ପ୍ରାଥମିକରେ ୨୦୩୦, ହାଇସ୍କୁଲରେ ୩୨୨ ଶିକ୍ଷକ ପଦବୀ ଖାଲି

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ)ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି। ଏବେ ୫-ଟି ସ୍କୁଲ ରୂପାନ୍ତରିତ କରି କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ସ୍କୁଲଗୁଡିକରେ ଖାଲି ପଡିଥିବା ଶିକ୍ଷକ ପୁରଣ କରାଯାଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ମନ୍ଦିର ଅଛି ହେଲେ ଦିଅଁ ନ ଥିବା ସଦୃଶ୍ୟ ଭଳି ମନେହେଉଛି। ଏପରି ସ୍ଥଳେ କଳାହାଣ୍ଡି ଜିଲାର ଏକ ରିପୋର୍ଟ ଦେଖିଲେ ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଭଳି ମନେହୁଏ।
ଜିଲା ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୩ଟି ବ୍ଲକରେ ୨୪୩୨ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସ୍କୁଲ ଅନୁଯାୟୀ ଜିଲାରେ ୫୯୭୭ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ରହିବା କଥା। ହେଲେ ବର୍ତ୍ତମାନ ୩୯୪୭ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ରହିଥିବାବେଳେ ୨୦୩୦ ଶିକ୍ଷୟିତ୍ରୀ/ଶିକ୍ଷକ ପଦବୀ ଖାଲିପଡିଛି। ଜିଲାରେ ଖାଲିପଡିଥିବା ଶିକ୍ଷୟିତ୍ରୀ/ଶିକ୍ଷକ ସଂଖ୍ୟାକୁ ଅନୁପାତରେ ଦେଖିଲେ ପ୍ରାୟ ୩୦% ରହିଛି। ସେହିପରି ଜିଲାର ୧୩ଟି ବ୍ଲକରେ ସରକାରୀ ହାଇସ୍କୁଲ ୧୭୮ଟି ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ୧୪୩୧ଟି ଶିକ୍ଷୟିତ୍ରୀ/ଶିକ୍ଷକ ରହିଥିବାବେଳେ ୩୨୨ଟି ପଦବୀ ଖାଲି ପଡିଛି। ଜିଲାର ଜୁନାଗଡ ସରକାରୀ ହାଇସ୍କୁଲ, ଭବାନୀପାଟଣା ବ୍ରଜ ମୋହନ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଲେଖାଏଁ କ୍ଲାସ-୨ ପ୍ରଧାନ ଶିକ୍ଷକ ରହିଥିବାବେଳେ ଏହି ୩ଟି ହାଇସ୍କୁଲରେ କ୍ଲାସ-୨ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡିଛି। ଚଳିତବର୍ଷ ଜିଲାର ୭ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମିଲ କରାଯାଇଛି। ଆସନ୍ତା ୨୦୨୪-୨୫ରେ ଜିଲାରେ ଆହୁରି ୧୭ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମିଲ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଗତବର୍ଷ ଖାଲି ପଡିଥିବା ସଂଖ୍ୟା ଅଧିକ ରହିଥିବାବେଳେ ଚଳିତବର୍ଷ କିନ୍ତୁ ନୂତନ ନିଯୁକ୍ତି ପରେ ଖାଲି ପଡିଥିବା ଶିକ୍ଷକ ସଂଖ୍ୟା କମିଛି। ଆଉ କିଛି ମାସ ମଧ୍ୟରେ ନୂତନ ନିଯୁକ୍ତି ପରେ ଏହି ସଂଖ୍ୟା ଆହୁରି କମିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri