ଦଶପଲ୍ଲା ରେଞ୍ଜରେ ବଢୁଛି ବାଘ ଶିକାର

ନୟାଗଡ଼,୧୪।୧(ଲୋକନାଥ ମିଶ୍ର)ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜରେ କଲରାପତରିଆ ବାଘ ଶିକାର ବଢ଼ିବାରେ ଲାଗିଛି । ଦଶପଲ୍ଲା ବନବିଭାଗ ପକ୍ଷରୁ କଲରାପତରିଆ ବାଘକୁ ସୁରକ୍ଷା ଦିଆଯାଇ ପାରୁ ନ ଥିବାରୁ ଧିରେ ଧିରେ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଅନ୍ୟପକ୍ଷେ ଦଶପଲ୍ଲା ରେଞ୍ଜର ସ୍ଥାନୀୟବାସିନ୍ଦା ହେଉଥିବାରୁ ପ୍ରିୟାପ୍ରୀତି ଛାଡି ପାରୁ ନାହାନ୍ତି । ଏଣୁ ଶିକାରୀଙ୍କ କବଜାରେ ଦଶପଲ୍ଲା ରେଜ ରହିଥିବା ଅଭିଯୋଗ ହୋଇଛି । ଦଶପଲ୍ଲା ବ୍ଲକ ବାଣିଗୋଛା ଅଞ୍ଚଳର ଜଣେ ବାସିନ୍ଦାକୁ ଦଶପଲ୍ଲା ପରି ରେଞ୍ଜରେ କିପରି ନିୟୋଜିତ କରାଯାଇଛି ତାହା ସନ୍ଦେହ ଘେରରେ ରହିଛି ା ଜଣେ ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ସୂଚନା ଅନୁସାରେ ଦଶପଲ୍ଲା ରେଞ୍ଜରେ କଲରାପତରିଆ ବାଘ ବଂଶ ବଢ଼ୁଛି । ପାଖା ପାଖି ୪୦ରୁ ଊର୍ଦ୍ଧ୍ୱ ବାଘ ଅଛନ୍ତି । ତେବେ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନ ଥିବାରୁ ଶିକାର ବଢ଼ିଛି । କଲରା ପତରିଆ ବାଘ ଶିକାର ହେଲେ କେହି ମୁହଁ ଖୋଲି ନ ଥାନ୍ତି । ଘଟଣାକୁ ଶୀତଳଭଣ୍ଡାରକୁ ଫୋପାଡି ତଦନ୍ତକୁ ବାଟବଣା କରନ୍ତି । ଫଳ ସ୍ବରୂପ ଶିକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଜଙ୍ଗଲରେ କଲରାପତରିଆ ବାଘ ଅଛନ୍ତି କି ନଁା ପଚାରିଲେ ଠିକ ଉତ୍ତର ଦେବାକୁ ମନା କରାଯାଇଛି । ଏଣୁ ଅଧିକାଂଶ ବାଘ ଶିକାର ଲୁଚି ଯାଉଛି । ବାଣିଗୋଛାର ଜଣେ ବ୍ୟକ୍ତି ନଁା ଗୋପନ ରଖି କହିଛନ୍ତି କଲରାପତରିଆ ବାଘକୁ ସ୍ଥାନୀୟ ଲୋକ ଅଧିକାଂଶ ସମୟ ଦେଖୁଛନ୍ତି । ହେଲେ ବାଘ ନାହିଁ ବୋଲି ବନବିଭାଗ ମନା କରୁଛି। କିନ୍ତୁ ଜଙ୍ଗଲରେ ଶିକାର ହେଲେ ଅନ୍ୟ ଜଙ୍ଗଲରୁ ଆଣି ପକାଇ ଦିଆଯାଉଛି କହି ସଫେଇ ଦିଆଯାଇ ତଦନ୍ତକୁ ବାଟବଣା କରାଯାଉଛି । ବାଘ ଶିକାର ରୋକିବାକୁ ହେଲେ ପ୍ରଥମେ ଦଶପଲ୍ଲା ରେଞ୍ଜରଙ୍କୁ ବଦଳି କରିବାକୁ ପଡିବ । ଜଣେ ଭଲ ରେଞ୍ଜରଙ୍କୁ ଦାୟିତ୍ୱ ଦେଇ ବାଘ ଶିକାର ନ କରିବାକୁ ସଚେତନତା ସୃଷ୍ଟି କରାଯିବା ଦରକାର । ଅନ୍ୟପକ୍ଷେ କଲରା ପତରିଆ ବାଘ ଅନେକ ଲୋକଙ୍କର ଗାଈ, ଛେଳି, ମେଣ୍ଢା ଆଦି ଗୃହ ପାଳିତ ପ୍ରାଣୀ ମାନଙ୍କୁ ଖାଉଥିଲେ ମଧ୍ୟ ବନବିଭାଗ ଅଭିଯୋଗ ଶୁଣୁ ନାହିଁ । ଏଣୁ କେତେଜଣ ଲୋକ ବାଘକୁ ବାଧ୍ୟ ହୋଇ ଶିକାର କରୁଛନ୍ତି। ବନବିଭାଗ ତା’ର ନୀତିରେ ପରିବର୍ତ୍ତନ କରିବା ଦରକାର ବୋଲି ସେ କହିଛନ୍ତି।
୨ ବାଘ ଶିକାରୀଙ୍କୁ ଧରି ବାହାବା
ନୂଆ ବର୍ଷରେ ୨ ବାଘ ଶିକାରୀଙ୍କୁ ଧରି ଦଶପଲ୍ଲା ରେଞ୍ଜ ବନବିଭାଗ ପକ୍ଷରୁ ବାହାବା ନିଆଯାଉଛି । ପ୍ରାୟ ୯ମାସ ତଳେ ଘଟିଥିବା ଏହି ବାଘ ଶିକାର ଘଟଣାର ଟେର ପାଇ ନ ଥିଲା ବନବିଭାଗ । ବଜ୍ରକାପ୍ତା କାତି ଜବତ କରୁ କରୁ ବାଘ ଶିକାର ପଦାକୁ ଆସିଲା ପରେ ବନବିଭାଗର ବିଫଳତା ଧରା ପଡିଯିବା ଭୟରେ ସଫଳତାକୁ ପ୍ରଚାର କରାଯାଉଛି। ଦଶପଲ୍ଲା ବନବିଭାଗ ପକ୍ଷରୁ ୧୬ଟି ବାଘ ନଖ ଓ ୧ କିଲୋ ଓଜନର ୨୯୦ ପିସି ବଜ୍ରକାତି କାତି ଜବତ କରାଯାଇଛି । ଏହି ଘଟଣାରେ ଦଶପଲ୍ଲା ରେଞ୍ଜ ବାଣିଗୋଛା ସେକ୍ସନ କୁରୁମି ଗଁାର ପ୍ରହ୍ଲାଦ କଅଁର(୪୫) ଓ ଭୋଳେଶ୍ୱର କଅଁର(୪୯)ଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ୨ଜଣ ଦଶପଲ୍ଲା ଜେଲକୁ ଯାଇଛନ୍ତି ।
ଚାପରେ ଚେପା: ଦଶପଲ୍ଲା ରେଞ୍ଜରେ ୯ ମାସ ତଳେ ହୋଇଥିବା ବାଘ ଶିକାର ଘଟଣାରେ ନଖ ମିଳଥିବାବେଳେ ବାଘ ଚମଡ଼ାର ଟେର ମିଳୁନି। ବାଘ ଚମଡ଼ା ବିକ୍ରି ନ ହୋଇଥିଲେ ମଧ୍ୟ ଚମଡ଼ା ଜବତ କରିବାରେ ବିଭାଗ ସଫଳତା ପାଇ ନାହିଁ । ଯେଉଁ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି ସେମାନେ ବନବିଭାଗର ସହାୟତାରେ ଖସି ଯାଇଥିବା ଜଣାପଡିଛି। ୨ଜଣଙ୍କୁ ଗିରଫ ଦେଖାଇ ଘଟଣାକୁ ରଫାଦଫା କରିବାକୁ ଚାପ ପଡୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ଦଶପଲ୍ଲା ରେଞ୍ଜର ସୁଦର୍ଶନ ଦେହୁରୀ କୁହନ୍ତି, କଲରାପତରିଆ ବାଘକୁ ବନବିଭାଗ ପକ୍ଷରୁ ସୁରକ୍ଷା ଦିଆଯାଉଛି । ଅଭିଯୋଗ ମିଳିଲେ ଶିକାରୀଙ୍କୁ ଗିରଫ କରାଯାଉଛି । ୪ଜଣ ବ୍ୟକ୍ତି ମିଳିତ ହୋଇ ବାଘ ଶିକାର କରିଥିଲେ । ୨ ଜଣ ଗିରଫ ହୋଇଛନ୍ତି। ଆଉ ୨ ଜଣଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଛି । ଶିକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଓ ଚାପରେ ଚେପା ଖବର ସତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri