ପାଦରେ ଚାଲି ମଧ୍ୟପ୍ରଦେଶରୁ ପୁରୀ

ଗଣିଆ,୧୪ା୧(ସନ୍ତୋଷ କୁମାର ପ୍ରଧାନ)ଜଗା ଦର୍ଶନର ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶ୍ରୀକ୍ଷେତ୍ରଧାମରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତ। ଏହି ଯାତ୍ରୀ ଦଳ ଶନିବାର ସକାଳୁ ନୟାଗଡ଼ ଜିଲା ଗଣିଆ ବ୍ଲକର ଛାମୁଣ୍ଡିଆଠାରେ ପହଞ୍ଚତ୍ଛନ୍ତି। ଏହି ତୀର୍ଥ ଯାତ୍ରୀମାନେ ହେଲେ ମଧ୍ୟପ୍ରଦେଶର ବିଦିଶା ଜିଲା ମହିପାଲ ସିଂ(୬୪), ରାମସିଂ ଯାଦବ(୬୨), ତାମ ସିଂ ଯାଦବ(୬୫), ନରେନ୍ଦ୍ର ପ୍ରସାଦ ପଟେଲ (୬୭)।
ବୟସର ଅପରାହ୍ନରେ ପଦାର୍ପଣ କରିଥିଲେ ମଧ୍ୟ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତି ଓ ବିଶ୍ୱାସ ଯୋଗୁ ଏମାନେ କୌଣସି ଅସୁସ୍ଥ କିମ୍ବା ରାସ୍ତାରେ ଥକିପଡିନାହାନ୍ତି। ଗତ ଡିସେମ୍ବର ୧୪ ତାରିଖଠାରୁ ମଧ୍ୟପ୍ରଦେଶରୁ ବାହାରି ଦୀର୍ଘ ୩୦ ଦିନ ଧରି ପାଦରେ ଚାଲିଚାଲି ପୁରୁଣା ଜଗନ୍ନାଥ ସଡ଼କ ଦେଇ ପୁରୀ ଅଭିମୁଖେ ଚାଲିଛନ୍ତି। ଶୀତ ଓ ପାଦର କଷ୍ଟ ପାଇଁ କେତେଜଣ ପାଦରେ କପଡ଼ା ବାନ୍ଧିଥିବା ଦେଖିବାକୁ ମିଳିଛି ା ସେମାନେ ଖାଦ୍ୟ ପାଇଁ କାହା ଉପରେ ନିର୍ଭର ନ କରି ନିଜର ରାଶନ ସାମଗ୍ରୀ, ବସ୍ତ୍ର ମୁଣ୍ଡରେ ବୋହିବା ସହ ହାତରେ ବାଡି ଓ ଜୟ ଜଗନ୍ନାଥ ଝଣ୍ଡା ଧରିବା ସହ ଜୟ ଜଗନ୍ନାଥ ଧ୍ୱନୀ ଦେଇ ବାଟ ଚାଲିଛନ୍ତି। ତେବେ ଛାମୁଣ୍ଡିଆ ପଞ୍ଚାୟତ ବେଣ୍ଟପଡା ଗ୍ରାମ ନିକଟରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଦେଖି ୪ ଯାତ୍ରୀ ରାସ୍ତା ଉପରେ ସଷ୍ଟାଙ୍ଗ ପ୍ରଣିପାତ ସହ ବନ୍ଦାପନା କରି ନଡ଼ିଆ ଓ ଅର୍ଥ ଦାନ କରିଥିଲେ ା ତେବେ ଏହି ଯାତ୍ରୀଙ୍କ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତି ଦେଖି ସ୍ଥାନୀୟ ଜନସାଧାରଣ ହରିବୋଲ ସହ ହୁଳହୁଳି ଧ୍ୱନୀ ଦେଇଥିଲେ। ପୁରୀରେ ପହଞ୍ଚତ୍ ଜଗା ଦର୍ଶନ କରିବା ସହ କିଛି ଦିନ ବିଶ୍ରାମ ନେଇ ଟ୍ରେନ ଯୋଗେ ଘରକୁ ଫେରିବା ଲକ୍ଷ୍ୟ ରଖିଥିବା ରାମ ସିଂ କହିଛନ୍ତି। ଏହି ତୀର୍ଥ ଯାତ୍ରୀ ଦଳ ପ୍ରଥମ କରି ଜଗନ୍ନାଥଙ୍କ ଦର୍ଶନ ଅଭିମୁଖେ ବହାରିଥିବାରୁ ସେମାନଙ୍କ ମନରେ ପ୍ରବଳ ଉକତ୍ଣ୍ଣା ଭରି ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri