ସରକାରୀ ଅର୍ଥରେ ଆବାସ କାମ ସାରିବା କଷ୍ଟକର

ତେନ୍ତୁଳିଖୁଣ୍ଟି, ୧୦।୯(ଚିଦାନନ୍ଦ ସାହୁ)ଦୀର୍ଘ ଦିନର ବ୍ୟବଧାନ ପରେ ଚଳିତ ବର୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ କାର୍ଯ୍ୟାଦେଶ ମିଳିଛି। ୪ ବର୍ଷର ଅପେକ୍ଷା ପରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ୧୫ ପଞ୍ଚାୟତରେ ୩୯୦୦ରୁ ଊଦ୍ଧର୍‌ବ ହିତାଧିକାରୀ ଏହି କାର୍ଯ୍ୟାଦେଶ ପାଇଛନ୍ତି। ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ୩୫୦୦ ହିତାଧିକାରୀଙ୍କୁ ମିଳିଛି। ଅବଶିଷ୍ଟ ୪୦୦ ଜଣଙ୍କ କାଗଜପତ୍ରରେ ତ୍ରୁଟିଥିବାରୁ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ମିଳିପାରିନାହିଁ। ପ୍ରଥମ କିସ୍ତି ଟଙ୍କା ପାଇଥିବା ହିତାଧିକାରୀ ଘର ତିଆରି କାମ ଆରମ୍ଭ କଲେଣି। ହେଲେ ଏବେ ଘର ତିଆରି ସମାଗ୍ରୀ ଦର ଅହେତୁକ ବୃଦ୍ଧି ହିତାଧିକାରୀଙ୍କୁ ଚିନ୍ତାରେ ପକାଇଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥରାଶିରେ ଘର କାମ ଶେଷ କରିବା କଷ୍ଟକର ହୋଇପଡ଼ୁଛି। ସରକାର ଗୃହ ନିର୍ମାଣ ଅଟକଳ ମୂଲ୍ୟ ବଢ଼ାଇବାକୁ ହିତାଧିକାରୀ ଦାବି କରିଛନ୍ତି।
ବାସହୀନ, କଚ୍ଚାଘର, ଚାଳିଆ, ଝୁମ୍ପୁଡ଼ି ଘରେ ରହୁଥିବା ପରିବାର ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ଆବାସ ଯୋଜନା ଘର ପାଇଁ ହିତାଧିକାରୀଙ୍କ ପିଛା ୧.୩୦ଲକ୍ଷ ଟଙ୍କା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ମଜୁରୀ ବାବଦକୁ ୨୨,୯୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥରେ ଜଣେ ହିତାଧିକାରୀଙ୍କୁ ୨୬୯ ବର୍ଗଫୁଟର ଘର ନିର୍ମାଣ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଉଛି। ୪ମାସ ମଧ୍ୟରେ ଘର ନିର୍ମାଣ ଶେଷକଲେ ପ୍ରୋତ୍ସାହନ ରାଶି ବାବଦକୁ ୨୦ ହଜାର, ୬ ମାସ ମଧ୍ୟରେ ଶେଷକଲେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଦରଦାମ୍‌ ଅହେତୁକ ବୃଦ୍ଧି ଯୋଗୁ ଘର ନିର୍ମାଣରେ ମନ୍ଥରତା ଆସିଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ସିମେଣ୍ଟ ବସ୍ତା ପିଛା ୩୭୦ ଟଙ୍କା, ବାଲି ଟ୍ରାକ୍ଟର ପିଛା ୪୦୦୦, ମେଟାଲ ଟ୍ରାକ୍ଟର ପିଛା ୭୦୦୦, ଚିପିସ ଟ୍ରାକ୍ଟର ୭୦୦୦, ଗୋଟିଏ ଇଟା ୪ଟଙ୍କାରୁ ଊର୍ଦ୍ଧ୍ୱ ଓ ଲୁହାଛଡ଼ର ଦର କୁଇଣ୍ଟାଲ ପିଛା ୬୨୦୦ ରହିଛି। ଦର ଆହୁରି ବଢ଼ିବ ବୋଲି ବ୍ୟବସାୟୀ କହୁଛନ୍ତି। ଏଭଳି ସ୍ଥିତିରେ ଘର କରିବାକୁ ହିତାଧିକାରୀ ପଛଘୁଞ୍ଚା ଦେଉଛନ୍ତି। ଘର କାମ ଜାରି ରଖିଥିବାବେଳେ ନିର୍ଦ୍ଧାରିତ ଅର୍ଥରେ ନିର୍ମାଣ କାର୍ଯ୍ୟ ନ ସରିବା ଆଶଙ୍କା କରୁଛନ୍ତି ହିତାଧିକାରୀ। ରାଜମିସ୍ତ୍ରୀଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଦରଦାମ ଆଧାରରେ ଏକ ବାସ ଉପଯୋଗୀ ଘର ନିର୍ମାଣ ପାଇଁ ୧ ବର୍ଗଫୁଟ ପିଛା ଗ୍ରାମାଞ୍ଚଳରେ ୨୦୦ରୁ ୨୫୦ ଟଙ୍କା ଖର୍ଚ୍ଚ ହେବ। ସେହି ହିସାବରେ ୨୬୯ ବର୍ଗ ଫୁଟର ଘର ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ବହୁତ କମ୍‌ ଟଙ୍କା ମିଳୁଛି। ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନ ନେଲେ ହିତାଧିକାରୀଙ୍କ ଆବାସ ନିର୍ମାଣ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି।
ସରକାରୀ ସ୍ତରରେ ଉନ୍ନୟନ କାର୍ଯ୍ୟରେ ଦରଦାମ ବୃଦ୍ଧି ହେଲେ ମୁଲ୍ୟ ପୁନଃ ନିର୍ଦ୍ଧାରଣ କରି ଅତିରିକ୍ତ ଅର୍ଥ ଆବଣ୍ଟନ କରାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କ୍ଷେତ୍ରରେ ଏହି ନିୟମ ଲାଗୁ ନ ଥିବାରୁ ଗୃହ ପାଇ ହିତାଧିକାରୀଙ୍କ ମୁଣ୍ଡ ବ୍ୟଥା ବଢ଼ୁଛି।ଏ ନେଇ ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ, ଘର ନିର୍ମାଣ ପାଇଁ ଆବଣ୍ଟିତ ଅର୍ଥ ବଜେଟରେ ଅନୁମୋଦିତ ହୋଇଛି। ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଧାରିତ ହୋଇଛି ହିତାଧିକାରୀ ସେତିକି ଅର୍ଥ ପାଇବେ। ଅତିରିକ୍ତ ଅର୍ଥ ଆବଣ୍ଟନ ହେଲେ ତାହା ସେମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?