ରାୟଗଡ଼ା ଜିଲା: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା

ରାୟଗଡ଼ା,୧୦।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଗ୍ରାମାଞ୍ଚଳରେ ପିଲା ଇଂଲିଶରେ ପାଠ ପଢ଼ିବେ ା ଓଡ଼ିଶା ମାଧ୍ୟମିକ ବୋର୍ଡ଼ ପରିବର୍ତ୍ତେ ସିବିଏସଇ ପାଟର୍ନରେ ପାଠ ପଢ଼ାଯିବ ା ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୮ରେ ଜିଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ ା ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ସ୍କୁଲ ଖୋଲିଲା ା ହେଲେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା ଯୋଗୁ ଏହି ଯୋଜନା ବର୍ତ୍ତମାନ ଜିଲାରେ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ଖୋଲିବାର ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଜିଲାର ୧୧ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ କୋଲନରା ବ୍ଲକସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଛାଡ଼ି ଦେଲେ ଅନ୍ୟ ୧୦ଟି ବିଦ୍ୟାଳୟରେ ଅଧ୍ୟକ୍ଷ ନାହାନ୍ତି ା ଅଧ୍ୟକ୍ଷ ପଦବୀ ଖାଲି ରହିଥିବାରୁ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକମାନେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ା
ପ୍ରକାଶ ଥାଉକି, ବେସରକାରୀ ସିବିଏସ୍‌ଇ ସ୍କୁଲରେ ଫି ଅଧିକା ରହୁଥିବାରୁ ଏବଂ ଗ୍ରାମାଞ୍ଚଳରେ ଇଂଲିଶ ମିଡ଼ିୟମ ସ୍କୁଲ ନ ଥିବାରୁ ଅଞ୍ଚଳର ପିଲାମାନେ ସିବିଏସ୍‌ଇ ପାଟର୍ନରୁ ବଞ୍ଚତ୍ତ ରହୁଥିଲେ ା ତେଣୁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଇଂଲିଶ ଭାଷା ଶିକ୍ଷାଦାନ ପାଇଁ ୧୧ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିଥିଲା। ସ୍କୁଲରେ ଅଧ୍ୟକ୍ଷ ପଦବୀ ଖାଲି ରହିବା ସହିତ ଆବଶ୍ୟକ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ କର୍ମଚାରୀ ଅଭାବରୁ ଅନ୍ୟ ସିବିଏସଇ ସ୍କୁଲ ସହିତ ଆଦର୍ଶ ବିଦ୍ୟାଳୟ ତାଳଦେଇ ଆଗକୁ ବଢି ପାରୁନାହିଁ। ରାଜ୍ୟ ସରକାର ଜିଲାପାଳଙ୍କୁ ଆଦର୍ଶ ବିଦ୍ୟାଳୟ ଚେୟାରପର୍ସନ କରି ଚୁପ୍‌ ବସିଥିବାବେଳେ ଅଧ୍ୟକ୍ଷ ନିଯୁକ୍ତି ନ କରିବା ପଛରେ କଣ ରହସ୍ୟ ରହିଛି ତାହାର ତଦନ୍ତ ଆବଶ୍ୟକ ବୋଲି ଅଭିଭାବକମାନେ କହିଛନ୍ତି ା ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ରଖିଥିବା ନିୟମାବଳୀ ଓ ମାପଦଣ୍ଡକୁ ଦେଖିଲେ ଯୋଗ୍ୟ ବ୍ୟକ୍ତି ଓଡ଼ିଶା ପ୍ରଶାସନିକ ସେବା ଭଳି ଚାକିରି କାହିଁକି କରିବେ ନାହିଁ ବୋଲି ପ୍ରଶ୍ନ ଉଠୁଛି ା ଠିକାରେ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ଦାୟିତ୍ୱରେ ଥିବା ପିଜିଟି ଶିକ୍ଷକଙ୍କୁ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଶୁଣିବାକୁ ମିଳୁଛି ା ତେବେ ପିଲାଙ୍କୁ ପାଠ ପଢ଼ାଇବାକୁ ଚାକିରି ପାଇଥିବା ଶିକ୍ଷକ ଯଦି ଏସବୁ କାର୍ଯ୍ୟରେ ଲିପ୍ତ ରହିବେ ସେମାନେ ପିଲାଙ୍କୁ ପାଠ କେମିତି ପଢ଼ାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏପରିକି ଜିଲାର ସମସ୍ତ ୧୧ଟି ସ୍କୁଲର ନିଜସ୍ବ କୋଠା ରହିଥିଲେ ମଧ୍ୟ ଏଯାବତ ହଷ୍ଟେଲ ଆରମ୍ଭ ହୋଇନାହିଁ ା ଫଳରେ ପିଲାଙ୍କୁ ପାଠ ପଢ଼ିବାରେ ଅସୁବିଧା ହେଉଛି ା ୪ଟି ସ୍କୁଲରେ ହଷ୍ଟେଲ ନିର୍ମାଣ ସରିଥିବା ବେଳେ ୭ଟିରେ ନିର୍ମାଣ ଆରମ୍ଭ ହୋଇନାହିଁ ା ଆଦିବାସୀ ଅଧ୍ୟୁଷିତ ଜିଲାରେ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଆରମ୍ଭ ହୋଇ ନ ଥିବାରୁ ଏଠାରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଦର୍ଶ ବିଦ୍ୟାଳୟରେ ଲାଗି ରହିଥିବା ଏହିସବୁ ସମସ୍ୟାକୁ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ, ଅଧ୍ୟକ୍ଷ ପଦବୀ ନିଯୁକ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥାଏ ା ସେଥିପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ଓ ଚୟନ ପ୍ରକ୍ର୍ରିୟା ରହିଛି ା ଏଥିସହିତ ହଷ୍ଟେଲ ପାଇଁ ବର୍ତ୍ତମାନ କର୍ମଚାରୀ ନିଯୁକ୍ତି କରାଯାଉଛି ା ଏହା ସମ୍ପୂର୍ଣ୍ଣ ହେବା ପରେ ହଷ୍ଟେଲ ଆରମ୍ଭ ହେବ ବୋଲି ଜିଲା ଶିକ୍ଷାଧିକାରୀ ବରିହା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri