ରେଳବାଇକୁ କାରଣ ଦର୍ଶାଅ ନୋଟିସ୍
ଯୋଡ଼ା,୨୭ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ଅନ୍ତର୍ଗତ ନୟାଗଡ଼ ବିଟ୍ ଅନ୍ତର୍ଗତ ପଳଶାଠାରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ମନ୍ତ୍ରଣାଳୟକୁ ବନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ଘଟାଇଥିବା…
ଶୌଚ ହେବା ପାଇଁ ଯାଇ ବଳାତ୍କାର ଶିକାର ହେଲେ ନାବାଳିକା
ରାଇରଙ୍ଗପୁର,୨୭ା୧୦(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ନାବାଳିକା ତାଙ୍କ ଘର ନିକଟସ୍ଥ ପଡ଼ିଆକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜନୈକ ଯୁବକ ଜବରଦସ୍ତ ବଳାତ୍କାର କରି ଘଟଣାସ୍ଥଳରୁ ଖସି ପଳାଇଥିଲେ।…
ଠେଙ୍ଗାରେ ପିଟି ପୁଅକୁ ମାରିଦେଲେ
ଗୋପବନ୍ଧୁନଗର(ଶାନ୍ତନୁ କୁମାର ମଢୁଆଳ)/ଖୁଣ୍ଟା(ଦେବରଞ୍ଜନ ବେହେରା), ୨୭ା୧୦: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଡେଙ୍ଗାମସ୍ଥିତ ସିଦାମଡି ଗ୍ରାମରେ ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ବାପାଙ୍କ ଠେଙ୍ଗା ମାଡରେ ପୁଅର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ…
୩ ଦାଦନ ଶ୍ରମିକଙ୍କ ସହ ୪ ଶିଶୁ ଶ୍ରମିକ ଉଦ୍ଧାର: ଜେଲ ଗଲେ ଦାଦନ ସର୍ଦ୍ଦାର
ବେଲପଡ଼ା,୨୭।୧୦(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ପୋଲିସ ୩ ଦାଦନ ଶ୍ରମିକ ଏବଂ ୪ ଶିଶୁ ଶ୍ରମିକଙ୍କୁ ଶୁକ୍ରବାର ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସର୍ଦ୍ଦାର ଜଣକ…
କେଉଁ ଦିନ ପାଳନ ହୁଏ ଆଦିବାସୀ ଦଶହରା, କ’ଣ ରହିଛି ପରମ୍ପରା
ଡାବୁଗାଁ,୨୭।୧୦(ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି, କୁର୍ଚି ଓ ଶିରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ଲାଠି, କୁର୍ଚି ଡାବୁଗାଁ ମା’ ଠାକୁରାଣୀ…
୩ ଥାନା ଅଞ୍ଚଳରୁ ୩୬ ଗିରଫ: ୧ ଲକ୍ଷ ୧୫ ହଜାର ୨୬୦ ଟଙ୍କା ଜବତ
ବ୍ରହ୍ମପୁର,୨୭ା୧୦(ସୁବାସ ଚନ୍ଦ୍ର ପାଢ଼ୀ): କୁମାରପୂର୍ଣ୍ଣିମା ଯୋଗୁ ଜୋରଦାର ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ ଅଭିଯାନ ଜାରି ରଖିଛି। ୨୪ ଘଣ୍ଟା ମଧ୍ୟରେ ୩ଟି ଥାନା ଅଞ୍ଚଳରେ ଚାଲିଥିବା ଜୁଆଖେଳରୁ ୩୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୩୫ଟି ମୋବାଇଲ ଫୋନ୍…
ଚନ୍ଦ୍ରଗ୍ରହଣ ଲାଗି ଆଖଣ୍ଡଳମଣି ମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି
ଚାନ୍ଦବାଲି,୨୭।୧୦(କିଷାନ ପାତ୍ର): ଚନ୍ଦ୍ରଗ୍ରହଣ ଥିବାରୁ ଶନିବାର ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି। କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭୋର ୪ଟାରେ…
ରାଜ୍ୟବ୍ୟାପୀ ଆନ୍ଦୋଳନରୁ ଉଠିଲେ ବ୍ୟାଙ୍କ କର୍ମଚାରୀ
କେନ୍ଦୁଝର,୨୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କର ମହାସଂଘର ଆହ୍ବାନ କ୍ରମେ ୫ ଦଫା ଦାବି ନେଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀଙ୍କ ଚାଲିଥିବା ଆନ୍ଦୋଳନ ଶୁକ୍ରବାର ଶେଷ ହୋଇଛି। ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ୨୭ ସରିଛ।…
ବାଇକ୍ କିଣିବାକୁ ଯାଉଥିଲେ: ବାଟରୁ ୨ ଲକ୍ଷ ଟଙ୍କା ଛଡାଇନେଲେ ଦୁର୍ବୃତ୍ତ
ଥୁଆମୂଳ ରାମପୁର,୨୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓ କାଶୀପୁର ମୁଖ୍ୟ ରାସ୍ତା ଲାଠିଆଗୁଡା ଛକରେ ଦୁର୍ବୃତ୍ତମାନେ ଜଣେ ବାଇକ୍ ଆରୋହୀଙ୍କଠାରୁ ମୋବାଇଲ ଫୋନ୍ ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି। ଏ ନେଇ…
ଚିକିତ୍ସା ପାଇଁ ବାପାଙ୍କୁ ୩୫ କି.ମି. ଟ୍ରଲିରେ ବୋହିଲେ ଝିଅ
ଭଦ୍ରକ,୨୭ା୧୦(ସନାତନ ରାଉତ): ବାପାଙ୍କ ଯନ୍ତ୍ରଣା ସହିପାରିଲେନି। ସାହି ପଡ଼ୋଶୀ କେହି ସହଯୋଗର ହାତ ବଢ଼ାଇଲେନି। ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିଲାନି। ଶେଷରେ ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ବସାଇ ୩୫ କି.ମି. ବୋହି ଡାକ୍ତରଖାନା ନେଲେ ନାବାଳିକା ଝିଅ। ଡାକ୍ତରଖାନାରେ ଚିକିତ୍ସା…
୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ
ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତବର୍ଷରେ କୌଣସି ଶିଶୁ ଉପବାସରେ ନ ରହିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ବିଶେଷ କରି ଜନଜାତି ବର୍ଗର ଲୋକମାନଙ୍କର ବିକାଶ ପାଇଁ ସରକାର…
ଉଦ୍ୟାନ ଉତ୍କର୍ଷ କେନ୍ଦ୍ର ନାଁରେ ଅନିୟମିତତା
ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ପାଣିକୋଇଲିଠାରେ ଆମ୍ବ ଓ ପରିବା ଚାଷୀଙ୍କ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ(ଉଦ୍ୟାନ ଉତ୍କର୍ଷ କେନ୍ଦ୍ର) ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ପାଇଁ ଡିଏମ୍ଏଫ୍(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ମଞ୍ଜୁର ହୋଇଥିବା…

