ପ୍ରାଥମିକରେ ୨୦୩୦, ହାଇସ୍କୁଲରେ ୩୨୨ ଶିକ୍ଷକ ପଦବୀ ଖାଲି

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ)ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି। ଏବେ ୫-ଟି ସ୍କୁଲ ରୂପାନ୍ତରିତ କରି କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ସ୍କୁଲଗୁଡିକରେ ଖାଲି ପଡିଥିବା ଶିକ୍ଷକ ପୁରଣ କରାଯାଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ମନ୍ଦିର ଅଛି ହେଲେ ଦିଅଁ ନ ଥିବା ସଦୃଶ୍ୟ ଭଳି ମନେହେଉଛି। ଏପରି ସ୍ଥଳେ କଳାହାଣ୍ଡି ଜିଲାର ଏକ ରିପୋର୍ଟ ଦେଖିଲେ ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଭଳି ମନେହୁଏ।
ଜିଲା ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୩ଟି ବ୍ଲକରେ ୨୪୩୨ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସ୍କୁଲ ଅନୁଯାୟୀ ଜିଲାରେ ୫୯୭୭ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ରହିବା କଥା। ହେଲେ ବର୍ତ୍ତମାନ ୩୯୪୭ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ରହିଥିବାବେଳେ ୨୦୩୦ ଶିକ୍ଷୟିତ୍ରୀ/ଶିକ୍ଷକ ପଦବୀ ଖାଲିପଡିଛି। ଜିଲାରେ ଖାଲିପଡିଥିବା ଶିକ୍ଷୟିତ୍ରୀ/ଶିକ୍ଷକ ସଂଖ୍ୟାକୁ ଅନୁପାତରେ ଦେଖିଲେ ପ୍ରାୟ ୩୦% ରହିଛି। ସେହିପରି ଜିଲାର ୧୩ଟି ବ୍ଲକରେ ସରକାରୀ ହାଇସ୍କୁଲ ୧୭୮ଟି ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ୧୪୩୧ଟି ଶିକ୍ଷୟିତ୍ରୀ/ଶିକ୍ଷକ ରହିଥିବାବେଳେ ୩୨୨ଟି ପଦବୀ ଖାଲି ପଡିଛି। ଜିଲାର ଜୁନାଗଡ ସରକାରୀ ହାଇସ୍କୁଲ, ଭବାନୀପାଟଣା ବ୍ରଜ ମୋହନ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଲେଖାଏଁ କ୍ଲାସ-୨ ପ୍ରଧାନ ଶିକ୍ଷକ ରହିଥିବାବେଳେ ଏହି ୩ଟି ହାଇସ୍କୁଲରେ କ୍ଲାସ-୨ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡିଛି। ଚଳିତବର୍ଷ ଜିଲାର ୭ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମିଲ କରାଯାଇଛି। ଆସନ୍ତା ୨୦୨୪-୨୫ରେ ଜିଲାରେ ଆହୁରି ୧୭ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମିଲ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଗତବର୍ଷ ଖାଲି ପଡିଥିବା ସଂଖ୍ୟା ଅଧିକ ରହିଥିବାବେଳେ ଚଳିତବର୍ଷ କିନ୍ତୁ ନୂତନ ନିଯୁକ୍ତି ପରେ ଖାଲି ପଡିଥିବା ଶିକ୍ଷକ ସଂଖ୍ୟା କମିଛି। ଆଉ କିଛି ମାସ ମଧ୍ୟରେ ନୂତନ ନିଯୁକ୍ତି ପରେ ଏହି ସଂଖ୍ୟା ଆହୁରି କମିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?