ବିପଦ ସଙ୍କୁଳ ଅବସ୍ଥାରେ ହରିଅଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର

ଡେରାବିଶ,୧୦ା୯ (ବେବର୍ତ୍ତା ଅଜୟ ଦାସ)ତିନି ତିନି ବର୍ଷରୁ ୬ ବର୍ଷ ଯାଏ ଶିଶୁଙ୍କ ମାନସିକ ଓ ଶାରିରୀକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ସମନ୍ବିତ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରରେ ସେମାନଙ୍କୁ ବିଭିନ୍ନ ଖେଳ କୌତୁକ ଶିକ୍ଷା ପ୍ରଦାନ କରାଯାଉଛି। ମାତ୍ର କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନ ହରିଅଙ୍କ (ଜେନାସାହି) ଗ୍ରାମରେ ଏକ ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ଗ୍ରାମର ୧୩ ନଂ. ଓ ୧୫ନଂ. ୱାର୍ଡର ସମୂଦାୟ ୩୦ ଜଣ କୋମଳମତି ଶିଶୁ ଅଧ୍ୟୟନ କରୁଛନ୍ତି। କେନ୍ଦ୍ରର ସ୍ଥାୟୀ ଗୃହ ନ ଥିବାରୁ ଗ୍ରାମରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ର ଚାଲୁଛି। ଏହି ପ୍ରାଥମିକ ବିଦ୍ୟାଳୟଟିରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବାରୁ ଅନ୍ୟ ବିଦ୍ୟାଳୟ ସହ ମର୍ଜ ହୋଇଯାଇଛି। ଖାଲି ପଡ଼ିଥିବା ଏହି ବିଦ୍ୟାଳୟ ଗୃହଟି ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି। ତେବେ ବିଦ୍ୟାଳୟ ଗୃହରେ ପଡ଼ିଥିବା ଆଜବେଷ୍ଟସ ବହୁ ପୁରୁଣା ହୋଇଥିବାରୁ ତାହା ଭାଙ୍ଗିରୁଜି ଗଲାଣି। ଗୃହର କାନ୍ଥରେ ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ଘର ଭିତରେ ପାଣି ଜମିବା ସହ ସାପ ଓ ବେଙ୍ଗ ଭିତରେ ଖେଳିଥାନ୍ତି। ଏଭଳି ଏକ ବିପଦ ସଙ୍କୁଳ ଗୃହରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। କିଛିଦିନ ହେବ ଲଗାଣ ବର୍ଷା ପାଇଁ ଏହି କେନ୍ଦ୍ରରେ ଶିଶୁମାନଙ୍କୁ ଶିକ୍ଷାଦାନ କରିବା ସୁରକ୍ଷିତ ହେଉ ନ ଥିବାରୁ ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନ ବ୍ୟକ୍ତିଗତ ଭାବେ ଏକ ପାଲ ଭଙ୍ଗା ଆଜବେଷ୍ଟସ ଉପରେ ପକାଇଛନ୍ତି। ଏହି ବିଷୟରେ ହରିଅଙ୍କ ସରପଞ୍ଚ କନକଲତା ପ୍ରଧାନଙ୍କୁ ପଚାରିବାରୁ ଏହି କେନ୍ଦ୍ର ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣ କରିବା ପାଇଁ ଡେରାବିଶ ସିଡିପିଓ ଓ ବିଡିଓଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଛି। ମାତ୍ର ଏହି ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ତୁରନ୍ତ ଏହି କେନ୍ଦ୍ରର ସ୍ଥାୟୀ ପକ୍କା ଗୃହ ନିର୍ମାଣ ପାଇଁ ପ୍ରଧାନ ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ସିଡିପିଓ ସ୍ନେହଲତା ସାହୁଙ୍କୁ ପଚାରିବାରୁ କେନ୍ଦ୍ରର ସ୍ଥାୟୀ ଘର ପାଇଁ ସରପଞ୍ଚଙ୍କ ଦାୟିତ୍ୱ ରହିଛି। ତାଙ୍କର ନୁହେଁ ବୋଲି ସାହୁ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ଏହି କେନ୍ଦ୍ରର ଅବସ୍ଥା ପରିଦର୍ଶନ କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ସିଡିପିଓ ସାହୁ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିବା ପରେ ଖୁବ୍‌ଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାୟୀ ଗୃହ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri