ରାଜ୍ୟ ପ୍ରଭାରୀଙ୍କୁ ଭେଟିଲେ ଗିରିଧରଙ୍କ ପରିବାର

ଗୁଣପୁର,୧୪।୧(ପ୍ରଦୀପ କୁମାର ପାଢ଼ୀ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ଏବେ କଂଗ୍ରେସ ଶରଣରେ ପଶିଲା ଭଳି ସ୍ଥିତିରେ ଗିରିଧରଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ହେମା ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶନିବାର ନୂଆଦିଲ୍ଲୀଠାରେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଛନ୍ତି। ଏହି ଘଟଣା ରାୟଗଡ଼ା କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛି। ଗିରିଧରଙ୍କ ପରିବାର କଂଗ୍ରେସରେ ମିଶିବା ପଥ ସୁଗମ ହେଉଥିବାବେଳେ ଜିଲା ସଭାପତି ତଥା ଗିରିଧରଙ୍କ ଭାଇ ବିଜୟ ଗମାଙ୍ଗଙ୍କ ପାଇଁ ସେମାନେ କଣ୍ଟା ସାଜିପାରନ୍ତି ବୋଲି ଆଲୋଚନା ହେଉଛି।
ଗମାଙ୍ଗ କଂଗ୍ରେସ ଛାଡ଼ି ଭାଜପାରେ ମିଶିବା ଓ ପରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ପୁଣି ତାଙ୍କ ପୁରୁଣା ଦଳକୁ ଫେରିବା ପାଇଁ ମନ ବଳାଇଛନ୍ତି। ସେହିପରି ତାଙ୍କ ସ୍ତ୍ରୀ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ସାମିଲ ହୋଇ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ପରେ ବରିଷ୍ଠ ନେତାଙ୍କ ବିରୋଧରେ ବିଷୋଦ୍‌ଗାର କରି ବିଜେଡି ଛାଡ଼ିବା ସହ ଭାଜପାକୁ ସମର୍ଥନ ଜଣାଇଥିଲେ। ଶେଷରେ ସେ ମଧ୍ୟ ବିଆର୍‌ଏସ୍‌ ଏବଂ ବର୍ତ୍ତମାନ କଂଗ୍ରେସରେ ସାମିଲ ହେବା ପାଇଁ ଲାଗିପଡ଼ିଛନ୍ତି। ସେହିଭଳି ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ିବା ପରେ ଭାଜପାର ରାଜ୍ୟ ସମ୍ପାଦକ ହୋଇଥିଲେ। ପରେ ସେ ୨୦୧୯ରେ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଭାଜପାରେ ମଧ୍ୟ ସେ ବେଶି ଦିନ ତିଷ୍ଠି ପାରି ନ ଥିଲେ। ଶିଶିର ବିଆର୍‌ଏସ୍‌ରେ ମିଶିଥିଲେ ା ଏବେ ସେହି ଦଳ ସହ ମୋହ ତୁଟାଇ ପୁଣି ଥରେ କଂଗ୍ରେସକୁ ଆପଣେଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଗତ ୭ ତାରିଖରେ ହେମା ଗମାଙ୍ଗ ଏବଂ ତାଙ୍କ ପରିବାର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିଲ। ହେଲେ ସେମିତି କିଛି ହୋଇପାରି ନ ଥିଲା।
ନୀରବତା ପରେ ପୁଣି ଥରେ ଗମାଙ୍ଗ ପରିବାର ସକ୍ରିୟ ହୋଇଉଠିବା ଜିଲା ରାଜନୀତିକୁ ସରଗରମ କରିଛି। ସବୁ ଠିକ୍‌ଠାକ୍‌ ଘଟି ଯଦି ଗିରିଧରଙ୍କ ପରିବାର କଂଗ୍ରେସରେ ସାମିଲ ହୁଅନ୍ତି, ତେବେ ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ଚିନ୍ତା ଆହୁରି ବଢ଼ିଯିବ। ସେମାନଙ୍କ ମିଶ୍ରଣ ବିଜୟଙ୍କ ପାଇଁ କଣ୍ଟା ହୋଇପାରେ ବୋଲି ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏସବୁ ରାଜନୈତିକ ଘଟଣାକ୍ରମ ମଧ୍ୟରେ ସେମାନେ ଯଦି ଦଳରେ ସାମିଲ ହୁଅନ୍ତି ତେବେ ଦଳ ନ ଛାଡ଼ି କଂଗ୍ରେସରେ ରହି କାର୍ଯ୍ୟ କରୁଥିବା ବିଜୟଙ୍କ ସ୍ଥିତି କ’ଣ ହେବ ସେ ନେଇ ଆଲୋଚନା ହେଲାଣି। ବିଜୟଙ୍କ ଭବିଷ୍ୟତ ଓ ରଣନୀତି କ’ଣ ରହୁଛି ତାହା ଏବେ ଦେଖିବାକୁ ବାକି ରହିଲା। ଏନେଇ ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ସହ ଯୋଗାଯୋଗ କରାଯିବାରୁ ଗିରିଧରଙ୍କ ପରିବାର ଦଳରେ ମିଶିବା ଖବର ତାଙ୍କ ନିକଟରେ ନାହିଁ, କିମ୍ବା ଆନୁଷ୍ଠାନିକ ଭାବେ କିଛି ଜଣାପଡ଼ି ନାହିଁ। ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରତିକ୍ରିୟା ଦେବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri