଟଙ୍କା ସଂଗ୍ରହ କରାଯାଇଛି। ଏହିକ୍ରମରେ ଗୋଟିଏ ବ୍ଲକରୁ ପ୍ରାୟ ୩୦ଲକ୍ଷ ଟଙ୍କା ସଂଗ୍ରହ କରାଗଲେ ଜିଲାର ପ୍ରାୟ ୩ କୋଟି ଟଙ୍କା ସଂଗ୍ରହ ହେବ। ତେଣୁ ଏହି ସଂଗ୍ରହ ଅର୍ଥ କେଉଁ ବିଭାଗକୁ ଯିବ ତାହା ଏଯାଏ ସ୍ପଷ୍ଟ କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ସନ୍ଦେହକୁ ଦୂର କରିବା ପାଇଁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାମାଜିକ କର୍ମୀ ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri