ଦଶପଲ୍ଲା ରେଞ୍ଜରେ ବଢୁଛି ବାଘ ଶିକାର

ନୟାଗଡ଼,୧୪।୧(ଲୋକନାଥ ମିଶ୍ର)ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜରେ କଲରାପତରିଆ ବାଘ ଶିକାର ବଢ଼ିବାରେ ଲାଗିଛି । ଦଶପଲ୍ଲା ବନବିଭାଗ ପକ୍ଷରୁ କଲରାପତରିଆ ବାଘକୁ ସୁରକ୍ଷା ଦିଆଯାଇ ପାରୁ ନ ଥିବାରୁ ଧିରେ ଧିରେ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଅନ୍ୟପକ୍ଷେ ଦଶପଲ୍ଲା ରେଞ୍ଜର ସ୍ଥାନୀୟବାସିନ୍ଦା ହେଉଥିବାରୁ ପ୍ରିୟାପ୍ରୀତି ଛାଡି ପାରୁ ନାହାନ୍ତି । ଏଣୁ ଶିକାରୀଙ୍କ କବଜାରେ ଦଶପଲ୍ଲା ରେଜ ରହିଥିବା ଅଭିଯୋଗ ହୋଇଛି । ଦଶପଲ୍ଲା ବ୍ଲକ ବାଣିଗୋଛା ଅଞ୍ଚଳର ଜଣେ ବାସିନ୍ଦାକୁ ଦଶପଲ୍ଲା ପରି ରେଞ୍ଜରେ କିପରି ନିୟୋଜିତ କରାଯାଇଛି ତାହା ସନ୍ଦେହ ଘେରରେ ରହିଛି ା ଜଣେ ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ସୂଚନା ଅନୁସାରେ ଦଶପଲ୍ଲା ରେଞ୍ଜରେ କଲରାପତରିଆ ବାଘ ବଂଶ ବଢ଼ୁଛି । ପାଖା ପାଖି ୪୦ରୁ ଊର୍ଦ୍ଧ୍ୱ ବାଘ ଅଛନ୍ତି । ତେବେ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନ ଥିବାରୁ ଶିକାର ବଢ଼ିଛି । କଲରା ପତରିଆ ବାଘ ଶିକାର ହେଲେ କେହି ମୁହଁ ଖୋଲି ନ ଥାନ୍ତି । ଘଟଣାକୁ ଶୀତଳଭଣ୍ଡାରକୁ ଫୋପାଡି ତଦନ୍ତକୁ ବାଟବଣା କରନ୍ତି । ଫଳ ସ୍ବରୂପ ଶିକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଜଙ୍ଗଲରେ କଲରାପତରିଆ ବାଘ ଅଛନ୍ତି କି ନଁା ପଚାରିଲେ ଠିକ ଉତ୍ତର ଦେବାକୁ ମନା କରାଯାଇଛି । ଏଣୁ ଅଧିକାଂଶ ବାଘ ଶିକାର ଲୁଚି ଯାଉଛି । ବାଣିଗୋଛାର ଜଣେ ବ୍ୟକ୍ତି ନଁା ଗୋପନ ରଖି କହିଛନ୍ତି କଲରାପତରିଆ ବାଘକୁ ସ୍ଥାନୀୟ ଲୋକ ଅଧିକାଂଶ ସମୟ ଦେଖୁଛନ୍ତି । ହେଲେ ବାଘ ନାହିଁ ବୋଲି ବନବିଭାଗ ମନା କରୁଛି। କିନ୍ତୁ ଜଙ୍ଗଲରେ ଶିକାର ହେଲେ ଅନ୍ୟ ଜଙ୍ଗଲରୁ ଆଣି ପକାଇ ଦିଆଯାଉଛି କହି ସଫେଇ ଦିଆଯାଇ ତଦନ୍ତକୁ ବାଟବଣା କରାଯାଉଛି । ବାଘ ଶିକାର ରୋକିବାକୁ ହେଲେ ପ୍ରଥମେ ଦଶପଲ୍ଲା ରେଞ୍ଜରଙ୍କୁ ବଦଳି କରିବାକୁ ପଡିବ । ଜଣେ ଭଲ ରେଞ୍ଜରଙ୍କୁ ଦାୟିତ୍ୱ ଦେଇ ବାଘ ଶିକାର ନ କରିବାକୁ ସଚେତନତା ସୃଷ୍ଟି କରାଯିବା ଦରକାର । ଅନ୍ୟପକ୍ଷେ କଲରା ପତରିଆ ବାଘ ଅନେକ ଲୋକଙ୍କର ଗାଈ, ଛେଳି, ମେଣ୍ଢା ଆଦି ଗୃହ ପାଳିତ ପ୍ରାଣୀ ମାନଙ୍କୁ ଖାଉଥିଲେ ମଧ୍ୟ ବନବିଭାଗ ଅଭିଯୋଗ ଶୁଣୁ ନାହିଁ । ଏଣୁ କେତେଜଣ ଲୋକ ବାଘକୁ ବାଧ୍ୟ ହୋଇ ଶିକାର କରୁଛନ୍ତି। ବନବିଭାଗ ତା’ର ନୀତିରେ ପରିବର୍ତ୍ତନ କରିବା ଦରକାର ବୋଲି ସେ କହିଛନ୍ତି।
୨ ବାଘ ଶିକାରୀଙ୍କୁ ଧରି ବାହାବା
ନୂଆ ବର୍ଷରେ ୨ ବାଘ ଶିକାରୀଙ୍କୁ ଧରି ଦଶପଲ୍ଲା ରେଞ୍ଜ ବନବିଭାଗ ପକ୍ଷରୁ ବାହାବା ନିଆଯାଉଛି । ପ୍ରାୟ ୯ମାସ ତଳେ ଘଟିଥିବା ଏହି ବାଘ ଶିକାର ଘଟଣାର ଟେର ପାଇ ନ ଥିଲା ବନବିଭାଗ । ବଜ୍ରକାପ୍ତା କାତି ଜବତ କରୁ କରୁ ବାଘ ଶିକାର ପଦାକୁ ଆସିଲା ପରେ ବନବିଭାଗର ବିଫଳତା ଧରା ପଡିଯିବା ଭୟରେ ସଫଳତାକୁ ପ୍ରଚାର କରାଯାଉଛି। ଦଶପଲ୍ଲା ବନବିଭାଗ ପକ୍ଷରୁ ୧୬ଟି ବାଘ ନଖ ଓ ୧ କିଲୋ ଓଜନର ୨୯୦ ପିସି ବଜ୍ରକାତି କାତି ଜବତ କରାଯାଇଛି । ଏହି ଘଟଣାରେ ଦଶପଲ୍ଲା ରେଞ୍ଜ ବାଣିଗୋଛା ସେକ୍ସନ କୁରୁମି ଗଁାର ପ୍ରହ୍ଲାଦ କଅଁର(୪୫) ଓ ଭୋଳେଶ୍ୱର କଅଁର(୪୯)ଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ୨ଜଣ ଦଶପଲ୍ଲା ଜେଲକୁ ଯାଇଛନ୍ତି ।
ଚାପରେ ଚେପା: ଦଶପଲ୍ଲା ରେଞ୍ଜରେ ୯ ମାସ ତଳେ ହୋଇଥିବା ବାଘ ଶିକାର ଘଟଣାରେ ନଖ ମିଳଥିବାବେଳେ ବାଘ ଚମଡ଼ାର ଟେର ମିଳୁନି। ବାଘ ଚମଡ଼ା ବିକ୍ରି ନ ହୋଇଥିଲେ ମଧ୍ୟ ଚମଡ଼ା ଜବତ କରିବାରେ ବିଭାଗ ସଫଳତା ପାଇ ନାହିଁ । ଯେଉଁ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି ସେମାନେ ବନବିଭାଗର ସହାୟତାରେ ଖସି ଯାଇଥିବା ଜଣାପଡିଛି। ୨ଜଣଙ୍କୁ ଗିରଫ ଦେଖାଇ ଘଟଣାକୁ ରଫାଦଫା କରିବାକୁ ଚାପ ପଡୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ଦଶପଲ୍ଲା ରେଞ୍ଜର ସୁଦର୍ଶନ ଦେହୁରୀ କୁହନ୍ତି, କଲରାପତରିଆ ବାଘକୁ ବନବିଭାଗ ପକ୍ଷରୁ ସୁରକ୍ଷା ଦିଆଯାଉଛି । ଅଭିଯୋଗ ମିଳିଲେ ଶିକାରୀଙ୍କୁ ଗିରଫ କରାଯାଉଛି । ୪ଜଣ ବ୍ୟକ୍ତି ମିଳିତ ହୋଇ ବାଘ ଶିକାର କରିଥିଲେ । ୨ ଜଣ ଗିରଫ ହୋଇଛନ୍ତି। ଆଉ ୨ ଜଣଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଛି । ଶିକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଓ ଚାପରେ ଚେପା ଖବର ସତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri