ଭାଜପାରେ ୩ ଗୋଷ୍ଠୀ

ନିମାପଡ଼ା, ୧୪।୧ (ରଞ୍ଜନ ପଟ୍ଟନାୟକ): ପୁରୀ ଜିଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଯଦି ଭାଜପା କଥା ଦେଖାଯାଏ, ଏଠାରେ ତିନି ଗୋଷ୍ଠୀ ସକ୍ରିୟ ଥିବା ଦୃଷ୍ଟିଗୋଚର ହେଉଛି। ଦଳର ପୂର୍ବତନ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ଯୁବନେତା ଦିଲୀପ ନାୟକଙ୍କ ସମର୍ଥକମାନେ ନିଜ ନେତାଙ୍କ ଟିକେଟ ପାଇବା ନେଇ ଆଶାବାଦୀ ଥିବା ବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏହି ନିର୍ବାଚନମଣ୍ଡଳୀରୁ ଲଢ଼ିବା ସକାଶେ ତାଙ୍କ ସମର୍ଥକମାନେ ଚାହୁଁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଓ ଦିଲୀପ ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ସଙ୍ଗଠନ ଚଳାଇ ରଖିଛନ୍ତି। ସେମାନଙ୍କ ରାଜନୈତିକ କ୍ୟାରିୟରକୁ ଦେଖିଲେ, ପ୍ରଭାତୀ ୨୦୦୯ରେ ନିମାପଡ଼ାରୁ ପ୍ରଥମଥର ପାଇଁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୬,୮୨୦ ଖଣ୍ଡ ଭୋଟ ପାଇଥିଲେ। ପରେ ୨୦୧୪ ଓ ୨୦୧୯ରେ ସେ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦନ୍ଦ୍ୱିତା କରି ଯଥାକ୍ରମେ ୫୭,୩୨୦ ଏବଂ ୫୯,୧୫୨ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ। ହେଲେ ଦିଲୀପ ନାୟକ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ବନ୍ଦ୍ୱିତା କରି ୩୩, ୫୭୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ l ଏହା ପରେ ସେ କଂଗ୍ରେସ ଛାଡ଼ି ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଇଥିଲେ। ଏବେ ପ୍ରଭାତୀ ଓ ଦିଲୀପଙ୍କ ସହିତ ଆହୁରି ୩ ଜଣଙ୍କ ନାମ ଆଲୋଚନାକୁ ଆସିଥିବା ଏକ ସୂତ୍ରରୁ ଜଣାପଡ଼ିଛି l ସେମାନେ ହେଉଛନ୍ତି ପ୍ରଭାତୀଙ୍କ ସ୍ବାମୀ ଇଂ ଶ୍ୟାମସୁନ୍ଦର ନାୟକ, ସାଇଁସ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଏବଂ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଶ୍ୟାମସୁନ୍ଦର ଚାକିରିରୁ ଅବସର ନେବାପରେ ବର୍ତ୍ତମାନ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ପୂର୍ଣ୍ଣମାତ୍ରାରେ ସାମିଲ କରିଛନ୍ତି l ସରପଞ୍ଚ ଦେବାଶିଷ ନିର୍ବାଚନମଣ୍ଡଳୀ ବୁଲିବା ସହିତ ଦଳୀୟ କର୍ମୀ ମହଲରେ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିିଛନ୍ତି l ଆଗକୁ ଯଦି ଦଳରେ ଏଭଳି ସ୍ଥିତି ଲାଗି ରହେ, ତେବେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଅପରାଜିତାଙ୍କ ଶାଶୁଘର ପଡ଼ୋଶୀ କାକଟପୁର l ମନେପଡ଼େ ତାଙ୍କ କୋଣାର୍କ ଗସ୍ତ ସମୟରେ ନିମାପଡ଼ା ଭାଜପାର ବାରଣ ସତ୍ତ୍ୱେ ଦଳର ଅନେକ ମହିଳା, ଯୁବ ଏବଂ ଛାତ୍ର ସଙ୍ଗଠନ କର୍ମକର୍ତ୍ତା ତାଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ l
ଦଳ ମଧ୍ୟରେ ଚାଲିଥିବା ବିଶୃଙ୍ଖଳାକୁ ଦେଖି ଏଠାରୁ ଅପରାଜିତାଙ୍କୁ ପ୍ରାର୍ଥୀ କରିବା ପାଇଁ ଗୋଟିଏ ଗୋଷ୍ଠୀ ଉଦ୍ୟମ ଜାରି ରଖିଛନ୍ତି। ସେମାନଙ୍କ ବିଶ୍ୱାସ, ଅପରାଜିତା ନିମାପଡ଼ାରେ ବିଜେଡିକୁ ଭଲ ଭାବେ ଟକ୍କର ଦେଇପାରିବେ l ତେବେ ରାଜନୈତିକ ବାତାବରଣକୁ ଅନିଶା କଲେ ଅପରାଜିତା ଭୁବନେଶ୍ୱରରୁ ପୁନଶ୍ଚ ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବାର ଆଶା ରଖିଥିବା ତାଙ୍କର ଏବର କାର୍ଯ୍ୟକ୍ରମକୁ ଦେଖିଲେ ବୁଝାପଡ଼ୁଛି।
ପରିଡ଼ା ଗତ ଦୁଇଟି ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଶାସକ ବିଜେଡିକୁ ମୁକାବିଲା କରିବା ଲାଗି ପଦକ୍ଷେପ ନେଉଛନ୍ତି। ଅନେକ ସମୟରେ ବିଜେଡି ଶାସନ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆସିଥିବାରୁ ବ୍ଲକ ଓ ତହସିଲ ସମ୍ମୁଖରେ ପ୍ରଭାତୀଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ଏବଂ ଧାରଣା ଭାଜପା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛି l ୧୧ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନେଇ ସେତେବେଳେ ରାଜ୍ୟ ରାଜନୀତି ଉଠିଥିଲା ପଡ଼ିଥିଲା। ସେହି ସମୟରେ ନିମାପଡ଼ାରେ ବିଜେଡିକୁ ହରଡ଼ଘଣାରେ ପକାଇବାରେ ପ୍ରଭାତୀ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ଦିଲୀପ ପଛରେ ପଡ଼ିଯାଇଥିଲେ। ଦୁର୍ବଳ ରଣକୌଶଳ ଓ ସମନ୍ବୟ ଅଭାବ ଯୋଗୁ ଜିଲାପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ଦିଲୀପ ଠିକ୍‌ ଭାବେ ଉପସ୍ଥାପନ କରିପାରି ନ ଥିଲେ ବୋଲି ନିର୍ବାଚନମଣ୍ଡଳୀରେ ଟୁପୁରଟାପର ଚାଲିଛି l
ତଥାପି ଦିଲୀପ ଆଶାବାଦୀ ଅଛନ୍ତି l
ସରକାର ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିଥିବାରୁ ଅନେକେ ଆଶା କରୁଛନ୍ତି ଭାଜପା ପୂର୍ବାପେକ୍ଷା ମହିଳାଙ୍କୁ ଅଧିକ ଆସନ ଦେଇପାରେ। ସେହି ଦୃଷ୍ଟିକୋଣରୁ ଦେଖିଲେ ନିମାପଡ଼ାରେ ମହିଳା ପ୍ରାର୍ଥୀ ଅଗ୍ରାଧିକାର ପାଇଲେ ପ୍ରଭାତୀ ଭାରି ପଡ଼ିପାରନ୍ତି। ଅନ୍ୟପଟରେ ଗତମାସରେ ନିମାପଡ଼ା ନିର୍ବାଚନମଣ୍ଡଳୀସ୍ତରୀୟ ବୁଥ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ l ଏହା ଶେଷ ହେବା ପରେ ନିମାପଡ଼ା ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ କୋର୍‌ କମିଟି ବୈଠକ ହେବାରଥିଲା l ଶେଷ ମୁହୂର୍ତ୍ତରେ ସାମଲ ସମୟ ନାହିଁ କହି ତାହାକୁ ବାତିଲ କରିଦେଇଥିଲେ। ହେଲେ ସଭାସ୍ଥଳରୁ ସେ ସିଧା ପ୍ରଭାତୀଙ୍କ ବାସଭବନକୁ ଯାଇ ୨ଘଣ୍ଟା ଆଲୋଚନା କରିବା ଅନ୍ୟ ଏକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ନିମାପଡ଼ାରେ କାହାକୁ ଦଳୀୟ ଟିକେଟ ମିଳିବ ସେ ନେଇ ପଚରାଯିବାରୁ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଉପରେ ତାହା ନିର୍ଭର କରିବ ଏବଂ ଏଠାରେ ଦଳ ଏକଜୁଟ ହୋଇ କାର୍ଯ୍ୟ କରୁଛି ବୋଲି ସାମଲ କହିଥିଲେ। ଏସବୁକୁ ଦେଖିଲେ ନିମାପଡ଼ାରେ ଭାଜପା କାହାମୁଣ୍ଡରେ ‘ଶିରପା’ ବାନ୍ଧୁଛି ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?