ରାୟଗଡ଼ା ଜିଲା: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା

ରାୟଗଡ଼ା,୧୦।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଗ୍ରାମାଞ୍ଚଳରେ ପିଲା ଇଂଲିଶରେ ପାଠ ପଢ଼ିବେ ା ଓଡ଼ିଶା ମାଧ୍ୟମିକ ବୋର୍ଡ଼ ପରିବର୍ତ୍ତେ ସିବିଏସଇ ପାଟର୍ନରେ ପାଠ ପଢ଼ାଯିବ ା ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୮ରେ ଜିଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ ା ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ସ୍କୁଲ ଖୋଲିଲା ା ହେଲେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା ଯୋଗୁ ଏହି ଯୋଜନା ବର୍ତ୍ତମାନ ଜିଲାରେ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ଖୋଲିବାର ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଜିଲାର ୧୧ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ କୋଲନରା ବ୍ଲକସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଛାଡ଼ି ଦେଲେ ଅନ୍ୟ ୧୦ଟି ବିଦ୍ୟାଳୟରେ ଅଧ୍ୟକ୍ଷ ନାହାନ୍ତି ା ଅଧ୍ୟକ୍ଷ ପଦବୀ ଖାଲି ରହିଥିବାରୁ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକମାନେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ା
ପ୍ରକାଶ ଥାଉକି, ବେସରକାରୀ ସିବିଏସ୍‌ଇ ସ୍କୁଲରେ ଫି ଅଧିକା ରହୁଥିବାରୁ ଏବଂ ଗ୍ରାମାଞ୍ଚଳରେ ଇଂଲିଶ ମିଡ଼ିୟମ ସ୍କୁଲ ନ ଥିବାରୁ ଅଞ୍ଚଳର ପିଲାମାନେ ସିବିଏସ୍‌ଇ ପାଟର୍ନରୁ ବଞ୍ଚତ୍ତ ରହୁଥିଲେ ା ତେଣୁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଇଂଲିଶ ଭାଷା ଶିକ୍ଷାଦାନ ପାଇଁ ୧୧ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିଥିଲା। ସ୍କୁଲରେ ଅଧ୍ୟକ୍ଷ ପଦବୀ ଖାଲି ରହିବା ସହିତ ଆବଶ୍ୟକ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ କର୍ମଚାରୀ ଅଭାବରୁ ଅନ୍ୟ ସିବିଏସଇ ସ୍କୁଲ ସହିତ ଆଦର୍ଶ ବିଦ୍ୟାଳୟ ତାଳଦେଇ ଆଗକୁ ବଢି ପାରୁନାହିଁ। ରାଜ୍ୟ ସରକାର ଜିଲାପାଳଙ୍କୁ ଆଦର୍ଶ ବିଦ୍ୟାଳୟ ଚେୟାରପର୍ସନ କରି ଚୁପ୍‌ ବସିଥିବାବେଳେ ଅଧ୍ୟକ୍ଷ ନିଯୁକ୍ତି ନ କରିବା ପଛରେ କଣ ରହସ୍ୟ ରହିଛି ତାହାର ତଦନ୍ତ ଆବଶ୍ୟକ ବୋଲି ଅଭିଭାବକମାନେ କହିଛନ୍ତି ା ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ରଖିଥିବା ନିୟମାବଳୀ ଓ ମାପଦଣ୍ଡକୁ ଦେଖିଲେ ଯୋଗ୍ୟ ବ୍ୟକ୍ତି ଓଡ଼ିଶା ପ୍ରଶାସନିକ ସେବା ଭଳି ଚାକିରି କାହିଁକି କରିବେ ନାହିଁ ବୋଲି ପ୍ରଶ୍ନ ଉଠୁଛି ା ଠିକାରେ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ଦାୟିତ୍ୱରେ ଥିବା ପିଜିଟି ଶିକ୍ଷକଙ୍କୁ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଶୁଣିବାକୁ ମିଳୁଛି ା ତେବେ ପିଲାଙ୍କୁ ପାଠ ପଢ଼ାଇବାକୁ ଚାକିରି ପାଇଥିବା ଶିକ୍ଷକ ଯଦି ଏସବୁ କାର୍ଯ୍ୟରେ ଲିପ୍ତ ରହିବେ ସେମାନେ ପିଲାଙ୍କୁ ପାଠ କେମିତି ପଢ଼ାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏପରିକି ଜିଲାର ସମସ୍ତ ୧୧ଟି ସ୍କୁଲର ନିଜସ୍ବ କୋଠା ରହିଥିଲେ ମଧ୍ୟ ଏଯାବତ ହଷ୍ଟେଲ ଆରମ୍ଭ ହୋଇନାହିଁ ା ଫଳରେ ପିଲାଙ୍କୁ ପାଠ ପଢ଼ିବାରେ ଅସୁବିଧା ହେଉଛି ା ୪ଟି ସ୍କୁଲରେ ହଷ୍ଟେଲ ନିର୍ମାଣ ସରିଥିବା ବେଳେ ୭ଟିରେ ନିର୍ମାଣ ଆରମ୍ଭ ହୋଇନାହିଁ ା ଆଦିବାସୀ ଅଧ୍ୟୁଷିତ ଜିଲାରେ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଆରମ୍ଭ ହୋଇ ନ ଥିବାରୁ ଏଠାରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଦର୍ଶ ବିଦ୍ୟାଳୟରେ ଲାଗି ରହିଥିବା ଏହିସବୁ ସମସ୍ୟାକୁ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ, ଅଧ୍ୟକ୍ଷ ପଦବୀ ନିଯୁକ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥାଏ ା ସେଥିପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ଓ ଚୟନ ପ୍ରକ୍ର୍ରିୟା ରହିଛି ା ଏଥିସହିତ ହଷ୍ଟେଲ ପାଇଁ ବର୍ତ୍ତମାନ କର୍ମଚାରୀ ନିଯୁକ୍ତି କରାଯାଉଛି ା ଏହା ସମ୍ପୂର୍ଣ୍ଣ ହେବା ପରେ ହଷ୍ଟେଲ ଆରମ୍ଭ ହେବ ବୋଲି ଜିଲା ଶିକ୍ଷାଧିକାରୀ ବରିହା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?