ହକି ଷ୍ଟାଡିୟମ ପଛପଟେ ଡମ୍ପିଂ ୟାର୍ଡ

ରାଉରକେଲା,୧୪।୧(ଦିନେଶ ମିଶ୍ର)ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପଛପଟେ ରହିଛି ସହରର ପ୍ରମୁଖ ଡମ୍ପିଂୟାର୍ଡ। ଏହି ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି।
ରାଉରକେଲା ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ରାତି ପାହିଲେ ସହରର ବାସନ୍ତୀ କଲୋନି, ଛେଣ୍ଡ କଲୋନି, ସିଭିଲଟାଉନଶିପ୍‌, କୋଏଲନଗର, ରେଲୱେ କଲୋନି, ଡେଲିମାର୍କେଟ, ପାନପୋଷ ଆଦି ଅଞ୍ଚଳରେ ଆର୍‌ଏମ୍‌ସି କର୍ମଚାରୀମାନେ ଘର ଘର ବୁଲି ଅଳିଆ ଆବର୍ଜନାକୁ ସଂଗ୍ରହ କରୁଛନ୍ତି। ଏହି ଅଳିଆ ସଂଗ୍ରହ ହେବା ପରେ ଉକ୍ତ ଅଞ୍ଚଳରେ ଥିବା ଡମ୍ଫିଂ ୟାର୍ଡରେ ଗଦା କରାଯାଏ। ପରେ ଆରଏମ୍‌ସିର ଗାଡ଼ିଗୁଡିକ ଏହି ଅଳିଆ ଆବର୍ଜନା ସଂଗ୍ରହ କରି ଛେଣ୍ଡ ସ୍ଥିତ କଳିଙ୍ଗ ବିହାରରେ ଥିବା ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପଛପଟ ଡମ୍ପିଂୟାର୍ଡରେ ପକାଇଥାନ୍ତି। ଏହି ଅଳିଆ ଗୁଡିକ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ରହିଥିବାରୁ ଏଠାରେ ଏକ କୃତ୍ରିମ ପାହାଡ ସୃଷ୍ଟି ହେବା ସହ ପଚିଶଢି ଉକ୍ତ ଅଞ୍ଚଳକୁ ପୂତିଗନ୍ଧମୟ କରୁଛି। ଡମ୍ପିଂ ୟାର୍ଡ ନିକଟରେ ରାଉରକେଲା ବିମାନ ବନ୍ଦର, ବିପିୟୁଟି, ହଷ୍ଟେଲ, ଛେଣ୍ଡ ଘରୋଇ ଆଇଟିଆଇ ଆଦି ରହିଛି। ଏହି ଅଞ୍ଚଳ ଦେଇ ଯାତାୟାତ କଲେ ଡମ୍ପିଂୟାର୍ଡର ଅସ୍ବାସ୍ଥ୍ୟକର ପରିବେଶ କୁପ୍ରଭାବ ପକାଇଛି। ବିଶେଷ କରି ବର୍ଷାଦିନେ ଏହି ଡମ୍ପିଂୟାର୍ଡର ଅଳିଆରେ ପାଣି ପଶି ଗନ୍ଧ ହେଉଛି। ଏ ନେଇ ସ୍ଥାନୀୟ ସମାଜସେବୀ ତଥା ଆଇନଜୀବୀ ଆନନ୍ଦ ଚନ୍ଦ୍ର ମହାନ୍ତି କୁହନ୍ତି, ଛେଣ୍ଡ କଳିଙ୍ଗ ବିହାର ସହରର ଏକ ପ୍ରମୁଖ କଲୋନି। ଏହାର ଆଖପାଖ ଅଞ୍ଚଳରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ସାଙ୍ଗକୁ ବିମାନବନ୍ଦର ଓ ବିପିୟୁଟି ଭଳି ବୈଷୟିକ ଶିକ୍ଷାତାଲିମ କେନ୍ଦ୍ର ରହିଛି। ଏଠାରେ ଆରଏମ୍‌ସି ପକ୍ଷରୁ ତିଆରି ହୋଇଥିବା ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସୁବିଧା ହେଉଛି। ସହରର ସମସ୍ତ ଅଳିଆ ଏଠାରେ ପକାଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତେଣୁ ଏହି ଡମ୍ପିଂ ୟାର୍ଡକୁ ଏଠାରୁ ଆରଏମ୍‌ସି କର୍ତ୍ତୃପକ୍ଷ ଯଥାଶୀଘ୍ର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମହାନ୍ତି ଦାବି କରିଛନ୍ତି। ସେହିପରି ସମାଜସେବୀ ଅଭିନାଶ ଶୁକ୍ଳା କୁହନ୍ତି, ଏହି ଡମ୍ପିଂ ୟାର୍ଡରେ କୁଢ କୁଢ ଅଳିଆ ସର୍ବଦା ଜମି ରହିଥିବାରୁ ଏଠାରୁ ମଶା, ମାଛି ବଂଶ ସୃଷ୍ଟି ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ରୋଗରେ ପଡୁଛନ୍ତି। ଏହି ଡମ୍ପିଂୟାର୍ଡରେ ବୁଲାପଶୁ ଗୋଡରେ ଖେଳାଇ ଅପରିଷ୍କାର କରୁଛନ୍ତି। ଅଳିଆଗୁଡିକ ଗୋଟିଏ ସ୍ଥାନରେ ଜମି ରହିଥିବାରୁ ବିମାନବନ୍ଦର ନିକଟ ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ତେଣୁ ଏଠାରେ ଆରଏମ୍‌ସି ଅଳିଆ ନ ପକାଇଲେ ଜନସାଧାରଣ ଉପକୃତି ହୁଅନ୍ତେ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଆରଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, କଳିଙ୍ଗ ବିହାର ଅଞ୍ଚଳରେ ଥିବା ଡମ୍ପିଂୟାଡି ବିଶ୍ୱସ୍ତରୀୟ ହକି ଷ୍ଟାଡିମୟ ନିର୍ମାଣ ପୂର୍ବରୁ ରହିଛି। ଏଠାରେ ସହରର ସମସ୍ତ ଅଳିଆଆବର୍ଜନା ବର୍ଷ ବର୍ଷ ଧରି ପଡିରହିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆମେ ଏଠାରେ ଗହା ହୋଇ ରହିଥିବା ମଇଳାକୁ ସ୍ବଚ୍ଛ କରିବା ପାଇଁ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକିୟା ମେଶିନ ବସାଇଛୁ। ଏହି ମେଶିନ ସାହାଯ୍ୟରେ ଦିନକୁ ୩ରୁ ୫ କୁଇଣ୍ଟାଲ ବର୍ଜବସ୍ତୁରୁ ଖତ ଓ ପିଚୁ ତିଆରି କରି ସହରର ଉନ୍ନତି କାମ ପାଇଁ ବ୍ୟବହାର କରାଯାଉଛି ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?